ଲସି

ଆବଶ୍ୟକୀୟ ସାମଗ୍ରୀ: 

ପାଚିଲା କଦଳୀ : 2 ଟି

ଦହି : ଏକ କପ

ଚିନି : ମିଠା ଅନୁସାରେ

ପିସ୍ତା ବାଦାମ , କାଜୁ : ଅଳ୍ପ

ବରଫ ଖଣ୍ଡ : ଅଳ୍ପ

ବର୍ନଭିଟା : 2 ଚାମଚ

ନଡ଼ିଆ କୋରା : ଅଳ୍ପ

ପ୍ରସ୍ତୁତି ପ୍ରଣାଳୀ : ସର୍ବପ୍ରଥମେ ପାଚିଲା କଦଳୀରୁ ଚୋପା ବାହାର କରି ତାକୁ ଛୋଟ ଛୋଟ ଖଣ୍ଡ କରି କାଟି ଏକ ପାତ୍ରରେ ରଖନ୍ତୁ  । ଏହା ପରେ କଟା ହୋଇଥିବା କଦଳୀ, ଦହି ଓ ବରଫଖଣ୍ଡ ଓ ଚିନିକୁ ପକାଇ ଗ୍ରାଇଣ୍ଡରରେ ଭଲ ଭାବେ ଗ୍ରାଇଣ୍ଡିଂ କରି ଦିଅନ୍ତୁ। ଏବେ ପ୍ରସ୍ତୁତ ହୋଇଗଲା ଲସି। ଏହାକୁ ଏକ ଗ୍ଲାସରେ ବାହାର କରି ତା ଉପରେ ଜାଜୁ, ନଡ଼ିଆ କୋରା, ବର୍ନଭିଟା,ପିସ୍ତା ବାଦାମ ଓ କାଜୁ ପକାଇ ଘର ଲୋକଙ୍କୁ ପିଇବାକୁ ଦେଇପାରିବେ ।

Spread the love