ବିଶ୍ୱକପରେ ଧୋନୀଙ୍କ ଉପସ୍ଥିତି ନେଇ କାର୍ତ୍ତିକ କହିଲେ ଏମିତି କଥା, ଫ୍ୟାନ ହେଲେ ନିରାଶ

ଆସନ୍ତା ବିଶ୍ୱକପରେ ଭାରତୀୟ ବ୍ୟାଟ୍ସମ୍ୟାନ ତଥା ଚଳିତ ଆଇପିଏଲର କୋଲକାତା ଟିମର ଅଧିନାୟକ ଦୀନେଶ କାର୍ତ୍ତିକଙ୍କ ପାଇଁ ବିଶ୍ୱକପରେ ସ୍ଥାନ ପାଇବା  ବିଲେଇ ଭାଗ୍ୟକୁ  ଶିକା ଛିଣ୍ଡିବା ଭଳି। ଏକଥା ଆମେ କହୁନୁ ବରଂ ଦୀନେଶ କାର୍ତ୍ତିକ ନିଜେ କହିଛନ୍ତି । ସେ କହିଛନ୍ତି  2019 ବିଶ୍ୱକପରେ ମୋର ସ୍ଥାନ କେବଳ ଫାଷ୍ଟଏଡ ବକ୍ସ ଭଳି । କାରଣ  ମହେନ୍ଦ୍ର ସିଂ ଧୋନୀ ଯଦି କୌଣସି ସ୍ୱାସ୍ଥ୍ୟ ଜନିତ ସମସ୍ୟାରୁ କିଛି ମ୍ୟାଚରୁ ବାହାରେ ବସନ୍ତି ତାହେଲେ ମୋତେ ତାଙ୍କ ଜାଗାରେ ସ୍ଥାନ ମିଳିବ । ନହେଲେ ଟିମ ସହ ଯିବି ଏବଂ ଆସିବି । କାରଣ ଋଷଭ ପନ୍ତଙ୍କ ସ୍ଥାନରେ ମୋତେ  ସୁଯୋଗ ମିଳିଛି । କେବଳ କିପିଂ  ପାଇଁ ଦଳରେ ଜାଗା ମିଳିଛି। ଆଇପିଏଲରେ ଯଦି ଋଷଭ ଭଲ କିପିଂ ପ୍ରଦର୍ଶନ କରିଥାନ୍ତେ ତାହେଲେ  ତାଙ୍କୁ ସୁଯୋଗ ମିଳିଥାନ୍ତା । ଦୀନେଶଙ୍କୁ ବିଶ୍ୱକପରେ ସ୍ଥାନ ମିଳିବା ଯେତିକି ଖୁସି ଦେଇଛି ସେତିକି ମଧ୍ୟ ନିରାସ କରିଛି । ପ୍ରଥମେ ସେ କହିଥିଲେ ଦୀର୍ଘ 12 ବର୍ଷ ପରେ ବିଶ୍ୱକପରେ ସ୍ଥାନ ମିଳିବା ତାଙ୍କ ପାଇଁ ସ୍ୱପ୍ନସତ ଭଳି ଲାଗୁଥିଲା । ହେଲେ ତାଙ୍କର ଏପରି ବୟାନ ସମସ୍ତଙ୍କୁ ଚକିତ କରିଛି ।  ପ୍ରକାଶ ଥାଉକି, ଗତ  ସୋମବାର ଦିନ ଦୀନେଶ କାର୍ତ୍ତିକ ଏବଂ ତାଙ୍କ ପତ୍ନୀ  ଦୀପିକା କୋଲକାତାର ଏକ ହୋଟେଲରେ ଦଳର ସିଇଓଙ୍କ ସହ  ମଧ୍ୟାହ୍ନଭୋଜନ କରୁଥିଲେ । ଏହି ସମୟରେ ଦୀପିକାଙ୍କ ବାପାଙ୍କ ଫୋନ ଆସିଲା । ଏବଂ ସେ କହିଲେ ଦୀନେଶଙ୍କୁ ବିଶ୍ୱକପ ଦଳରେ ସ୍ଥାନ ମିଳିଛି। ଏକଥା ଶୁଣିବାପରେ ସମସ୍ତେ ଖୁସିରେ ନାଚି ଉଠିଥିଲେ । 2017ରୁ ଦୀନେଶ ଟିମ ପାଇଁ ଭଳ ପ୍ରଦର୍ଶନ ପାଇଁ  ଚେଷ୍ଟା କରିଆସୁଥିଲେ । ସେ କହିଥିଲେ ତାଙ୍କ ପ୍ରଦର୍ଶନ ଯଦି ଭଲ ରହିବ ଟିମରେ ତାଙ୍କୁ ନିଶ୍ଚିତ ସ୍ଥାନ ମିଳିବ । ଏବଂ  ଶେଷକୁ ତାଙ୍କୁ ସ୍ଥାନ ମିଳିଛି । ହେଲେ ଯଦି ବିଲେଇ ଭାଗ୍ୟକୁ ଶିକା ଛିଣ୍ଡେ ତାହେଲେ ତାଙ୍କୁ ଚାନ୍ସ ମିଳିବ। ଅର୍ଥାତ୍ ମହେନ୍ଦ୍ର ସିଂ ଧୋନୀ ଯଦି କିଛି ମ୍ୟାଚରେ କୌଣସି କାରଣୁ ବିଶ୍ରାମ ନିଅନ୍ତି ତାହାଲେ ସେ ଖେଳିବେ । ହେଲେ କୌଣସି  ଖେଳପ୍ରେମୀ ଧୋନୀଙ୍କୁ ମିସ କରିବାକୁ ଚାହିଁବେ ନାହିଁ ।

Spread the love