ବିଜେପିରେ ସାମିଲ ହେଲେ ସୋର ନିର୍ବାଚନ ମଣ୍ଡଳୀର ମୃତ୍ୟୁଞ୍ଜୟ ଜେନା

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଏବଂ ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ
ଶାହାଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ୨୦୧୪ ସୋର ନିର୍ବାଚନମଣ୍ଡଳୀର କଂଗ୍ରେସ ପ୍ରାର୍ଥୀ ତଥା ଯୁବ କଂଗ୍ରେସ
ନେତା ମୃତ୍ୟୁଞ୍ଜୟ ଜେନା ବିଜେପିରେ ସାମିଲ ହୋଇଛି ।
ସୋର ନିର୍ବାଚନ ମଣ୍ଡଳୀର କଂଗ୍ରେସ ନେତା କୌଶିକ ଜେନା, ଜଗବନ୍ଧୁ ଜେନା, ସରୋଜ ଜେନା, ତାପସ ଦାସ,
ବଳରାମ ବେହେରାଙ୍କ ସମେତ ଶତାଧିକ ସଂଖ୍ୟାରେ ବିଜେଡି ଓ କଂଗ୍ରେସ କର୍ମୀ ବିଜେପିରେ ସାମିଲ ହୋଇଛନ୍ତି ।
ରାଜ୍ୟ ସଂପାଦିକା ଡ. ଲେଖାଶ୍ରୀ ସାମନ୍ତସିଂହାର ଏବଂ ରାଜ୍ୟ ଉପସଭାପତି ସମୀର ମହାନ୍ତି ସମସ୍ତ ନୂତନ ସଦସ୍ୟଙ୍କୁ
ଦଳୀୟ ଉତରୀୟ ଏବଂ ଟୋପି ପିନ୍ଧାଇ ବିଦ୍ଧିବଦ୍ଧ ଭାବେ ଦଳରେ ସାମିଲ କରାଇଛନ୍ତି । ଶ୍ରୀ ମହାନ୍ତି ସମସ୍ତ ନୂତନ ସଦସ୍ୟଙ୍କୁ
ସ୍ୱାଗତ କରିବା ସହ ସାଧୁବାଦ ଜଣାଇଛନ୍ତି ।

ଏହି ମିଶ୍ରଣ ଦ୍ୱାରା ଦଳ ଆହୁରି ମଜବୁତ୍ ହେବ ବୋଲି ଶ୍ରୀ ମହାନ୍ତି କହିଛନ୍ତି । କଂଗ୍ରେସ ଦଳର ଆଚରଣ ଏବଂ ବ୍ୟବହାରରେ ମୁଁ ଅଣ ନିଶ୍ୱାସୀ ହୋଇଯାଇଥିଲି । ଅନ୍ୟପଟେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ସବକା ସାଥ ସବକା ବିକାଶରେ ଅନୁପ୍ରାଣିତ ହୋଇ ବିଜେପିରେ ସାମିଲ ହୋଇଛି ବୋଲି ମୃତ୍ୟୁଞ୍ଜୟ ଜେନା କହିଛନ୍ତି । ଏହି ମିଶ୍ରଣ ପର୍ବରେ ରାଜ୍ୟ ନିର୍ବାଚନ ପ୍ରକୋଷ୍ଠର ସଂଯୋଜକ ଜୟନ୍ତ ଜେନା ପ୍ରମୁଖ ଉପସ୍ଥିତ ଥିଲେ ।

Spread the love