ଅଚ୍ୟୁତ ସାମନ୍ତଙ୍କ ନିର୍ବାଚନ କାର୍ଯ୍ୟାଳୟରେ ଚଢାଉ ଦାବି କଲା ବିଜେପି

ବିଜେଡି ନିର୍ବାଚନୀ ସମୟରେ ଭୋଟରଙ୍କୁ ଖୋଲାଖୋଲି ଟଙ୍କା ବଂଟନ କରିବା ଘଟଣା ଆଗରୁ ଅନେକ ଥର ହୋଇଛି । କନ୍ଧମାଳ ଲୋକସଭା ପାଇଁ ବିଜେଡି ସାଂସଦ ପ୍ରାର୍ଥୀ ଅଚ୍ୟୁତ ସାମନ୍ତ ନିର୍ବାଚନରେ ଭୋଟ ହାତେଇବା ପା଼ଇଁ କେପି ସାଲୁନକିସ ହୋଟେଲରେ ଟଙ୍କା ବାଂଟୁଥିବାର ସ୍ୱଷ୍ଟ ଖବର ସ୍ଥାନୀୟ
ଜନସାଧାରଣଙ୍କ ପାଖରୁ ବିଜେପିକୁ ମିଳିଲା ପରେ ଏହାର ପ୍ରତିବାଦରେ ରାଜ୍ୟ ଉପ ସଭାପତି ଶ୍ରୀ ସମୀର ମହାନ୍ତିଙ୍କ
ନେତୃତ୍ୱରେ ଏକ ପ୍ରତିନିଧି ଦଳ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକରୀଙ୍କୁ ଭେଟି ଏ ସଂକ୍ରାନ୍ତରେ ଅଭିଯୋଗ କରିଛି ।
ରାଜ୍ୟରେ ମୁକ୍ତ, ଅବାଧ ଓ ନିରପେକ୍ଷ ନିର୍ବାଚନ ପାଇଁ ଶ୍ରୀ ସାମନ୍ତଙ୍କ ବିରୋଧରେ ତୁରନ୍ତ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ହୋଟେଲ କେପି ସାଲୁନକିସ ଚଢାଉ କରି ଅର୍ଥକୁ ଜବତ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପାଖରେ ଏହି ପ୍ରତିନିଧି ଦଳ ଦାବି କରିଛି ।
ଏହି ପ୍ରତିନିଧି ଦଳରେ ରାଜ୍ୟ ମୁଖପାତ୍ର ଶ୍ରୀ ଜୀବନ ସାହୁ , ନିର୍ବାଚନ ପ୍ରକୋଷ୍ଠରେ ସଂଯୋଜକ ଶ୍ରୀ ଜୟନ୍ତ
ଜେନା, ଏବଂ ଶ୍ରୀ ପଦନ୍ମାଭ ଦାସ ପ୍ରମୁଖ ଦାସ ଉପସ୍ଥିତ ଥିଲେ ।

Spread the love