କ୍ୟାପଚରିଂ ହୋଇଥିବା ୩୦୧ ବୁଥରେ ପୁନଃ ମତଦାନ ଦାବି କଲା ବିଜେପି

ଗତକାଲି ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନରେ ଶାସକ ଦଳ  ଅନେକ ବୁଥରେ ବୁଥ ରିଗିଂ ଏବଂ କ୍ୟାପଚରିଂ କରିଛନ୍ତି । ଅନେକ ସ୍ଥାନରେ ଇଭିଏମ ମେସିନରେ ସମସ୍ୟା ଦେଖାଯିବା ସହ ଅନେକ ସ୍ଥାନରେ ବିଳମ୍ବରେ ମତଦାନ ହୋଇଛି । ପ୍ରଥମ ପର୍ଯ୍ୟାୟରେ ବିଜେଡି ୬ଟି ବୁଥ କ୍ୟାପଚରିଂ କରିଥିଲା ଦ୍ୱିତୀୟ ପର୍ଯ୍ୟାୟରେ ଏହା ୨୬କୁ ପହଂଚିଛି । ବିଜେଡି ଦଳ   ଭୋଟରମାନଙ୍କୁ ଡରାଇ ଲୋକମାନଙ୍କୁ ମତଦାନରୁ ବଂଚାଇବା ପ୍ରଥମ ପର୍ଯ୍ୟାୟ ନିର୍ବାଚନ ବେଳେ ୨୭ ଥିଲା । ଦ୍ୱିତୀୟ ପର୍ଯ୍ୟାୟରେ ଏହା ୪୭ରେ ପହଂଚିଛି ।

ସେହିପରି ବିଜେଡି ଦଳ ପ୍ରଥମ ପର୍ଯ୍ୟାୟରେ ୬ଟି ରେ ବୁଥ୍ ରିଗିଂ କରିଥିଲା ଏବେ ୨ୟ ପର୍ଯ୍ୟାୟରେ ଏହା ୩୩ରେ ପହଂଚିଛି । ଯେଉଁଭଳି ବୁଥ୍କ୍ୟାପଚରିଙ୍ଗ ଏବଂ ରିଗିଂ ବଢିଚାଲିଛ ଏହାର ମୁଖ୍ୟ କାରଣ ହେଉଛି ପର୍ଯ୍ୟାପ୍ତ ପରିମାଣର ପୋଲିସ ବାହିନୀଙ୍କୁ ମୁତୟନକରାଯାଉନାହିଁ, ମତଦାନ କେନ୍ଦ୍ରରେ ସିସିଟିଭି ଲଗାଯାଉ ନାହିଁ ଏବଂ ବିଜେଡି ପ୍ରଭାବ ଶାଳୀ ନେତାମାନଙ୍କୁ ପୋଲିସ ସୁଯୋଗ ଦେଉଛି ।

ପ୍ରଥମ ପର୍ଯ୍ୟାୟରେ ସଂପୂର୍ଣ୍ଣ ୧୦୫ ବୁଥ୍କୁ ପୁନଃ ମତଦାନ କରିବାକୁ ବିଜେପି ଦାବି କରିଥିଲା ଯାହାକୁ ମୁଖ୍ୟ
ନିର୍ବାଚନ ଅଧିକାରୀ କରାଇ ଦେଲେ ନାହିଁ । ଦ୍ୱିତୀୟ ପର୍ଯ୍ୟାୟରେ ବର୍ତମାନ କ୍ୟାପଚରିଙ୍ଗ ଓ ରିଙ୍ଗି ହୋଇଥିବା ୩୦୧ ବୁଥରେ ପୁନଃ ମତଦାନ କରିବାକୁ ମୁଖ୍ୟ ନିର୍ବାଚନ ଅଧିକାରଙ୍କ ପାଖରେ ଦାବି କରାଯାଇଛି ବୋଲି ରାଜ୍ୟ ଉପସଭାପତି  ସମୀର ମହାନ୍ତି କହିଛନ୍ତି ।

ଶ୍ରୀ ମହାନ୍ତି କହିଛନ୍ତି ଯେ ରାଜ୍ୟ ମୁଖ୍ୟ ଅଧିକାରୀ ନିର୍ବାଚନ ପରିଚାଳନା ଦାୟୀତ୍ୱରେ ଅବହେଳା କରିଛନ୍ତି । ହିଞ୍ଜିଳିରେ ୩ଟି ବୁଥ ବିଜେଡି    କର୍ମୀ ଦ୍ୱାରା କ୍ୟାପଚରିଂ ହୋଇଛି । ବିଜେପୁରରେ ୭ ଟି ଯାଗାରେ କ୍ୟାପଚରିଂ ହୋଇଛି I ଭଟଲିରେ ମନ୍ତ୍ରୀ ସୁଶାନ୍ତ ସିଂ ଲଢୁଥିବା ସ୍ଥାନରେ ୧୨ଟି ବୁଥ୍ କ୍ୟାପଚରିଂ ହୋଇଛି ଯେଉଁଥିରେ ୭ଟିରେ ଏକପାଖିଆ ଭାବେ ବିଜେପିର ଏଜେଟଂମାନଙ୍କୁ ପୋଲିସ ଲଗାଇ ବୁଥରୁ ବାହାର କରି ଦିଆଯାଇଛି । ଅତାବିରା ନିର୍ବାଚନୀ ମଣ୍ଡଳୀରେ ସ୍ନେହାଙ୍ଗୀନି ଛୁରିଆଙ୍କ ଲୋକ ମାନେ ବୁଥ କ୍ୟାପଚରିଂ କରି ଏକପାଖିଆ କରି ଭୋଟ ହାତେଇବାକୁ ଚେଷ୍ଟା କରାଯାଇଛି ।

ଭଞ୍ଜନଗର ନିର୍ବାଚନି ମଣ୍ଡଳୀରେ ବିକ୍ରମ କେଶରୀ ଆରୁଖଙ୍କ ବୁଥ୍ରେ ରିଗିଂ କରାଯାଇଛି । ୧୨୬ ନମ୍ବର ବୁଥ୍ ଯେଉଁଠି ହତ୍ୟାକାଣ୍ଡ ହୋଇଥିଲା ଲୋକମାନେ ସେଠି ଭୋଟ ବର୍ଜନ କରିଥିଲେ । ବୌଦ୍ଧରେ ମଧ୍ୟ ୪ଟି ବୁଥ୍ରେ ବିଜେଡି ଦାଦାଗିରି କରି ଭୋଟକୁ ଏକପାଖିଆ କରିଛନ୍ତି ।
ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଥିବା ଏହି ପ୍ରତିନିଧି ଦଳରେ ନିର୍ବାଚନ ପ୍ରକୋଷ୍ଠର ଆବାହକ  ରବିଶଙ୍କର
ପଟ୍ଟନାୟକ ଏବଂ ସଂଯୋଜକ  ଜୟନ୍ତ ଜେନା ପ୍ରମୁଖ ଉପସ୍ଥିତ ଥିଲେ ।

Spread the love