ହିଂସାକାରିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କଲା ବିଜେପି

  • ରାଜ୍ୟରେ ଆତଙ୍କରାଜ ଚଳାଇ ଶାସକ ବିଜେଡି  ବିଜେପିର ପ୍ରାର୍ଥୀ ଏବଂ କର୍ମୀମାନଙ୍କୁ ଆକ୍ରମଣ କରୁଛନ୍ତି । ରାଜନୈତିକ ହତ୍ୟା ମଧ୍ୟ ରାଜ୍ୟରେ ହୋଇସାରିଲାଣି । ବିଜେପିର ପାର୍ଥୀମାନଙ୍କ ଉପରେ ମରଣାନ୍ତକ ଆକ୍ରମଣ ମଧ୍ୟ ହୋଇସାରିଲାଣି । କିନ୍ତୁ ମୁଖ୍ୟ ନିର୍ବାଚନ ଅଧିକାର ଏଥିରେ ନିରବଦ୍ରଷ୍ଟା ସାଜି ଶାସକ ଦଳର  ପ୍ରଶ୍ରୟ ଦେଇ କୌଣସି କାର୍ଯ୍ୟାନୁଷ୍ଠାନ ନନେଉଥିବାରୁ ଏଭଳି ଆତଙ୍କରାଜ ଦିନକୁ ଦିନ ବଢିଚାଲୁଛି
    ା ରାଜ୍ୟର ମୁଖ୍ୟ ନିର୍ବାଚନ ଅଧିକାରି ଏହା ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବା ଅତ୍ୟନ୍ତ ର୍ଦୁଭାଗ୍ୟଜନକ ଘଟଣା ।
    ଯାହା ଫଳରେ ସାଧାରଣ ଭୋଟର, ବିଜେପିର କର୍ମୀ ଏବଂ ସମର୍ଥକଙ୍କ ମନରେ ଭୟର ବାତାବରଣ ସୃଷ୍ଟି ହୋଇଛି ।
  • ରାଜ୍ୟରେ ରାଜନୈତିକ ହିଂସା ଦମନ ସହ ହିଂସାକାରିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବ କରି ରାଜ୍ୟ ଉପସଭାପତି ସମୀର ମହାନ୍ତିଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରଙ୍କୁ ଭେଟି ଦାବି ପତ୍ର ପ୍ରଦାନ କରିଛି ।
    ସୋରଡାରେ ବିଜେପିର କାର୍ଯ୍ୟକର୍ତା  ସନ୍ତୋଷ ପତିଙ୍କୁ ନିର୍ବାଚନି ପୋଷ୍ଟର ମରାକୁ ନେଇ ଏକ
    ଛୋଟିଆ କଥାରେ  ହତ୍ୟା କରିଛନ୍ତି । ବିଜୁ ଯୁବ ବାହିନୀ ପୂର୍ବରୁ ଯୋଜନା କରି ଶ୍ରୀ ପତିଙ୍କୁ ମରଣାତ୍ମକ ଆକ୍ରମଣ କରିଥିବାରୁ କାଲି ହସ୍ପିଟାଲରେ ସେ ମୃତ୍ୟୁ ବରଣ କରିଛନ୍ତି ।
  •   ଭୁବନେଶ୍ୱର ମଧ୍ୟ ନିର୍ବାଚନ ମଣ୍ଡଳୀର ବିଜେପି ବିଧାୟକ ପ୍ରାର୍ଥୀ ଶ୍ରୀ ଜଗନ୍ନାଥ ପ୍ରଧାନଙ୍କୁ ୪୮ ନମ୍ବର ୱାର୍ଡରେ ଥିବା ନିର୍ବାଚନ କାର୍ଯ୍ୟାଳୟ ଉପରକୁ ୩ଟି ବୋମା ମାଡ କରାଯାଇଥିଲା ।
    ସେହିପରି ଆଜି ବ୍ରଜରାଜ ନଗର ବିଧାନସଭା ମଣ୍ଡଳୀର ବିଜେପି ବିଧାୟିକା ପ୍ରାର୍ଥୀନୀ  ରାଧାରାଣୀ ପଣ୍ଡାଙ୍କୁ
    ଭୋଟ କେନ୍ଦ୍ର ଭିତରକୁ ଯିବା ସମୟରେ ତାଙ୍କ ଉପରକୁ ଆକ୍ରମଣ ହୋଇଛି ।
  • ତାଙ୍କ ବ୍ୟକ୍ତିଗତ ସୁରକ୍ଷା କର୍ମୀଙ୍କ ଉପରକୁ ଠେଙ୍ଗା ମାଡ କରିଥିବାରୁ ତାଙ୍କ ମୁଣ୍ଡ ଫାଟିବା କାରଣରୁ ସେ ହସ୍ପିଟାଲରେ ଭର୍ତି ହୋଇଛନ୍ତି । ଏହି
    ଘଟଣା ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଏଥିରେ ସଂପୃକ୍ତ ଥିବା ଅପରାଧି ମାନଙ୍କୁ ଗିରଫ କରିବା କଥା । ହେଲେ ଜିଲ୍ଲାର ଏସିପି ଏବଂ ଜିଲ୍ଲାପାଳ ଏହି ଘଟଣାର କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହାନ୍ତି ବୋଲି ଶ୍ରୀ ମହାନ୍ତି କହିଛନ୍ତି ।
    ଏହି ପ୍ରତିନିଧି ଦଳରେ ରାଜ୍ୟ ଉପସଭାପତି ଶ୍ରୀ ରମାରଂଜନ ବଳିଆରସିଂ ଏବଂ ବିଜେପି କୃଷକ କୋର୍ଚ୍ଚାର ସାଧାରଣ ସଂପାଦକ ଶ୍ରୀ ସୁରଥ ବିଶ୍ୱାଳ , ନିର୍ବାଚନ ପ୍ରକୋଷ୍ଠର ସଂଯୋଜକ ଜୟନ୍ତ ଜେନା ପ୍ରମୁଖ ଉପସ୍ଥିତ ଥିଲେ ।
Spread the love