୨୦ରୁ ଅଧିକ ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗରେ ପପ୍ ଷ୍ଟାର୍ କ୍ରିସ୍ ୱୁ ଗିରଫ

ନୂଆଦିଲ୍ଲୀ ୦୨/୦୮ : ଫିଲ୍ମ ‘xXx: Return of Xander Cage’ ରେ ଦୀପିକା ପାଦୁକୋନଙ୍କ ସହ ଅଭିନେତା କ୍ରିସ ୱୁଙ୍କୁ ବଳାତ୍କାର ଅଭିଯୋଗରେ ଗିରଫ କରାଯାଇଛି। ଏହି ମାମଲାରେ ବେଜିଂରେ ପୋଲିସ୍ ଅଧିକାରୀ କହିଛନ୍ତି ଯେ ପପ୍ ଷ୍ଟାରଙ୍କ ଉପରେ ହୋଇଥିବା ଏହି ମାମଲା ଅନଲାଇନ୍ ଅଭିଯୋଗ ଉପରେ କେନ୍ଦ୍ରିତ । ସେ କହିଛନ୍ତି ଯେ ୩୦ ବର୍ଷିୟ ପପ୍ ଷ୍ଟାର୍ କ୍ରିସ୍ ୱୁ ଯୌନ ସମ୍ପର୍କ ରଖିବା ପାଇଁ ଅନେକ ଥର ଅନେକ ଯୁବତୀଙ୍କୁ ଧୋକା ଦେଇଛନ୍ତି। ଏଥି ସହିତ, ଓକିଲମାନେ କହିଛନ୍ତି ଯେ ଯଦି ଏହି ଅଭିଯୋଗ ନିଶ୍ଚିନ୍ତ କରାଯାଏ, ତେବେ କ୍ରିସ୍ ୱୁଙ୍କୁ ଚୀନ୍‌ରେ ଏହି ଦଣ୍ଡ ସମ୍ପୂର୍ଣ୍ଣ କରିବାକୁ ପଡ଼ିବ। ଯଦି ଅଭିନେତାଙ୍କ ବିରୁଦ୍ଧରେ ଅଭିଯୋଗ ପ୍ରମାଣିତ ହୁଏ, ତେବେ ତାଙ୍କୁ ପ୍ରାୟ ୧୦ ବର୍ଷ ଜେଲ ହୋଇପାରେ । ତାଙ୍କ ଦଣ୍ଡ ସମାପ୍ତ ହେବା ପରେ ଯାଇ ତାଙ୍କୁ କାନାଡାକୁ ପଠାଯିବ।

ଗତ ମାସରେ, କ୍ରିସଙ୍କ ଉପରେ ଜଣେ ୧୮ ବର୍ଷୀୟା ଚୀନ୍ ଛାତ୍ରୀଙ୍କ ଦ୍ୱାରା ଜବରଦସ୍ତ ଶାରୀରିକ ସମ୍ପର୍କ ରଖିଥିବା ଅଭିଯୋଗ ହୋଇଥିଲା। ଛାତ୍ରୀ ଜଣଙ୍କ ଚୀନ୍ ଗଣମାଧ୍ୟମକୁ କହିଥିଲେ ଯେ କ୍ରିସ୍ ତାଙ୍କୁ ମଦ୍ୟପାନ କରିବା ପରେ ଯୌନ ସମ୍ପର୍କ ରଖିବାକୁ ପ୍ରଲୋଭିତ କରିଥିଲେ। ଛାତ୍ରୀ ଜଣଙ୍କ ଏହା ମଧ୍ୟ କହିଥିଲେ ଯେ କ୍ରିସ୍ ୱୁଙ୍କ ଟିମ୍ ତାଙ୍କୁ ଏକ ମ୍ୟୁଜିକ୍ ଭିଡିଓରେ ନେବାକୁ ପ୍ରଲୋଭିତ କରି ତାଙ୍କ ଘରକୁ ଡାକିଥିଲେ । ପୀଡିତା ଜଣାଇଥିଲେ ଯେ ଅନ୍ୟ ୭ ଜଣ ମହିଳା ତାଙ୍କୁ କହିଛନ୍ତି ଯେ କ୍ରିସ୍ ୱୁ ମଧ୍ୟ ସେମାନଙ୍କୁ ବଳାତ୍କାର କରିଛନ୍ତି। କ୍ରିସ୍ ୱୁଙ୍କ ଉପରେ ଅଭିଯୋଗ ହେବା ପରଠାରୁ ଅନ୍ୟ ୨୪ ଜଣ ମହିଳା ମଧ୍ୟ ସାମ୍ନାକୁ ଆସିଛନ୍ତି। ସେମାନେ ପପ ଷ୍ଟାରଙ୍କ ଉପରେ ଅନୁପଯୁକ୍ତ ଆଚରଣ ଏବଂ ବଳାତ୍କାର କରିଥିବା ଅଭିଯୋଗ କରିଛନ୍ତି।

ତେବେ କ୍ରିସ୍ ପୂର୍ବରୁ ଏହି ଅଭିଯୋଗକୁ ଅସ୍ୱୀକାର କରିଛନ୍ତି। କ୍ରିସ୍ ୱୁ ୨୦୧୭ ଫିଲ୍ମ ‘XXx: ରିଟର୍ନ ଅଫ୍ ଜେଣ୍ଡର୍ କେଜ୍’ ସହିତ ଡେବ୍ୟୁ କରିଥିଲେ । ତାଙ୍କ ବ୍ୟତୀତ ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନ ମଧ୍ୟ ଏହି ଫିଲ୍ମରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ।

Spread the love