୧୯ ବର୍ଷରେ ବିଜେଡି ସରକାର ଯାହା ବିକାଶ କରିଛି ତାର ୫ ଗୁଣା ବିକାଶ ବିଜେପି ୫ ବର୍ଷରେ କରିବ : ନରେନ୍ଦ୍ର Pl

ଗଲା ୧୯ ବର୍ଷରେ ମୁଖ୍ୟମନ୍ତ୍ରୀ ନବିନ ପଟ୍ଟନାୟକଙ୍କ ନେତ୍ୱତୃରେ ବିଜେଡି ସରକାର ଯାହା ବିକାଶ କରିଛି ତାହାର ୫ ଗୁଣା ବିକାଶ ବିଜେପି ସରକାର ମାତ୍ର ୫ ବର୍ଷରେ କରିବ ବୋଲି ପ୍ରଧାନମନ୍ତ୍ରୀ ବାଲେଶ୍ୱରଠାରେ ଆୟୋଜିତ ବିଜୟ ସଂକଳ୍ପ ସମାବେଶରେ କହିଛନ୍ତି । ଶ୍ରୀ ମୋଦି କହିଛନ୍ତି ଯେ, ଗତ କିଛି ଦିନ ତଳେ ବାଲେଶ୍ୱରର ନାଁ ଇତିହାସରେ ଲିପିବଦ୍ଧ ହୋଇ ରହିଛି । ମିଶନ ଶକ୍ତି ମାତ୍ର ୩ ମିନିଟରେ ଅନ୍ତରୀକ୍ଷରେ ପହଂଚି ସାଟଲାଇଟକୁ ଧ୍ୱସଂ କରିଛି । ଏଥିପାଇଁ ଭାରତ ବିଶ୍ୱର ୪ର୍ଥ ରାଷ୍ଟ୍ର ଭାବେ ପରିଗଣିତ ହୋଇଛି ।
ଭାରତ ଜଳ, ସ୍ଥଳ, ନଭ ଏବଂ ଅନ୍ତରୀକ୍ଷରେ ଶକ୍ତିଶାଳୀ ହୋଇଛି । ଏଥିପାଇଁ ସାରା ଦେଶ ଆଜି ଗର୍ବ କରୁଛି । କିନ୍ତୁ ଚୌକି ପାଇଁ
ବିନା ପାଣିରେ ମାଛ ଯେପରି ମାଛ ଛଟ ପଟ ହୁଏ ସେହିପରି ମହା ଗଠବନ୍ଧନରେ ରେ ସାମିଲ ହୋଇଥିବା ବ୍ୟକ୍ତିମାନେ କହୁଛନ୍ତି କି, ମୋଦି ଏହା ନକରି ଏହାକୁ ଲୁଚାଇ ରଖିବା ଦରକାର । କଂଗ୍ରେସ ଏତେ ବର୍ଷ ଶାସନ ପରେ ବି ଏତେ ବଡ କ୍ଷମତାକୁ ପରୀକ୍ଷା କରିପାରିଲା ନାହିଁ । ଦେଶକୁ ମଜବୁତ ସରକାର ଦରକାର କିନ୍ତୁ ଗଟବନ୍ଧନ କରିଥିବା ଲୋକମାନେ ଚାହୁଁଛନ୍ତି ମଜବୁର ସରକାର । ଓଡିଶାର ବିକାଶରେ ଡବଲ ଇଜିଂନ ଲଗାଇବା ପାଇଁ ଓଡିଶାବାସୀ ବ୍ୟଗ୍ର ହେଲେଣି । ଦିଲ୍ଲୀ ଏବଂ ଭୁବନେଶ୍ୱରରେ ବିଜେପି ସରକାର ହେବାର ସଙ୍କେତ ମୁଁ ସ୍ପଷ୍ଟ କରୁଛି । ଲେଖିକି ରଖନ୍ତୁ ମୁଁ ଆପଣଙ୍କୁ ପ୍ରତିଶୃତି ଦେଉଛି , ବିଜେପିକୁ ୫ ବର୍ଷ ସୁଯୋଗ ଦିଅନ୍ତୁ ।
