କିଏ ସେ ଆଇଏଏସ ଅଫିସର, ପ୍ରଧାନମନ୍ତ୍ରୀଙ୍କ ହେଲିକପ୍ଟର ଯାଞ୍ଚ ପାଇଁ କରିଥିଲେ ସାହସ

ପ୍ରଧାନମନ୍ତ୍ରୀଙ୍କ ହେଲିକପ୍ଟର ଯାଞ୍ଚ ଉଦ୍ୟମ କରିବା ଜଣେ ଆଇଏଏସ ଅଫିସରଙ୍କୁ ମହଙ୍ଗାପଡିଛି ।  ଏହି ଅପରାଧରେ ତାଙ୍କୁ ନିଲମ୍ବିତ କରାଯାଇଛି। ସେହି ଅଫିସର ଜଣଙ୍କ ହେଉଛନ୍ତି କର୍ଣ୍ଣାଟକ କ୍ୟାଡର ଅଫିସର ମହମ୍ମଦ ସହସିନ । ସେ 1996 ବ୍ୟାଚ୍ କର୍ଣ୍ଣାଟକ କ୍ୟାଡର ଆଇଏଏସ ଅଫିସର । ସମ୍ବଲପୁରର ପର୍ଯ୍ୟବେକ୍ଷକ ଦାୟିତ୍ୱରେ ଥିଲେ ।

ଏସପିଜି ସୁରକ୍ଷା ବଳୟରେ ଥିବା ପ୍ରଧାନମନ୍ତ୍ରୀଙ୍କ ପାଇଁ ଯେଉଁ ବ୍ୟବସ୍ଥା ରହିଛି, ତାକୁ ଉଲଂଘନ କରାଯାଇଥିବା ଅଭିଯୋଗରେ ମହମ୍ମଦ ମହସିନଙ୍କୁ ନିଲମ୍ବନ କରାଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର  ମୋଦୀଙ୍କ ସମ୍ବଲପୁର ଗସ୍ତ ବେଳେ ନିର୍ବାଚନ କମିସନଙ୍କ ଯେଉଁ ଗାଇଡଲାଇନ୍ ରହିଛି, ତାକୁ ପାଳନ କରା ଯାଇନଥିବା ଅଭିଯୋଗ ହୋଇଛି ।

ଏ ନେଇ ମୋଦୀ ରାଜ୍ୟର ମୁଖ୍ୟ ନିର୍ବାଚନ ଅଧିକାରୀ ରିପୋର୍ଟ କରିଥିଲେ । ଏବଂ ସମ୍ବଲପୁର ଜିଲ୍ଲା ନିର୍ବାଚନ ଅଧିକାରୀ, ସମ୍ବଲପୁର ଡିଆଇଜି ମଧ୍ୟ ଏ ନେଇ ରିପୋର୍ଟ କରିଥିଲେ । ଏହା ପରେ ନିର୍ବାଚନ କମିସନଙ୍କ ନିର୍ଦ୍ଦେଶ କ୍ରମେ ଘଟଣାର ଯାଂଚ ପାଇଁ ସମ୍ବଲପୁରରେ ପହଁଚିଥିଲେ ନିର୍ବାଚନ କମିସନଙ୍କ ସ୍ୱତନ୍ତ୍ର ଅଧିକାରୀ । ତଦନ୍ତ ପରେ ଜେନେରାଲ ଅବଜରଭର ମହମ୍ମଦ ମହସିନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ପ୍ରାଥମିକ ତଦନ୍ତ ପରେ ନିର୍ବାଚନ କମିସନଙ୍କ ଗାଇଡଲାଇନ୍ ଉଲଂଘନ ହୋଇଥିବା ଜଣାପଡିଥିଲା । ଜେନେରାଲ ଅବଜରଭର ମହମ୍ମଦ ମହସିନଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନେଇ ତାଙ୍କୁ ନିଲମ୍ବନ କରିଛନ୍ତି ନିର୍ବାଚନ କମିସନ୍ ।

Spread the love