ତଥ୍ୟ ନଜାଣି ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିବା ଅତ୍ୟନ୍ତ ହାସ୍ୟାସ୍ପଦ ଘଟଣା:ପୃଥ୍ୱୀରାଜ ହରିଚନ୍ଦନ

ଭୁବନେଶ୍ୱର: ଆବାସ ଯୋଜନା ସଂପର୍କରେ ଓଡିଶାର ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କୁ ଚିଠିରେ ୨ଟି କଥା ଉଲ୍ଲେଖ କରିଛନ୍ତି । ପ୍ରଥମତଃ ଓଡିଶାର ଫନିରେ ପ୍ରଭାବିତ ନହୋଇଥିବା ଅଂଚଳ ମାନଙ୍କ ପାଇଁ ଆଉ ଘରର ଆବଶ୍ୟକତା ଅଛି ଏବଂ ଦ୍ୱିତୀୟରେ ଆବାସ ସ୍ଲଟ ପୋର୍ଟାଲ ଯେଉଁଥିରେ କି ଜିଓ ଟ୍ୟାଗିଂ ସହିତ ବେନିଫିସିଆରି ମାନଙ୍କର ନାମ ଯୋଡା ହେବାର ଆବଶ୍ୟକତା ଅଛି । ସେ ଆବାସ ପୋର୍ଟାଲ ଖୋଲାନହେଉଥିବାରୁ ଓଡିଶାର ହିତାଧିକାରୀ ମାନଙ୍କର ନାମ ଯୋଡି ହୋଇପାରୁନାହିଁ ଆବାସ ପୋର୍ଟାଲରେ ସେଥିପାଇଁ ଓଡିଶା ପ୍ରଦେଶରେ ଲୋକେ ହଇରାଣ ହେଉଛନ୍ତି । ତଥ୍ୟ ନଜାଣି ମୁଖ୍ୟମନ୍ତ୍ରୀ ଏପରି ଚିଠି ଲେଖିବା ଅତ୍ୟନ୍ତ ହାସ୍ୟାସ୍ପଦ ବୋଲି ବିଜେପି ରାଜ୍ୟ ସାଧାରଣ ସଂପାଦକ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନ କଟାକ୍ଷ କରିଛନ୍ତି।
ରାଜ୍ୟସରକାର କୋକିଶିଆଳି ଭଳି ଚାଲାକି ନଦେଖାଇ ନିଜ ରାଜ୍ୟ ପ୍ରତି ନୈତିକତା ଦେଖାଇବା ସହ କିପରି ରାଜ୍ୟବାସୀ କେନ୍ଦ୍ରୀୟଯୋଜନାର ସୁଫଲ ପାଇବେ ସେ ଦିଗରେ କାର୍ଯ୍ୟ କରିବା କଥା । କିନ୍ତୁ ତାହା ନକରି ରାଜ୍ୟ ସରକାର ନିଜକୁ ସୁରକ୍ଷା ଦେବାପାଇଁ ନୀଳବର୍ଣ୍ଣଶୃଗାଳ ପରି ଛଦ୍ମବେଶ ଧାରଣ କରିବା ଅତ୍ୟନ୍ତ ନିନ୍ଦନୀୟ ଘଟଣା । ଯେଉଁଟା ସତ୍ୟ ତାହା ଉପସ୍ଥାପନା କରିବାର ଆବଶ୍ୟକତା ରହିଛି । ମୁଖ୍ୟମନ୍ତ୍ରୀ ଗତ କାଲି ଚିଠିରେ ଯାହା ଲେଖିଛନ୍ତି ତାହା ସମ୍ପୂର୍ଣ୍ଣ ମିଥ୍ୟା ବୋଲି ଶ୍ରୀ ହରିଚନ୍ଦନ କହିଛନ୍ତି । ହରିଚନ୍ଦନ କହିଛନ୍ତି ଯେ, ୨୦୧୮-୧୯ରେ ୫ ଥର ଆବାସ ସଫ୍ଟର ଉଇଣ୍ଡୋ ଓପନ ହୋଇଥିଲା । ୦୬ ଜୁଲାଇ ୨୦୧୭ ରୁ୩୧ ମାର୍ଚ୍ଚ ୨୦୧୮ ପର୍ଯ୍ୟନ୍ତ ଆବାସ ସଫ୍ଟର ଉଇଣ୍ଡୋ ଖୋଲା ଥିଲା । ପ୍ରଥମଥର ପାଇଁ ୩୧ ମାର୍ଚ୍ଚ ୨୦୧୮ରୁ ୩୦ ଜୁନ୍ ୨୦୧୮ ପର୍ଯ୍ୟନ୍ତ ସମୟସୀମା ବୃଦ୍ଧି କରାଗଲା । ପୁଣିଥରେ ୩୦ ଜୁନ୍ ୨୦୧୮ରୁ ୩୦ ସେପ୍ଟେମ୍ବର ୨୦୧୮ ପର୍ଯ୍ୟନ୍ତ ଉଇଣ୍ଡୋ ଓପନ କରାଗଲା । ୩୦ ସେପ୍ଟମ୍ବର ୨୦୧୮ରୁ ୩୦ ନଭେମ୍ବର ୨୦୧୮ ପର୍ଯ୍ୟନ୍ତ ଉଇଣ୍ଡୋ ଓପନ କରାଗଲା । ଶେଷରେ ୭ ମାର୍ଚ୍ଚ ୨୦୧୯ ପର୍ଯ୍ୟନ୍ତ ଉଇଣ୍ଡୋ ଓପନ କରାଯାଇଥିଲା ।
ରାଜ୍ୟ ସରକାର ଏହି ପର୍ଯ୍ୟାପ୍ତ ସମୟ ଭିତରେ ମାତ୍ର ୪୫,୯୦୩ଟି ନାଁ ଅପଲୋଡ୍ କରିଛନ୍ତି ।ଫନି ବାତ୍ୟା ସମୟରେ ରାଜ୍ୟ ସରକାର କହିଥିଲେ କି, ୩.୮୯ ଲକ୍ଷ ପ୍ରଭାବିତ ଲୋକଙ୍କୁ ଘର ଦେବାର ଆବଶ୍ୟକତା ରହିଛି ବୋଲିଦର୍ଶାଇ ଉଇଣ୍ଡୋ ଓପନ କରିବାକୁ ରାଜ୍ୟ ସରକାର ଚିଠି ଲେଖିଥିଲେ । ଏହାକୁ ଆଧାର କରି ୨୭ ଅଗଷ୍ଟରୁ ୧୦ ସେପ୍ଟମ୍ବର ପର୍ଯ୍ୟନ୍ତ ଉଇଣ୍ଡୋଓପନ କରାଯାଇଥିଲା । ତଥାପି ରାଜ୍ୟ ସରକାର ହିତାଧିକାରୀଙ୍କ ନାଁ ଯୋଡି ପାରିଲେ ନାହିଁ । ପୁଣିଥରେ ୧୫ ଦିନ ସମୟସୀମା ବୃଦ୍ଧି କରିବାକୁ କହିବା ପରେ ଦ୍ୱିତୀୟ ପର୍ଯ୍ୟାୟରେ ୨୫ ସେପ୍ଟେମ୍ବରରୁ ୯ ଅକ୍ଟୋବର ପର୍ଯ୍ୟନ୍ତ ଉଇଣ୍ଡୋ ଓପନ କରାଯାଇଥିଲା । ଦୁଇଟି ପର୍ଯ୍ୟାୟରେ ରାଜ୍ୟସରକାର ପାଖପାଖି ୧୩ ଲକ୍ଷ ଲୋକଙ୍କ ନାଁ ଯୋଡିବାକୁ ପ୍ରୟାସ କଲେ । ପ୍ରଧାନମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ ମିଛର ଅବତାରଣା କରି ଚିଠି ଲେଖିବାଅତ୍ୟନ୍ତ ଦୁର୍ଭାଗ୍ୟଜନକ ଘଟଣା ବୋଲି ଶ୍ରୀ ହରିଚନ୍ଦନ କହିଛନ୍ତି । ଆବାସ ଯୋଜନାରେ ଆସିଥିବା ୮,୧୭,୦୦୦ ପକ୍କା ଘର ବଂଟନରୁ ଫନି ପ୍ରଭାବିତ ନହୋଇ ଥିବା ୧୬ ଟି ଜିଲ୍ଲାରେ ରାଜ୍ୟସରକାର ଗୋଟିଏ ବି ଘର ତାଲିକାଭୃକ୍ତ କରିନାହାଁନ୍ତି । ସେହି ଜିଲ୍ଲାଗୁଡିକରେ ଅନେକ ଯୋଗ୍ୟ ହିତାଧିକାରୀ ଘର ପାଇବା ପାଇଁ ଅପେକ୍ଷା କରି ରହିଛନ୍ତି । