ଅକ୍ଷୟ ତୃତୀୟାରେ କଣ କିଣିଲେ ଘରେ ଶାନ୍ତି ଆସେ, ଆସନ୍ତୁ ଜାଣିବା…

ବୈଶାଖ ମାସ ଶୁକ୍ଳପକ୍ଷ ତୃତୀୟା ତିଥିକୁ ଅକ୍ଷୟ ତୃତୀୟା ବୋଲି କୁହାଯାଏ। ହିନ୍ଦୁ ଧର୍ମରେ ଅକ୍ଷୟ ତୃତୀୟାର ବହୁ ମହତ୍ତ୍ୱ ରହିଛି। ଏହି ପବିତ୍ର ଦିନରେ କରାଯାଉଥିବା ସ୍ନାନ, ଦାନ, ଯଜ୍ଞ ଭଳି ବିଭିନ୍ନ କର୍ମର ବହୁ ପୁଣ୍ୟଫଳ ପ୍ରାପ୍ତି ହୋଇଥାଏ ବୋଲି ମାନ୍ୟତା ରହିଛି। ଚଳିତ ବର୍ଷ ମେ ୧୪ରେ ଅକ୍ଷୟ ତୃତୀୟା।  ଏହି ଦିନ ସୁନାର ଚାହିଦା ଖୁବ ବଢିଯାଏ। ପ୍ରତ୍ୟେକ ସୁନା ଦୋକାନରେ ଲୋକଙ୍କ ବେଶ ଭିଡ଼ ଜମିବାର ଦେଖିବାକୁ ମିଳେ। ମାତ୍ର ଏହି ଦିନ ସୁନା କିଣିବାର ବିଶେଷ କାରଣ କ’ଣ ରହିଛି ଆସନ୍ତୁ ଜାଣିବା…..

