ପୂର୍ବତନ କେନ୍ଦ୍ରମନ୍ତ୍ରୀ ପି.ଆର କୁମାରମଙ୍ଗଲମଙ୍କ ପତ୍ନୀଙ୍କୁ ହତ୍ୟା

ଆଦିଲ୍ଲୀ ୭/୭ : ସ୍ୱର୍ଗତ ପୂର୍ବତନ କେନ୍ଦ୍ରମନ୍ତ୍ରୀଙ୍କ ପତ୍ନୀଙ୍କୁ ହତ୍ୟା । ପି ରଂଗରାଜନ କୁମାରମଙ୍ଗଲମଙ୍କ ପତ୍ନୀ କିଟ୍ଟି କୁମାରମଂଗଲମଙ୍କୁ ଗତକାଲି ରାତିରେ ବସନ୍ତ ବିହାରସ୍ଥିତ ତାଙ୍କ ବାସଭବନରେ ହତ୍ୟା କରାଯାଇଛି । ତେବେ ଏହି ଘଟଣାରେ ପୋଲିସ ଜଣେ ସଫେଇ କର୍ମଚାରୀଙ୍କ ଗିରଫ କରାଯାଇଛି । ପୋଲିସ ସନ୍ଦେହ ଘେରରେ ଥିବା ଅନ୍ୟ ୨ଜଣ ଅଭିଯୁକ୍ତ ଫେରାର ଅଛନ୍ତି ।

ସୂଚନା ଅନୁଯାୟୀ ଗତାକାଲି ରାତିରେ ୬୭ ବର୍ଷୀୟ କିଟ୍ଟି କୁମାରମଂଗଲମଙ୍କ ଘରେ ପଶି ଦୁର୍ବୃତ୍ତମାନେ ବିଭତ୍ସ ଭାବେ ହତ୍ୟା କରିଛନ୍ତି । ପୂର୍ବତନ ମନ୍ତ୍ରୀଙ୍କ ସ୍ତ୍ରୀ ବସନ୍ତ ବିହାରସ୍ଥିତ ନିଜର ନିବାସରେ ୨ୟ ମହଲାରେ ରହୁଥିଲେ । କିଟ୍ଟିଙ୍କ ସ୍ୱାମୀ ପି ରଂଗରାଜନ କୁମାରମଂଗଳମ ସ୍ୱର୍ଗତଃ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ସରକାରରେ ମନ୍ତ୍ରୀ ଥିଲେ ।

ରଂଗରାଜନ କୁମାରମଂଗଲମଙ୍କ କର୍କଟ ରୋଗରେ ମୃତ୍ୟୁ ହୋଇଥିଲା । ତେବେ କିଟ୍ଟିଙ୍କ ଚାକରାଣୀ ପୋଲିସକୁ କହିଛନ୍ତି, ମଂଗଳବାର ରାତି ପାଖାପାଖି ୯ଟାରେ ରାଜୁ ନାମକ ଜଣେ ବ୍ୟକ୍ତି ଆସିଥିଲା । ଏହା ପରେସେ କବାଟ ଖୋଲିଥିଲେ । ସେହି ସମୟରେ ପୁଣି ୨ ଜଣ ଲୋକ ପ୍ରବେଶ କରିଥିଲେ । ସେମାନେ ତକିଆରେ ମୁହଁ ରଖି କିଟ୍ଟିଙ୍କୁ ହତ୍ୟା କରିଥିଲେ ।

ଚାକରାଣୀଙ୍କ ବୟାନ ଆଧାରରେ ପରେ ପୋଲିସ ସଫେଇ କର୍ମଚାରୀ ରାଜୁକୁ ଅଟକ ରଖିଛି । ୨୪ ବର୍ଷୀୟ ରାଜୁ ବସନ୍ତ ବିହାରର ଭୱର ସିଂହ ପରିସରରେ ରହୁଥିଲା । ହତ୍ୟାକାଣ୍ଡରେ ସଂପୃକ୍ତ ଅନ୍ୟ ୨ ଜଣ ଅଭିଯୁକ୍ତଙ୍କ ପରିଚୟ ମିଳିଛି । କିନ୍ତୁ ସେମାନେ ଫେରାର ଥିବାରୁ ପୋଲିସ ଗିରଫ କରିବା ପାଇଁ ଚଢ଼ାଉ ଜାରି ରଖିଛି ।

Spread the love