ଗତ ୧୯ ବର୍ଷରେ ଯାହା ହୋଇଛି , ତାହାର ୫ ଗୁଣା ବିଜେପି ସରକାର କରିକି ଦେଖାଇବ । ଓଡିଶାକୁ ପରିବର୍ତନ କରିବା ପାଇଁ ବିଜେପି ସରକାରକୁ ସୁଯୋଗ ଦିଅନ୍ତୁ ବୋଲି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି କହିଛନ୍ତି ।
ଓଡିଶାର ବିକାଶ ପାଇଁ ଆମ ପାଖରେ ବ୍ୟାପକ ଯୋଜନା ରହିଛି । ଏଠାରେ ଥିବା ସମୁଦ୍ର କୂଳକୁ ବ୍ୟବହାର କରାଯାଇ
ଲୋକମାନଙ୍କ ବିକାଶ କାର୍ଯ୍ୟରେ ଲଗାଯିବ । ମତ୍ସ୍ୟପାଳନ, ପର୍ଯ୍ୟଟନ କ୍ଷେତ୍ରରେ ରୋଜଗାର ସୃଷ୍ଟି ହେବ । ଓଡିଶାରେ ପେଟ୍ରୋଲିୟମ ସେକ୍ଟରରେ ୧.୫ ଲକ୍ଷ କୋଟି ନିବେଶ ହେବ । ବାଲେଶ୍ୱର ଠାରୁ ହଳଦିଆ ପର୍ଯ୍ୟନ୍ତ ପାଇପ ଲାଇନର କାର୍ଯ୍ୟ ଆରମ୍ଭ ହୋଇଛି । ଏହା ସହ ପାରାଦୀପରେ ପ୍ଲାଷ୍ଟିକ ପାର୍କ, ଭଦ୍ରକରେ ଟେକ୍ସଟାଇଲ ପାର୍କ ହେବାକ ୁଯାଉଛୁ । ବାୟୋଫୁଏଲର ବଡ ସେଂଟର ଓଡିଶାରେ ହେବାକୁ ଯାଉଛି । ବାଲେଶ୍ୱରରେ ଅନେକ ପର୍ଯ୍ୟଟନ ଏବଂ ଐତିହ୍ୟ ସ୍ଥଳୀର ବିକାଶ ପାଇଁ କେନ୍ଦ୍ର ସରକାର କାର୍ଯ୍ୟ କରୁଛନ୍ତି । ଏହା ଦ୍ୱାରା ଅନେକ ନିଯୁକ୍ତି ସୃଷ୍ଟି ହୋଇପାରିବ । ମସ୍ତ୍ର‌୍ୟଜିବି ମାନଙ୍କର ମାନଙ୍କ ପାଇଁ ବିକାଶ ପାଇଁ ମତ୍ସ୍ୟ ମନ୍ତ୍ରାଣଳୟ ଖୋଲାଯିବ । ଚାଷୀଙ୍କ ପରି ମସ୍ତ୍ର‌୍ୟଜିବିଙ୍କୁ ସମସ୍ତ ସୁବିଧା ବିଜେପି ସରକାର ଦେଇଛି । ସ୍ୱାସ୍ଥ୍ୟ କ୍ଷେତ୍ରରେ ଉନ୍ନତି ଆଣିବା ପାଇଁ ବାଲେଶ୍ୱରଠାରେ ଏମ୍ସ ମେଡିକାଲ ଖୋଲାଯାଇଛି ବୋଲି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି କହିଛନ୍ତି ।
ବିଜେପି ସରକାର ଆସିଲେ ଆୟୁଷ୍ମାନ ଭାରତ ଯୋଜନାକୁ ଓଡିଶାରେ ଲାଗୁ କରାଯିବ । ଯାହା ଦ୍ୱାରା ଦେଶର ବଡ ବଡ
