ଆଜିଠୁ ୨୫ଟି ରୁଟରେ ଗଡ଼ିବ ୧୯୪ଟି ବସ୍‌

ଭୁବନେଶ୍ୱର: ଆଜିଠୁ ସମସ୍ତ ରୁଟରେ ଗଡ଼ିବ ମୋ ବସ୍‌। ସମସ୍ତ ୨୫ ରୁଟରେ ୧୯୪ଟି ବସ୍‌ ଯାତାୟତ କରିବ। ସକାଳ ୭ଟାରୁ ସଂଧ୍ୟା ୭ଟା ପର୍ଯ୍ୟନ୍ତ ଚାଲିବ ବସ୍‌। ସପ୍ତାହାନ୍ତ ସଟଡାଉନରେ କେବଳ ରେଳ ଷ୍ଟେସନ୍ ଓ ବିମାନ ବନ୍ଦରକୁ ଛାଡ଼ି ଦେଲେ ଅନ୍ୟ ସମସ୍ତ ରୁଟରେ ମୋ ବସ୍ ସେବା ବନ୍ଦ ରହିବ। ବସ୍‌ ଯାତ୍ରା ବେଳେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି। ରାଜ୍ୟ ବାହାରୁ ଆସୁଥିବା ଲୋକଙ୍କ ସୁବିଧା ପାଇଁ ଶନିବାର ଓ ରବିବାର ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି।

ବିମାନ ବନ୍ଦର ଓ ରେଳ ଷ୍ଟେସନରୁ କଟକ ଏବଂ ଭୁବନେଶ୍ୱର ଆସୁଥିବା ଯାତ୍ରୀମାନଙ୍କୁ ଏହି ସ୍ୱତନ୍ତ୍ର ସଟଲ ବସ୍ ସେବା ଯୋଗାଇ ଦିଆଯିବ। ବସ୍‌ରେ ଯାତ୍ରା ସମୟରେ କୌଣସି ଯାତ୍ରୀ ଛିଡା ହୋଇଯିବେନି। ଯେତିକି ସିଟ୍ ସେତିକି ଲୋକ ବସାଇବାକୁ ନିର୍ଦ୍ଦେଶ ଦିଆଯାଇଛି। ଏଥିସହିତ ଯାତ୍ରୀମାନେ ନିଜ ପାଖରେ ସାନିଟାଇଜର୍ ରଖିବାକୁ ପରାମର୍ଶ ଦିଆଯାଇଛି। କରୋନା କଟକଣା କୋହଳ ହେବା ପରେ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ସମସ୍ତ ୨୫ଟି ରୁଟରେ ୧୯୪ଟି ବସ୍ ଚଳାଚଳ କରିବ।

Spread the love