ହାତୀ ଭାଙ୍ଗିଲେ ଘର

ତେଲକୋଇ,୨୮/୦୬:  କେନ୍ଦୁଝର ଜିଲ୍ଲା ତେଲକୋଇ ଅଞ୍ଚଳରେ ହାତୀ ଆତଙ୍କ । ଘରର କାନ୍ଥ ଭାଙ୍ଗି ଦେଲେ ହାତୀ ପଲ । ଫଳରେ କାନ୍ଥ ପଡି ଜଣେ ଶିଶୁ ଗୁରୁତର ହୋଇ ପଡିଥିବା ଜଣାପଡିଛି ।

ସୂଚନା ଅନୁସାରେ, ଗତ କିଛିଦିନ ଧରି ତେଲକୋଇ ରେଞ୍ଜ କୃଷ୍ଣପୁର ଗାଁରେ ୧୨ ଟିକିଆ ହାତୀପଲଙ୍କ ଉପଦ୍ରବ ଦେଖିବାକୁ ମିଳିଛି । ରବିବାର ବିଳମ୍ବିତ ରାତିରେ ଗାଁରେ ପଶି ହାତୀପଲ ଗୋବିନ୍ଦ ନାୟକ ଓ କଷ୍ଟୁ ନାୟକଙ୍କ ଘର ଭାଙ୍ଗି ଦେଇଥିଲେ । ଏହାସହ ଧାନ ଚାଉଳ ବି ଖାଇଯାଇଥିଲେ ।

ତେବେ ଘର ଭାଙ୍ଗିବା ସମୟରେ କାନ୍ଥ ପଡି କଷ୍ଟୁ ନାୟକଙ୍କ ୫ ବର୍ଷର ଶିଶୁ ଗୁରୁତର ହୋଇ ପଡିଛନ୍ତି । ଶିଶୁଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।  

Spread the love