‘ଧ୍ୟାନ ଓ ଯୋଗ ବିଜ୍ଞାନ’ ପାଠ୍ୟକ୍ରମର ଶୁଭାରମ୍ଭ କଲେ କେଜ୍ରିଓ୍ବାଲ୍‌

ନୂଆଦିଲ୍ଲୀ ୨୦/୦୬ : ଅନ୍ତର୍ଜାତୀୟ ଯୋଗ ଦିବସର ଗୋଟିଏ ଦିନ ପୂର୍ବରୁ ରବିବାର ଅର୍ଥାତ ଆଜି ବର୍ଷିକିଆ ଡିପ୍ଲୋମା ପାଠ୍ୟକ୍ରମ ‘ଧ୍ୟାନ ଓ ଯୋଗ ବିଜ୍ଞାନ’ ଲଞ୍ଚ କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ରବିବାର ଦିନ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଏହାର ଶୁଭାରମ୍ଭ କରିଥିବା ଜଣାପଡ଼ିଛି। ଅକ୍ଟୋବର ୨ ତାରିଖ ପରେ ଦିଲ୍ଲୀ ସରକାର ଯୋଗ କରୁଥିବା ଲୋକଙ୍କୁ ମାଗଣାରେ ଯୋଗ ପ୍ରଶିକ୍ଷକ ପ୍ରଦାନ କରିବେ ବୋଲି ମଧ୍ୟ ସେ ଏହି ଅବସରରେ ଘୋଷଣା କରିଛନ୍ତି।

ବର୍ତ୍ତମାନ ଆମର ୪୫୦ ଯୋଗ ପ୍ରଶିକ୍ଷକ ଅଛନ୍ତି ବୋଲି ସେ କହିଛନ୍ତି। କେଜ୍ରିୱାଲ ‘ଧ୍ୟାନ ଏବଂ ଯୋଗ ବିଜ୍ଞାନ’ରେ ଏକ ବର୍ଷର ଡିପ୍ଲୋମା ପାଠ୍ୟକ୍ରମ ଆରମ୍ଭ କରିଛନ୍ତି ଯେଉଁଥିରେ ପ୍ରାୟ ୪୫୦ ପ୍ରାର୍ଥୀ ପଞ୍ଜିକରଣ କରିଛନ୍ତି। ସେ କହିଛନ୍ତି ଯେ ଅକ୍ଟୋବର ୨ ତାରିଖରୁ ଏହି ପ୍ରଶିକ୍ଷକମାନେ ଦିଲ୍ଲୀର ବିଭିନ୍ନ ଅଞ୍ଚଳର ଲୋକଙ୍କୁ ମାଗଣାରେ ତାଲିମ ଦେବେ। ଯୋଗ ଦିବସ ପାଇଁ କେଜ୍ରିୱାଲ ଏକ ବଡ଼ ଘୋଷଣା କରି କହିଛନ୍ତି ଯେ ଦିଲ୍ଲୀ ସରକାର ଏକ ଗୋଷ୍ଠୀ ଗଠନ କରି ଯୋଗ ଶିଖିବାକୁ ଚାହୁଁଥିବା ଲୋକଙ୍କୁ ମାଗଣାରେ ଯୋଗ ପ୍ରଶିକ୍ଷକ ପ୍ରଦାନ କରିବେ।

ସେ କହିଛନ୍ତି ଯେ ଯୋଗ ପାଇଁ ଏକ ବଜେଟ୍ ସ୍ଥିର କରିବାକୁ ନିଷ୍ପତ୍ତି ନିଆଯାଇଛି। ଯୋଗକୁ ଦିଲ୍ଲୀରେ ଏକ ଜନ ଆନ୍ଦୋଳନ କରାଯିବ। ସେ କହିଛନ୍ତି ଯେ ଯୋଗ ଏବଂ ଧ୍ୟାନକୁ ଘରେ ଘରେ ପହଞ୍ଚାଇବା ଲକ୍ଷ୍ୟ ନେଇ ଆଜି ଦିଲ୍ଲୀରେ ଏକ ନୂଆ ଯୋଗ କେନ୍ଦ୍ର ଆରମ୍ଭ ହୋଇଛି। ମହାମାରୀର ଏହି ଯୁଗରେ ଉନ୍ନତ ସ୍ୱାସ୍ଥ୍ୟ ପାଇଁ ଯୋଗ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। କରୋନା କାଳରେ ଯୋଗର ଅନେକ ମହତ୍ତ୍ୱ ରହିଛି। କରୋନାକୁ ଏଡାଇବା ପାଇଁ ରୋଗ ପ୍ରତିରୋଧକ ଶକ୍ତି ରହିବା ବହୁତ ଜରୁରୀ। କୋଭିଡ ପରେ ବ୍ୟାୟାମ ଏବଂ ଧ୍ୟାନର ବହୁତ ଆବଶ୍ୟକତା ରହିଛି। ଆମେ ଲୋକମାନଙ୍କୁ ପ୍ରାଣାୟାମ ଶିଖାଇବୁ ବୋଲି କହିଛନ୍ତି କେଜ୍ରିୱାଲ।

Spread the love