ମେଡିକାଲରେ ସାଧାରଣ ଲୋକ ସ୍ୱାସ୍ଥ୍ୟସେବା ପାଇପାରିବ । ସବକା ସାଥ ସବକା ବିକାଶ ଆମର ମନ୍ତ୍ର ଅଟେ । ୨୦୨୨ ଭିତରେ ପ୍ରତି ଘର ପ୍କ୍କା କରିବା ସହ ସମସ୍ତଙ୍କ ପାଖରେ ଗ୍ୟାସ ଯୋଗାଇ ଦିଆଯିବାର ଲକ୍ଷ୍ୟ ରହିଛି । ବିଜେପି ପ୍ରତି ଘରେ ଶୌଚାଶୟ , ବିଜୁଳି, ପ୍ରତି ଜମିକୁ ପାଣି ଦେବାର ସଂକଳ୍ପ ନେଇଛି । ଏହି ସଂକଳ୍ପ ସାକାର ହେବ ଯେବେ ଆପଣ ଏହି ଚୌକିଦାରକୁ ମଜବୁତ କରାଇବେ । ଏଥି ସହ ସମସ୍ତ ବିଜେପି ପ୍ରାର୍ଥୀଙ୍କୁ ପଦ୍ମ ଫୁଲରେ ଭୋଟ ଦେଇ ଆର୍ଶିବାଦ କରିବାକୁ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଆହ୍ୱାନ ଦେଇଛନ୍ତି । ଆଜି ମୋବାଇଲରୁ ନେଇ ମିଶାଇଲ ପର୍ଯ୍ୟନ୍ତ ସମସ୍ତ ଜିନିଷ ସାଟେଲାଇଟରୁ ନିୟନ୍ତ୍ରଣ ହେଉଛି । ମୌସମ, ଚକ୍ରବାତ,
ମଛୁଆରଙ୍କୁ ଦିଆଯାଇଥିବା ନାଭିକ ସିଷ୍ଟମ ଏପରିକି ଅନେକ କାର୍ଯ୍ୟ ଅନ୍ତରୀକ୍ଷରୁ ନିୟନ୍ତ୍ରଣ କରାଯାଉଛି ।

ଯଦି କୌଣସି ରଷ୍ଟ୍ର ଆମ ସାଟେଲାଇଟକୁ ଆକ୍ରମଣ କରେ ତେବେ ସବୁକିଛି ବନ୍ଦ ହୋଇଯିବ । ପୂର୍ବ ସରକାରକୁ ଏ ସମ୍ବନ୍ଧରେ କୌଣସି ଚିନ୍ତା ନଥିଲା କାରଣ ସେ ଏକ ନାମଦାର ପରିବାରକୁ ସୁରକ୍ଷା କରୁଥିଲା । କିନ୍ତୁ ଆପଣଙ୍କ ଏହି ଚୌକିଦାର ପାଇଁ ଦେଶ ସବୁଠୁ ପ୍ରଥମ । ଏବେ ଆମ ସାଟେଲାଇଟ ଉପରେ ନଜର ପକାଇବା ଆଗରୁ ୧୦୦ଥର ଚିନ୍ତା କରିବ । ଜୟ ଜବାନ, ଜୟ କିଷାନ, ଜୟ ବିଜ୍ଞାନ ଏବଂ ଜୟ ଅନୁସନ୍ଧାନ କ୍ଷେତ୍ରରେ ଆମେ ଭାରତକୁ ଆଗେଇ ନେବୁ । ଟେକ୍ନାଲୋଜି ମାଧ୍ୟମରେ ଅପରି ବ୍ୟବସ୍ଥା ହେବ େ ଯପରି ସାଧାରଣ ଲୋକଙ୍କୁ କୌଣିସି ପ୍ରକାରର ଅସୁବିଧା ସମ୍ମୁଖୀନ ହେବାକୁ ପଡିବନି ।