ଗ୍ରହଚକ୍ରରେ ଏହି ଦିନଟି ଅତ୍ୟନ୍ତ ଶୁଭ। କୌଣସି ଶୁଭ କାମ ପାଇଁ ଲୋକେ ସାଧାରଣତଃ ଅକ୍ଷୟ ତୃତୀୟା ଦିନଟିକୁ ବାଛି ଥାଆନ୍ତି। କାରଣ ଏହି ଦିନ କୌଣସି ଶୁଭକାର୍ୟ୍ୟ କିମ୍ବା କୌଣସି ସ୍ଥାନକୁ ଯିବା ପାଇଁ ମୁହୂର୍ତ୍ତ ଦେଖିବାକୁ ପଡ଼ିନଥାଏ। ଏପରିକି ସୁନା, ଗାଡ଼ି ଘର ଆଦି କିଣିବା ପାଇଁ ମଧ୍ୟ ଶଭୁସମୟ ଦେଖିବାକୁ ପଡ଼ିନଥାଏ। ଏହି ଦିନ ଯେଉଁ କାମ ଆରମ୍ଭ କଲେ ଶୁଭ ଫଳ ପ୍ରାପ୍ତି ହୋଇଥାଏ।
ଅକ୍ଷୟ ତୃତୀୟା ଦିନ ସଠିକ ବିଧି ପୂର୍ବକ ପୂଜାର୍ଚ୍ଚନା କରିବା ସହ ଓ ସୁନା କିଣିବା ଦ୍ୱାରା ମା’ଲକ୍ଷ୍ମୀ ଖୁବ ପ୍ରସନ୍ନ ହୋଇଥାଆନ୍ତି। ମା’ଙ୍କ କୃପା ସର୍ବଦା ରହିଥାଏ।
ଏହି ଦିନ ସୁନା କିଣିଲେ ଜୀବନରେ ଅନନ୍ତ ସମୃଦ୍ଧି ପ୍ରାପ୍ତି ହୋଇଥାଏ ବୋଲି ମାନ୍ୟତା ରହିଛି। ସୁନା କିଣିଥିବା ବ୍ୟକ୍ତିଙ୍କ ସହ ସମଗ୍ର ପରିବାର ସଦସ୍ୟଙ୍କୁ ମଧ୍ୟ ଏହାର ଶୁଭଫଳ ମିଳେ। ଏହି ଦିନ କିଣିଥିବା ସୁନା ପିଢୀ ଅନୁଯାୟୀ ବୃଦ୍ଧି ପାଇଥାଏ ବୋଲି କୁହାଯାଏ। ସୁନା ଏକ ମୂଲ୍ୟବାନ ଧାତୁ। ତେଣୁ ଏହି ଦିନରେ କିଣିଥିବା ସୁନା ବୃଦ୍ଧି ପାଇଥାଏ ବୋଲି ମାନ୍ୟତା ଥିବାରୁ ଲୋକେ ସୁନା କିଣିଥାଆନ୍ତି।
ଅକ୍ଷୟ ତୃତୀୟା ଦିନ ପ୍ରଖର ସୂର୍ୟ୍ୟଙ୍କ କିରଣ ପୃଥିବୀ ପୃଷ୍ଠରେ ପଡ଼ିଥାଏ। ସୂର୍ୟ୍ୟ ଖୁବ ଶକ୍ତିଶାଳୀ ହୋଇଥିବାରୁ ଏହି ଦିନ ସୁନା କିଣିବା ଶକ୍ତି ଶୁଭ ପ୍ରତୀକ ବୋଲି ବିଚାର କରାଯାଏ।
କୌଣସି ଶୁଭ କାର୍ୟ୍ୟ କରିବା ପାଇଁ ଏହି ଦିନ ପାଞ୍ଜି ଦେଖିବାର ଆବଶ୍ୟକତା ନାହିଁ। ଏହି ଦିନ ଗୃହକୁ ସଫାସୁତୁରା କରି ମା’ଲକ୍ଷ୍ମୀଙ୍କୁ ପୂଜାର୍ଚ୍ଚନା କରିବା ଦ୍ୱାରା ଖୁବ ଶୁଭଫଳ ପ୍ରାପ୍ତି ହୋଇଥାଏ। ଅକ୍ଷୟ ତୃତୀୟା ଦିନ ସୁନା କିଣିବା ଖୁବ ଶୁଭ ବୋଲି ଶାସ୍ତ୍ରରେ ଉଲ୍ଲେଖ ରହିଛି। ମାତ୍ର ଏହି ଦିନ ଯଦି ଆପଣ ସୁନା ନକିଣିପାରିବେ ଜାଣନ୍ତୁ ଅନ୍ୟ କେଉଁ ଦ୍ରବ୍ୟ କିଣିଲେ ଏହାର ଶୁଭଫଳ ମିଳିଥାଏ……
ସୁନା ପରିବର୍ତ୍ତେ ଆପଣ ମା’ଲକ୍ଷୀଙ୍କର ରୂପାର ପାଦୁକା କିଣିପାରିବେ। ଏହାକୁ ପୂଜାର୍ଚ୍ଚନା କରି ନିଜ ପୂଜାକକ୍ଷରେ ସ୍ଥାପନ କରନ୍ତୁ। ଏପରି କରିବା ଦ୍ୱାରା ମା’ଙ୍କ କୃପା ସର୍ବଦା ଆପଣଙ୍କ ଉପରେ ରହିବ।
ଏହିଦିନ ମା’ଲକ୍ଷ୍ମୀଙ୍କ ପାରଦରେ ନିର୍ମିତ୍ତ ମୂର୍ତ୍ତି ଘରକୁ ଆଣନ୍ତୁ।ମା’ଙ୍କ ବିଶେଷ କୃପା ମିଳିଥାଏ।
ମାତ୍ର ଚଳିତ ବର୍ଷ କରୋନା କାରଣରୁ ତାଲାବନ୍ଦ ଥିବାରୁ ଜିନିଷ କିଣିବା ସମ୍ଭବ ନୁହେଁ। ତେଣୁ ଘରେ ମା’ଲକ୍ଷ୍ମୀଙ୍କ ନିକଟରେ ପୂଜାର୍ଚ୍ଚନା କରନ୍ତୁ।

Spread the love