ପ୍ରିୟଙ୍କାଙ୍କ ଆଶା ମଉଳିଲା, ଭଉଣୀକୁ ପ୍ରାର୍ଥୀ କଲେନି ରାହୁଲ

ରାଜନୀୟତିରେ ପ୍ରିୟଙ୍କାଙ୍କ ପ୍ରେବେଶକୁ ନେଇ ଯେଉଁ କଳ୍ପନା କରାଯାଉଥିଲା ସେଥିରେ ବିରାମ ଲାଗିଛି । ଏଥର ନିର୍ବାଚନରେ ପ୍ରିୟଙ୍କା ଗାନ୍ଘୀ ଭଦ୍ର ନିର୍ବାଚନ ଲଢିବେ ନାହିଁ ବୋଲି ଜଣାପଡିଛି । କାରଣ ପ୍ରଧାନମନ୍ତ୍ରୀ  ନରେନ୍ଦ୍ର ମୋଦିଙ୍କୁ ଟକ୍କର ହେବାପାଇଁ ବରଣାସୀରୁ ପ୍ରୟଙ୍କା ନିର୍ବାଚନ ଲଝିଥାନ୍ତେ । ହେଲେ ସେପରି  କିଛି ହେଲାନି ।  ପ୍ରିୟଙ୍କାଙ୍କ ସ୍ଥାନରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ବାରାଣସୀ ଆସନରୁ ଅଜୟ ରାୟଙ୍କୁ ଗୁରୁବାର ପୁଣିଥରେ ଟିକେଟ ଦେଇଛନ୍ତି।

80 ଲୋକ ସଭା ଆସନ ମଧ୍ୟରୁ ସବୁଠୁ ଚର୍ଚ୍ଚିତ ଆସନ ହେଉଛି ବାରାଣସୀ। କାରଣ ଏହି ଆସନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। 2014 ସାଧାରଣ ନିର୍ବାଚନରେ ଭାଜପା ପ୍ରାର୍ଥୀ  ମୋଦି 5,81,022 ଭୋଟ ପାଇ ବିଜୟୀ ହୋଇଥିଲେ। ଆମ୍‌ ଆଦ୍‌ମୀ ପାର୍ଟି (ଏଏପି) ଆବାହକ ଅରବିନ୍ଦ କେଜ୍‌ରିଓ୍ବାଲ 2,09 ,238 ଭୋଟ ପାଇ ଦ୍ୱିତୀୟ ସ୍ଥାନରେ ଥିବାବେଳେ କଂଗ୍ରେସର ଅଜୟ ରାୟ ମାତ୍ର 75,614 ଭୋଟ ହାସଲ କରି ଶୋଚନୀୟ ପରାଜୟ ସ୍ବୀକାର କରିଥିଲେ। ଚଳିତ ନିର୍ବାଚନରେ ରାହୁଲଙ୍କ ଭଉଣୀ ପ୍ରିୟଙ୍କାଙ୍କୁ ଏଠାରେ କଂଗ୍ରେସ ପ୍ରାର୍ଥୀ କରି ମୋଦିଙ୍କ ବିରୋଧରେ ‘ବ୍ରହ୍ମାସ୍ତ୍ର’ ପ୍ରୟୋଗ କରିବ ବୋଲି କୁହାଯାଉଥିଲା। କାରଣ ପ୍ରିୟଙ୍କାଙ୍କୁ ଯେଉଁ ପୂର୍ବ ଉତ୍ତରପ୍ରଦେଶର ସାଧାରଣ ସମ୍ପାଦକ ଦାୟିତ୍ୱ ଦିଆଯାଇଛି, ତା’ ମଧ୍ୟରେ ବାରାଣସୀ ଆସୁଛି। ସେ ଏଠାରେ ଛିଡ଼ା ହେଲେ ଅନ୍ୟ ଆସନଗୁଡ଼ିକରେ ମଧ୍ୟ ଏହାର ପ୍ରଭାବ ପଡ଼ିବ ବୋଲି ମନେକରାଯାଉଥିଲା। ହେଲେ ଶେଷରେ ଦଳ ଅଜୟଙ୍କୁ ପୁଣିଥରେ ଟିକେଟ ଦେଇ ମଇଦାନକୁ ଓହ୍ଲାଇଛି।

ଅଜୟ ଏହା ପୂର୍ବରୁ 5 ଥର ବିଧାୟକ ହୋଇସାରିଛନ୍ତି। କିନ୍ତୁ ଲୋକ ସଭା ନିର୍ବାଚନରେ ତାଙ୍କୁ ସଫଳତା ମିଳିନାହିଁ। କଂଗ୍ରେସରେ ଯୋଗଦେବା ପୂର୍ବରୁ ସେ ଭାଜପାରେ ଥିଲେ। 2009 ରେ ଭାଜପା ମୁରଲୀ ମନୋହର ଜୋଷୀଙ୍କୁ ବାରାଣସୀ ଆସନରୁ ଟିକେଟ ଦେବା ପରେ ଅସନ୍ତୁଷ୍ଟ ଅଜୟ ଦଳ ଛାଡ଼ିଥିଲେ। ଅନ୍ୟପକ୍ଷରେ ସୋମବାର ସନ୍ଧ୍ୟାରେ  ସମାଜବାଦୀ ପାର୍ଟି (ଏସ୍‌ପି)ରେ ଯୋଗଦେଇଥିବା ଶାଳିନୀ ଯାଦବଙ୍କୁ ବିରୋଧୀ ମହାମେଣ୍ଟ ଏହି ଆସନରୁ ପ୍ରାର୍ଥୀ କରିଛି। ସେହିପରି ଏହି ହଟ୍‌ ସିଟ୍‌ରୁ ଶତାଧିକ କୃଷକଙ୍କ ସମେତ  ବିଏସ୍‌ଏଫ୍‌ର ପୂର୍ବତନ ଯବାନ ତେଗ୍‌ବାହାଦୁର ଯାଦବ ଓ କୋଲକାତା ହାଇକୋର୍ଟର ପୂର୍ବତନ  ବିଚାରପତି ଜଷ୍ଟିସ୍‌ ସି.ଏସ୍‌. କର୍ଣ୍ଣନ୍‌ ପ୍ରାର୍ଥୀ ହୋଇଛନ୍ତି।

Spread the love