ଆସନ୍ତାକାଲି ଖୋଲିବ ସମ୍ବଲପୁରର ମା ସମଲେଶ୍ୱରୀଙ୍କ ମନ୍ଦିର

ସମ୍ବଲପୁର: ଆସନ୍ତାକାଲି ଖୋଲିବ ସମ୍ବଲପୁରର ମା ସମଲେଶ୍ୱରୀଙ୍କ ମନ୍ଦିର। କୋଭିଡ ସ୍ଥିତିରେ ସୁଧାର ଓ ରାଜ୍ୟ ସରକାରଙ୍କ ଅନଲକ୍‌ ନିଷ୍ପତ୍ତି ପରେ ମନ୍ଦିର ଖୋଲିବାକୁ ନିଷ୍ପତ୍ତି ହୋଇଛି ଜିଲ୍ଲା ପ୍ରଶାସନ। ଜିଲ୍ଲା ପ୍ରଶାସନ ଓ ସମଲେଶ୍ୱରୀ ମନ୍ଦିର ଟ୍ରଷ୍ଟ ବୋର୍ଡ ଏହି ନିଷ୍ପତ୍ତି ନେଇଛି। ମନ୍ଦିର ପ୍ରବେଶ ସମୟରେ ମାସ୍କ ପରିଧାନ, ସାମାଜିକ ଦୂରତ୍ୱ ଓ ସାନିଟାଇଜର ବ୍ୟବହାର ଉପରେ ଗୁରୁତ୍ୱ ଦିଆଯିବ। ସପ୍ତାହକୁ ଗୋଟିଏ ଦିନ ପ୍ରତି ସୋମବାର ବିଶୋଧନ ପାଇଁ ମନ୍ଦିର ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି। ସକାଳ ୬ଟାରୁ ସାଢେ ୧୧ଟା ଓ ମଧ୍ୟାହ୍ନ ୩ଟାରୁ ସଂଧ୍ୟା ସାଢେ ୭ଟା ପର୍ଯ୍ୟନ୍ତ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଦର୍ଶନ ପାଇଁ ମନ୍ଦିର ଖୋଲା ରହିବ ବୋଲି ଟ୍ରଷ୍ଟ ସଭାପତି କହିଛନ୍ତି।.

Spread the love