ବାପାକୁ ହତ୍ୟା କଲା ପୁଅ

ଔପଦା ୧୯/୬: ବାଲେଶ୍ୱର ଜିଲ୍ଲା ଔପଦା ବ୍ଲକ ଫତେପୁର ପଂଚାୟତ ଅଧିନ ପାଇକପଡା ଗ୍ରାମର ନାଇକି ସାହିରେ ଅଭାବନୀୟ ଘଟଣା । ନିଶାଶକ୍ତ ଅବସ୍ଥାରେ ବାପାକୁ ହାଣି ହତ୍ୟା କରିଛି ପୁଅ । ଶୁକ୍ରବାର ମଧ୍ୟରାତ୍ରିରେ ନାଇକି ସାହି ଗ୍ରାମର ୭୦ ବର୍ଷୀୟ ଅନାମ ନାଇକି ଓ ୩୮ ବର୍ଷୀୟ ପୁଅ ଶ୍ରୀକାନ୍ତ ନାଇକିଙ୍କ ମଧ୍ୟରେ କୌଣସି କଥାକୁ ନେଇ ଯୁକ୍ତିତର୍କ ହୋଇଥିଲା ।

ଆଗରୁ ନିଶାଶକ୍ତ ଅବସ୍ଥାରେ ଥିବା ପୁଅ ଶ୍ରୀକାନ୍ତ ମାଆଙ୍କୁ ପିଟିଥିଲା । ମାଆ ପ୍ରାଣ ବିକଳରେ ଦୌଡ଼ି ପଳାଇଥିଲେ । ଏହାକୁ ବାପା ଅନାମ ପ୍ରତିବାଦ କରିବାରୁ ଏକ ଧାରୁଆ ଅସ୍ତ୍ରରେ ତାଙ୍କୁ ଆକ୍ରମଣ କରିଥିଲା ସୈତାନ ପୁଅ । ବାପାଙ୍କୁ ହତ୍ୟା କରି ପଳାଇ ଯାଉଥିବାବେଳେ ଗ୍ରାମବାସୀ ତାକୁ କାବୁ କରି ପୋଲିସକୁ ଖବର ଦେଇଥିଲେ ।

ଘଟଣା ସ୍ଥଳରେ ପୋଲିସ ପହଁଚି ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ପୁଅ ଶ୍ରୀକାନ୍ତକୁ ଗିରଫ କରିଛି । ସୂଚନା ଥାଉକି, ଦୀର୍ଘ ବର୍ଷ ହେବ ଏହି ଅଞ୍ଚଳରେ ବିପୁଳ ପରିମାଣରେ ମଦ ବ୍ୟବସାୟ ହେଉଥିଲେ ହେଁ ସବୁ ଜାଣିଶୁଣି ପୁଲିସ ନିରବଦ୍ରଷ୍ଟା ସାଜିଛି ।

Spread the love