Google Meet ଠପ୍, କେବଳ ଭାରତ ନୁହେଁ ସାରା ବିଶ୍ୱରେ ୟୁଜର ପ୍ରଭାବିତ

ନୂଆଦିଲ୍ଲୀ ୫।୬: ଗୁଗଲଙ୍କ ଭିଡିଓ କନଫରେନସିଂ ଆପ୍‌ ଗୁଗଲମିଟ୍‌ ଶନିବାର ସାରା ବିଶ୍ୱରେ ଠପ୍ ହୋଇଯିବା ୟୁଜରଙ୍କୁ ଚିନ୍ତାରେ ପକାଇଛି। ୫ ଜୁନ ସକାଳେ ୟୁଜର ଗୁଗଲ ମିଟ୍‌ ଡାଉନ ହୋଇଯାଇଥିବା ଜାଣିବାକୁ ପାଇଥିଲେ। ଅନେକ ଶିକ୍ଷଣ ସଂସ୍ଥାନ ସକାଳୁଆ ଅନଲାଇନ୍‌ କ୍ଲାସ କରୁଛନ୍ତି। ଏଣୁ ବିଶେଷ କରି ଛାତ୍ରଛାତ୍ରୀ ଏଥିରୁ ବଞ୍ଚିତ ହୋଇଛନ୍ତି। ତେବେ କୌଣସି ବୈଷୟିକ କାରଣ ନୁହେଁ ସକାଳଠାରୁ ଗୁଗଲ ମିଟ୍‌ ଠପ ଥିବା ଡାଉନ ଡିଟେକ୍ଟର ମଧ୍ୟ ପୁଷ୍ଟି କରିଛି।

ଡାଉନ ଡିଟେକ୍ଟରରେ ଦିଆଯାଇଥିବା ସୂଚନା ଅନୁସାରେ ୫ ଜୁନ ସକାଳ ୬ଟା ୪୨ ମିନିଟରୁ ଗୁଗଲ ମିଟ୍‌ ଡାଉନ ରହିଛି। ତେବେ ପୂର୍ବାହ୍ନ ୧୦ ବେଳ ସୁଦ୍ଧା ପାଖାପଖି ୧ ହଜାର ଲୋକେ ଏହା ବନ୍ଦଥିବା ନେଇ ଡାଉନ ଡିଟେକ୍ଟରରେ ଅଭିଯୋଗ କରିଥିଲେ। ଏଥିରୁ ୬୩ ପ୍ରତିଶତ ଲୋକେ ମିଟିଂ ଜୟନ କରି ପାରୁନଥିବା ଅଭିଯୋଗ କରିଥିବା ବେଳେ ୨୦ ପ୍ରତିଶତ ଲୋକେ ଲଗଇନ୍‌ କରିବାରେ ସମସ୍ୟାର ସମ୍ମୁଖୀନ ହୋଇଥିଲେ। ତେବେ ଗୁଗଲ ମିଟ୍‌ ଡାଉନ ହେବା ଯୋଗୁ ଭାରତରେ ସବୁଠୁ ଅଧିକ ଲୋକେ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି।

କରୋନା ଲକଡାଉନରେ ସ୍କୁଲ କଲେଜ ଖୋଲୁନଥିବା ବେଳେ ବିଶେଷ କରି ଛାତ୍ରଛାତ୍ରୀ ଅନଲାଇନ କ୍ଲାସ୍ କରୁଛନ୍ତି। ତେବେ ଆପ୍‌ ନ ଖୋଲିବା ଛାତ୍ରଛାତ୍ରୀଙ୍କ ଲାଗି ସମସ୍ୟାର କାରଣ ପାଲଟିଥିଲା। ଗୁଗଲଙ୍କ ଏହା ଭିଡିଓ କନଫରେନ୍ସିଂ ଆପ୍‌ ହୋଇଥିବାରୁ ଛାତ୍ରଛାତ୍ରୀଙ୍କୁ ଅନଲାଇନ୍‌ କ୍ଲାସ୍‌ କରିବା ଏଥିରେ ସହଜ ହେଉଛି।

Spread the love