ଶ୍ରାବଣର ଦ୍ୱିତୀୟ ସୋମବାର: ଏହି ମନ୍ତ୍ରରେ କରନ୍ତୁ ଶିବଙ୍କ ଅଭିଷେକ, ପ୍ରସନ୍ନ ହୋଇଥାନ୍ତି ମହାଦେବ

ଦ୍ୱିତୀୟ ସୋମବାର ନବମୀ ତିଥି ଓ କୃତ୍ତିକା ନକ୍ଷତ୍ର ରହିବ।ପାଞ୍ଜି ଅନୁଯାୟୀ, ଅଗଷ୍ଟ ୨ରେ ବୃଷ ରାଶିରେ ଚନ୍ଦ୍ର ଗୋଚର କରିବେ। ବୃଷ ରାଶିରେ ବର୍ତ୍ତମାନ ରାହୁ ବିରାଜମାନ। ଏହି ଦିନ ଚନ୍ଦ୍ର ଓ ରାହୁ ସ୍ଥିତି ଯୋଗୁଁ ଗ୍ରହଣ ଯୋଗ ସ୍ଥିତି ସୃଷ୍ଟି ହେବ। ସେଥିପାଇଁ ଏହି ଦିନ ବୃଷ ରାଶି ବ୍ୟକ୍ତି ବିଶେଷ ସତର୍କ ରହିବା ଆବଶ୍ୟକ। ଭଗବାନ ଶିବଙ୍କୁ ପୂଜା କରିବା ଦ୍ୱାରା ଗ୍ରହଣ ଯୋଗର ଅଶୁଭତା ଦୂର ହୋଇଥାଏ। ଯେଉଁମାନଙ୍କ ଜନ୍ମ କୁଣ୍ଡଳୀରେ ଗ୍ରହଣ ଯୋଗ ରହିଛି ସେମାନେ ଏହି ଦିନ ଭଗବାନ ଶିବଙ୍କୁ ମନ୍ତ୍ର ସହ ଅଭିଷେକ କରିବା ଉଚିତ। ଏହାଦ୍ୱାରା ଗ୍ରହଣ ଯୋଗୁଁ ଜୀବନରେ ହେବାକୁଥିବା ସମସ୍ୟା ଦୂର କରାଯାଇପାରିବ।

ଶ୍ରାବଣ ସୋମବାରରେ ଭଗବାନ ଶିବଙ୍କୁ ବିଶେଷ ପୂଜା କରାଯାଇଥାଏ। ଏହିଦିନ ଭଗବାନ ଶିବଙ୍କ ଅଭିଷେକ କରିବା ବହୁତ ଶୁଭ ବୋଲି କୁହାଯାଏ। ଶ୍ରାବଣରେ ବିଧି ଅନୁଯାୟୀ ଶିବଙ୍କ ଅଭିଷେକ କଲେ ସବୁ ପ୍ରକାର ମନୋସ୍କାମନା ପୂରଣ ହୋଇଥାଏ ଏବଂ ମହାଦେବଙ୍କ ଆଶୀର୍ବାଦ ପ୍ରାପ୍ତ ହୋଇଥାଏ ବୋଲି କୁହାଯାଏ। ଏହିଦିନ ଶିବଙ୍କ ପ୍ରିୟ ଜିନିଷ ଭୋଗ କରିବା ଉଚିତ।

ଶିବ ମନ୍ତ୍ର :
ଶ୍ରାବଣ ସୋମବାର ପୂଜା ମନ୍ତ୍ର ସହ କରିବା ଉଚିତ। ଶିବ ମନ୍ତ୍ର ଜପ କରିବା ଦ୍ୱାରା ମହାଦେବ ପ୍ରସନ୍ନ ହୋଇଥାନ୍ତି। ଏହିସବୁ ମନ୍ତ୍ର ଜପ କରିପାରିବେ।

ଓଁ ନମଃ ଶିବାୟ
ଓଁ ହୋଂ ଜୁଂ ସଂ ଓଁ ଭୁର୍ଭ ବ ସ୍ଵ ତ୍ରୟମ୍ବକମ୍ ୟଜାମହେ ସୁଗନ୍ଧିମ ପୁଷ୍ଟିବର୍ଦ୍ଧନମ୍ |
ଉର୍ବାରୁକମିଭ୍ ବନ୍ଧତ୍ନାମ୍ରିତ୍ୟୋର୍ମୁକ୍ଷିୟ ମାମ୍ରିତାତ୍ ଓଁ ଭୁଭ୍: ଭୁ: ସ୍ଵ: ଓଁ: ସଂ ଜୁଂ ହୋଂ ଓଁ
ଓଁ ତତ୍ପୁରୁଷାୟ ବିଦମହେ ମହାଦେବାୟ ଧୀମହି
ତନ୍ନୋ ରୁଦ୍ର ପ୍ରଚୋଦୟାତ୍

Spread the love