ରାଷ୍ଟ୍ରମନ୍ତ୍ରୀ ଭାବେ ଶପଥ ନେଲେ ମୟୁରଭଞ୍ଜ ସାଂସଦ ବିଶେଶ୍ୱର ଟୁଡୁ

ନୂଆଦିଲ୍ଲୀ, ୦୭/୦୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମନ୍ତ୍ରୀ ମଣ୍ଡଳରେ ସ୍ଥାନ ପାଇଛନ୍ତି ମୟୁରଭଞ୍ଜ ସାଂସଦ ବିଶେଶ୍ୱର ଟୁଡୁ । ଆଜି ରାଷ୍ଟ୍ରପତି ଭବନରେ ବିଶେଶ୍ୱର ରାଷ୍ଟ୍ରମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ଜାରି ହୋଇଥିବା ତାଲିକାରେ ସେ ୩୮ ନମ୍ୱର ସ୍ଥାନରେ ରହିଥିଲେ । ସର୍ବମୋଟ ୪୩ ଜଣଙ୍କ ନାମ ଏହି ତାଲିକାରେ ଥିବା ବେଳେ ଓଡ଼ିଶାର ଦୁଇ ନେତାଙ୍କ ନାମ ଏଥିରେ ସ୍ଥାନ ପାଇଥିଲା । ବେଜିପି ସାଂସଦ ଅଶ୍ୱିନୀ ବୈଷ୍ଣବ ଏବଂ ସାଂସଦ ବିଶେଶ୍ୱର ଟୁଡୁଙ୍କ ନାମ ଏଥିରେ ରହିଥିଲା ।

ଅଶ୍ୱିନୀ ତାଲିକାର ଷଷ୍ଠ ସ୍ଥାନରେ ରହିଥିବା ବେଳେ ଆଜି କ୍ୟାବିନେଟ୍‌ ମନ୍ତ୍ରୀ ଭାବେ ଶପଥ ନେଇଥିଲେ । ତେବେ ପ୍ରଥମ ଥର ପାଇଁ ଅଶ୍ୱିନୀଙ୍କୁ କ୍ୟାବିନେଟ୍‌ ପାହ୍ୟା ମିଳିଥିବା ବେଳେ ମୟୁରଭଞ୍ଜ ସାଂସଦ ବିଶେଶ୍ୱର ଟୁଡୁଙ୍କୁ ମଧ୍ୟ ପ୍ରଥମ କରି ରାଷ୍ଟ୍ର ପାହ୍ୟା ମିଳିଛି ।

Spread the love