୨୩ରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ଆସନ୍ତା ଏପ୍ରିଲ ୨୩ ତାରିଖ ଦିନ ଓଡିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଶ୍ରୀ ମୋଦି ୨୩ ତାରିଖ ଦିନ ୧୦ଟାରେ କେନ୍ଦ୍ରାପଡା ଠାରେ ପହଂଚି ବିଜୟ ସଂକଳ୍ପ
ସମାବେଶରେ ଉଦବୋଧନ ଦେବେ ବୋଲି ରାଜ୍ୟ ବିଜେପି ଗଣମାଧ୍ୟମ ବିଭାଗ ମୁଖ୍ୟ ଓ ରାଜ୍ୟ ମୁଖପାତ୍ର
ଗୋଲକ ମହାପାତ୍ର ସୂଚନା ଦେଇଛନ୍ତି ।
ସେହିପରି କେନ୍ଦ୍ରାପଡା ସାଧାରଣ ସଭାପରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ମଧ୍ୟାହ୍ନ ୧୨ଟାରେ ବାଲେଶ୍ୱର ଠାରେ
ପହଂଚି ବିଜୟ ସଂକଳ୍ପ ସମାବେଶରେ ଯୋଗ ଦେଇ ଜନସାଧାରଣକୁ ସମ୍ଭୋଧିତ କରିବେ ବୋଲି ଶ୍ରୀ ମହାପାତ୍ର
ସୂଚନା ଦେଇଛନ୍ତି ।

Spread the love