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବରଗଡ, ବଲାଙ୍ଗିର, ବୌଦ୍ଧ, କଳାହାଣ୍ଡି, କୋରାପୁଟ, ନବରଙ୍ଗପୁର, ରାୟଗଡା, ସମ୍ବଲପୁର ଓସୁନ୍ଦରଗଡ ଆଦି ଜିଲ୍ଲାକୁ ଘର ଆବଂଟନ ଶୂନ ରହିଥିବାବେଳେ କେବଳ ଝାରସୁଗୁଡା ଜିଲ୍ଲାକୁ ଏହି ଯୋଜନାରେ ମାତ୍ର ୪ଟି ଘର ଆବଂଟନକରାଯାଇଛି । ରାଜ୍ୟ ସରକାର ଏଦିଗରେ ଏପର୍ଯ୍ୟନ୍ତ କାହିଁକି ମୁହଁ ଖୋଲୁ ନାହଁନ୍ତି ବୋଲି ଶ୍ରୀ ହରିଚନ୍ଦନ ପ୍ରଶ୍ନ କରିଛନ୍ତି । ।
ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସାମିଲ ହେବା ପାଇଁ ଗ୍ରାମ ସଭାରେ ନିଷ୍ପତି ହେବା ଦରକାର । ପ୍ରତିପଂଚାୟତରେ ଜନନିରୀକ୍ଷଣ ସମିତି କରାଯାଉ ଏବଂ ଯୋଗ୍ୟ ହିତାଧିକାରୀଙ୍କୁ ତାଲିକା ଭୃକ୍ତ କରାଯାଉ । ଏହା ସହ ସାନି ସର୍ଭେ କରି ଯୋଗ୍ୟ ହିତାଧିକାରୀଙ୍କୁ ପକ୍କା ଘର ଯୋଗାଇ ଦିଆଯାଉ । ଅଯୋଗ୍ୟ ହିତାଧିକାରୀକୁ ପକ୍କାଘର ବାଂଟିଲେ ରାଜ୍ୟ ସରକାର ଅସୁବିଧାରେ ପଡିବେ ବୋଲି ଶ୍ରୀ ହରିଚନ୍ଦନ ଚେତାବନୀଦେଇଛନ୍ତି ।ଏପ୍ରିଲ ମାସରୁ ରିପୋର୍ଟ ଆସିଛି କି ଆବାସ ଯୋଜନାରେ ପକ୍କା ଘର ବଂଟନରେ ବ୍ୟାପକ ଭ୍ରଷ୍ଟାଚାର ହୋଇଛି । ଯେଉଁମାନେ ଏଥିରେସଂପୃକ୍ତ ସେମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ । ରାଜ୍ୟ ସରକାର ଏପର୍ଯ୍ୟନ୍ତ ଚୁପ୍ ବସିବାର ଅର୍ଥ ହେଉଛି କି, ଚୋରିକୁଘଂଟ ଘୋଡାଇବା ପାଇଁ ରାଜ୍ୟ ସରକାର ପୋତ୍ସାହନ ଦେଉଛନ୍ତି । ମିଛ କହିବା ରାଜ୍ୟ ସରକାର ବନ୍ଦ କରନ୍ତୁ । ସରକାରଙ୍କ ଉତରଦାୟୀତ୍ୱ ଏବଂନୈତିକତାକୁ ଠିକଣା ଭାବରେ ନିଭାନ୍ତୁ । ଆଗାମୀ ୪୮ ଘଂଟାରେ ରାଜ୍ୟ ସରକାର ପକ୍କା ଘର ବଂଟନ ମହା ଦୁର୍ନୀତି ଉପରେ ବିଜେପି ପକ୍ଷରୁପଚରାଯାଇଥିବା ପ୍ରଶ୍ନର ଉତର ରଖିବାକୁ ଶ୍ରୀ ହରିଚନ୍ଦନ ଦାବି କରିଛନ୍ତି ।

Spread the love