ରାଉରକେଲା ସରକାରୀ ହସ୍ପିଟାଲ: କରୋନାରେ ଜନ୍ମ ନେଲେ ୧୦,୦୦୦ ଶିଶୁ

ସେମିତି ଗତ ୨୦୨୦ ଏପ୍ରିଲରୁ ୨୦୨୧ ମଇ ମାସ ଅର୍ଥାତ୍‌ ୧୪ ମାସରେ ମୋଟ ୧୦ ହଜାର ୧୦ ଶିଶୁ ଜନ୍ମ ନେଇଛନ୍ତି। ଏଥି ମଧ୍ୟରେ ୨୦୨୧ ଜାନୁଆରିରୁ ମଇ ଅର୍ଥାତ୍‌ ୫ ମାସରେ ୨ ହଜାର ୬୫୨ ଶିଶୁ ଜନ୍ମ ନେଇଛନ୍ତି। କେବଳ ସରକାରୀ ହସ୍ପିଟାଲରେ ନୁହେଁ ସହରର ଅନ୍ୟ ଘରୋଇ ହସ୍ପିଟାଲ ଓ ନର୍ସିଂ ହୋମ୍‌ରେ ପୂର୍ବାପେକ୍ଷା କରୋନାରେ ଅଧିକ ଶିଶୁ ଜନ୍ମ ନେଇଥିବା ଜଣାଯାଇଛି। ସବୁଠୁ ଆଶ୍ଚର୍ଯ୍ୟକଥା, କରୋନା ସଂକ୍ରମଣ ହୁ ହୁ ହୋଇ ବଢ଼ୁଥିବାବେଳେ ଏହାର କୌଣସି ପ୍ରଭାବ ଉଭୟ ମା’ ଓ ନବଜାତ ଶିଶୁଙ୍କ ଉପରେ ପଡି ନାହିଁ। ସହରର ଅଳ୍ପ କେତେକ ଗର୍ଭବତୀ ମା’ କରୋନାରେ ଆକ୍ରାନ୍ତ ହୋଇଛନ୍ତି, କିନ୍ତୁ ସେମାନଙ୍କ ଗର୍ଭରୁ ଜନ୍ମ ନେଇଥିବା ଶିଶୁ ସମ୍ପୂର୍ଣ୍ଣ ସୁସ୍ଥ ଥିଲେ।

ରାଉରକେଲା ସରକାରୀ ହସ୍ପିଟାଲରୁ ମିଳିଥିବା ତଥ୍ୟ ଅନୁଯାୟୀ ୨୦୧୯ରେ ମୋଟ ୮, ୧୫୧, ୨୦୨୦ରେ ୮, ୩୭୪ ଓ ୨୦୨୧ ଜାନୁଆରୀରୁ ମଇ ଅର୍ଥାତ୍‌ ୫ ମାସରେ ୨,୬୫୨ ଶିଶୁ ଜନ୍ମ ନେଇଛନ୍ତି। ୨୦୨୦ରେ ପୁତ୍ର ସନ୍ତାନ ଠାରୁ କନ୍ୟା ସନ୍ତାନ ଅଧିକ ଜନ୍ମ ନେଇଛନ୍ତି। ୨୦୧୯ ଅକ୍ଟୋବର ମାସରେ ସର୍ବଧିକ ୮୦୨ ଶିଶୁ ଜନ୍ମ ନେଇଥିଲେ। ଏମାନଙ୍କ ମଧ୍ୟରେ ୪୦୦ ଶିଶୁପୁତ୍ର ଓ ୪୦୨ ଶିଶୁ କନ୍ୟା। ସେମିତି ଡିସେମ୍ବର ମାସରେ ୭୮୨ ଶିଶୁ ଜନ୍ମ ନେଇଥିଲେ। ଏମାନଙ୍କ ମଧ୍ୟରେ ୩୮୨ ଶିଶୁପତ୍ର, ୪୦୦ ଶିଶୁ କନ୍ୟା। ୨୦୨୦ରେ ଅଗଷ୍ଟ ମାସରେ ସର୍ବାଧିକ ୮୨୬ ଶିଶୁ ଜନ୍ମ ହୋଇଥିଲେ। ଏମାନଙ୍କ ମଧ୍ୟରେ ଶିଶୁପତ୍ର ହେଲେ ୪୧୫, ଶିଶୁକନ୍ୟା ୪୧୧। ଅନୁରୂପ ଭାବେ ‌ସେପ୍ଟେମ୍ବର ମାସରେ ୭୮୮ ଶିଶୁ ଜନ୍ମ ନେଇଥିଲେ। ଶିଶୁପତ୍ର ସଂଖ୍ୟା ୩୯୦, ଶିଶୁକନ୍ୟା ହେଉଛନ୍ତି ୩୯୮। ୨୦୨୧ ଜାନୁଆରୀରୁ ମଇ ମାସ ମଧ୍ୟରେ ମାର୍ଚ୍ଚ ମାସରେ ସର୍ବାଧିକ ୬୩୨ ଶିଶୁ ଜନ୍ମ ନେଇଛନ୍ତି। ଏମାନଙ୍କ ମଧ୍ୟରେ ଶିଶୁ ପୁତ୍ର ହେଉଛନ୍ତି ୨୬୪, ଶିଶୁ କନ୍ୟା ସଂଖ୍ୟା ୩୬୮।

୨୦୨୦ରେ ଜନ୍ମ ନେଇଥିବା ନବଜାତ ଶିଶୁ
ମାସ ପୁଅ ଝିଅ ମୋଟ
ଜାନୁଆରି ୩୨୪ ୩୪୭ ୬୯୦
ଫେବ୍ରୁଆରି ୩୧୩ ୩୧୭ ୬୩୦
ମାର୍ଚ୍ଚ ୨୯୬ ୩୦୦ ୫୯୬
ଅପ୍ରିଲ ୩୦୩ ୩୦୬ ୬୦୯
ମଇ ୩୩୭ ୩୪୦ ୬୭୭
ଜୁନ୍‌ ୩୪୪ ୩୭୭ ୭୨୧
ଜୁଲାଇ ୩୧୨ ୩୪୩ ୬୫୫
ଅଗଷ୍ଟ ୪୧୫ ୪୧୧ ୮୨୬
ସେପ୍ଟେମ୍ବର ୩୯୦ ୩୯୮ ୭୮୮
ଅକ୍ଟୋବର ୩୬୦ ୩୮୦ ୭୪୦
ନଭେମ୍ବର ୩୫୩ ୩୫୬ ୭୦୯
ଡିସେମ୍ବର ୩୬୬ ୩୬୭ ୭୩୩
ମୋଟ ୪,୧୩୨ ୪,୨୪୨ ୮,୩୭୪

Spread the love