ବିଜେଡି ପ୍ରାର୍ଥୀ ଦେବୀରଞ୍ଜନ ତ୍ରିପାଠୀଙ୍କ ବିରୋଧରେ ଦୃଢ କାର୍ଯ୍ୟନୁଷ୍ଠାନ ଦାବି କଲା ବିଜେପି

ଆଦର୍ଶ ନିର୍ବାଚନ ଆଚରଣ ବିଧି ନିୟମ ଅନୁମାରେ ମତଦାନର ଦୁଇ ଦିନ ପୂର୍ବ ସଧ୍ୟ୍ୟା ପରଠାରୁ କୌଣସି ପ୍ରାର୍ଥୀ ନିର୍ବାଚନୀ ପ୍ରଚାର ପ୍ରସାର କରିପାରିବେ ନାହିଁ । କିନ୍ତୁ ବାଙ୍କୀ
ନିର୍ବାଚନୀ ମଣ୍ଡଳୀର ବିଜେଡି ବିଧାୟକ ପ୍ରାର୍ଥୀ ଦେବୀରଞ୍ଜନ ତ୍ରିପାଠୀ ସାମାଜିକ ଗଣମାଧ୍ୟମରେ ନିଜର ନିର୍ବଚନୀ
ପ୍ରଚାର କରି ଏହାକୁ ଖୋଲା ଖୋଲି ଭାବେ ଉଲ୍ଲଘଂନ କରିଛନ୍ତି । ଭୋଟ ହାତେଇବା ପାଇଁ ଶ୍ରୀ ତ୍ରିପାଠୀ ନିଜର
ଫେସବୁକ୍ ପେଜ୍ର ସାହାରା ନେଇ ସ୍ଥାନୀୟ ଭୋଟରମାନଙ୍କୁ ପ୍ରଭାବିତ କରୁଛନ୍ତି ବୋଲି ବାଙ୍କୀ ବିଧାନସଭା
ମଣ୍ଡଳୀ ବିଜେପି ପ୍ରାର୍ଥୀ  ସୁଭ୍ରାଶୁଂ ମୋହନ ପାଢୀ ଅଭିଯୋଗ କରିବା ସହ ଆଜି ରାଜ୍ୟ ମୁଖ୍ୟ ନିର୍ବାଚନ
ଅଧକାରୀଙ୍କ ପାଖରେ ଏକ ଦାବି ପତ୍ର ପ୍ରଦାନ କରିଛନ୍ତି ।
ନିର୍ବାଚନକୁ ମୁକ୍ତ, ଅବାଧ ଏବଂ ନିରପେକ୍ଷ କରିବା ପାଇଁ ଏହି ଘଟଣାର ତୁରନ୍ତ ତଦନ୍ତ କରାଯାଇ ଶ୍ରୀ
ତ୍ରିପାଠୀଙ୍କ ବିରୋଧରେ ଦୃଢ କାର୍ଯ୍ୟନୁଷ୍ଠାନ କରିବାକୁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପାଖରେ ଦାବି
କରାଯାଇଛି ।

Spread the love