୧୯୦ ପେଟି ଚୋରା ବିଦେଶୀ ମଦ ଜବତ, ୪ ଗିରଫ

ରାଉରକେଲା, ୧୯/୦୬ : ବିପୁଳ ପରିମାଣର ବିଦେଶୀ ମଦ ଜବତ । ରାଉରକେଲା ଅବକାରୀ ବିଭାଗ ସହ ରାଉରକେଲା ପୋଲିସ ମିଳିତ ଭାବେ ଚଢଉ କରି ଚାନ୍ଦିପୋଷ ଥାନା ତାମାଢ଼ା ଅଞ୍ଚଚଳରୁ ୧୯୦ ପେଟି ବିଦେଶୀ ଚୋରା ମଦ ଜବତ କରିଛି ।

ସୂଚନାନୁସାରେ, ଜବତ ମଦର ମୂଲ୍ୟ ୨୦ ଲକ୍ଷ ଟଙ୍କା ହେବ ବୋଲି ଜଣାପଡିଛି ।ଏହି ସବୁ ମଦ  ଅରୁଣାଚଳ ପ୍ରଦେଶରେ ବିକ୍ରି ପାଇଁ ପ୍ରଯୁଜ୍ୟ ଥିବା ବେଳେ ଓଡ଼ିଶାରେ ବିକ୍ରି କରାଯିବା ପ୍ରଯୁଜ୍ୟ ନୁହେଁ ବୋଲି ସୂଚନା ମିଳିଛି ।  ଲକଡାଉନ୍ ସମୟରେ ଚୋରା ବେପାରୀ ଅରୁଣାଚଳ ପ୍ରଦେଶରୁ ଆଣି ସୁନ୍ଦରଗଡ଼ର ବିଭିନ ଅଂଚଳରେ ଚୋରାରେ ବିକ୍ରି କରୁଛନ୍ତି। ଯାହା ଫଳରେ ଓଡ଼ିଶାର ରାଜସ୍ୱ ହାନି ହେଉଛି । ଏହି ମାମଲାରେ ୪ ଜଣକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ।

Spread the love