ଆସୁଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂହ

ଏପ୍ରିଲ ୨୫ ତାରିଖ ଦିନ ଓଡିଶା ଗସ୍ତରେ ନିର୍ବାଚନ ପ୍ରଚାର
କରିବା ପାଇଁ ଆସୁଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ  ରାଜନାଥ ସିଂହ । ଶ୍ରୀ ସିଂହ  ଆସନ୍ତାକାଲି ସକାଳ ୧୦.୩୦ରେ ଯାଜପୁର ଜିଲ୍ଲା ବରୀ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଗୋବିନ୍ଦବାଟି ପଡିଆଠାରେ ଅନୁଷ୍ଠିତ ହେବାକୁ ଥିବା ବିଜୟ ସଂକଳ୍ପ ସମାବେଶରେ ଯୋଗ ଦେବେ ।

ଏହା ପରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ସିଂହ ଅପରାହ୍ନ ୧୧.୪୫ଟାରେ ଭଦ୍ରକ ଜିଲ୍ଲାର ଚାନ୍ଦବାଲିଠାରେ ଏବଂ ଅପରାହ୍ନ ୧.୩୦ରେ ନିମାପଡା ନିର୍ବାଚନମଣ୍ଡଳୀର ଗୋପ ବ୍ଲକର ନିଗମାନନ୍ଦ ହାଇସ୍କୁଲ ପଡିଆଠାରେ ଅନୁଷ୍ଠିତ ହେବାକୁ ଥିବା ବିଜୟ ସଂକଳ୍ପ ସମାବେଶରେ ଯୋଗଦେବାର କାର୍ଯ୍ୟକ୍ରମ ସ୍ଥିର ହୋଇଛି ବୋଲି ରାଜ୍ୟ ବିଜେପି ଗଣମାଧ୍ୟମ ବିଭାଗ ମୁଖ୍ୟ ଓ ରାଜ୍ୟ ମୁଖପାତ୍ର ଶ୍ରୀ ଗୋଲକ ମହାପାତ୍ର ସୂଚନା ଦେଇଛନ୍ତି ।

Spread the love