ଗରୀବ ଲୋକ ସରକାରୀ ଅଫିସ ଚକ୍କର ନକାଟି ତାର କାର୍ଯ୍ୟ ସମାଧାନ ହେବ । ଛୋଟ ଛୋଟ କଥା ପାଇଂ କାହାକୁ ଖୁସାମତ କରିବାକୁ ପଡିବନି । ଭଷ୍ଟ୍ରାଚାର ଦାନବ ସମୃଦ୍ଧ ରାଷ୍ଟ୍ର ମଧ୍ୟରୁ ଓଡିଶାକୁ ଗରୀବ କରି କରିଛି । ବିଜେଡି ଭଷ୍ଟ୍ରାଚାରର ଦାନବକୁ ଦାନା ପାଣି ଦେଇ ବିଶାଳ କରିସାରିଛି । ବିଜେଡି ସରକାର ରାଜ୍ୟର ବିକାଶ କରିବା ପରିବର୍ତେ କୋଇଲା , ଖଣି, ଏବଂ ଚିଟଫଣ୍ଡ ମାଧ୍ୟମରେ ନୋଟ
ହାସଲ କରିବାରେ ଲାଗିଛନ୍ତି । ପିସି ସରକାରୀ ବ୍ୟବସ୍ଥାର ଅଙ୍ଗ ପାଲଟିଯାଇଛି । ଚିଟଫଣ୍ଡରେ ବାଲେଶ୍ୱର ସମେତ ରାଜ୍ୟର ଲକ୍ଷ ଲକ୍ଷ ଲୋକଙ୍କ କଷ୍ଟ ଅର୍ଜିତ ଧନ ଲୁଟ ହୋଇଛି । ଗରୀବଙ୍କ ଉପରେ ଏ ଅତ୍ୟାଚାରକୁ କ୍ଷମା ଦିଆଯିବନି । ଗରୀବଙ୍କୁ ଲୁଟିଥିବା ଲୋକଙ୍କୁ କେବେ ବି ଛଡା ଯିବନାହିଁ ବୋଲି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି କହିଛନ୍ତି ।
ଏହି ବିଜୟ ସଂକଳ୍ପ ସମାବେଶରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟସଭାପତି ବସନ୍ତ ପଣ୍ଡା, ବାଲେଶ୍ୱର ଲୋକସଭା
ବିଜେପି ପ୍ରାର୍ଥୀ ପ୍ରତାପ ଷଡଙ୍ଗୀ, କନ୍ଧମାଳ ଲୋକସଭା ବିଜେପି ପ୍ରାର୍ଥୀ ଖାରବେଳ ସ୍ୱାଇଁ, ବାଲେଶ୍ୱର ବିଜେପି ବିଧାୟକ ପ୍ରାର୍ଥୀ ମଦନ ମୋହନ ଦତ, ବଡସାହି ବିଜେପି ବିଧାୟକ ପ୍ରାର୍ଥୀ ସନାତନ ବିଜୁଳି, ଜଳୋଶ୍ୱର ବିଧାୟକ ପ୍ରାର୍ଥୀ ଜୟନାରାୟଣ ମହାନ୍ତି, ଭୋଗରାଇ ବିଜେପି ବିଧାୟକ ପ୍ରାର୍ଥୀ ମାନସ ମହାନ୍ତି, ବସ୍ତା ବିଜେପି ବିଧାୟକ ପ୍ରାର୍ଥୀ ରଘୁନାଥ ମହାନ୍ତି, ରେମୁଣା ବିଜେପି ବିଧାୟକ ପ୍ରାର୍ଥୀ ଗୋବିନ୍ଦ୍ର ଚନ୍ଦ୍ର ଦାସ, ନିଳଗିରି ବିଜେପି ବିଧାୟକ ପ୍ରାର୍ଥୀ ସୁକାନ୍ତ ନାୟକଙ୍କ ସମେତ ସ୍ଥାନୀୟ ନେତୃବୃନ୍ଦ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love