ଏଥର ଓଡିଶାରେ ଜଣେ ଓଡିଆ କହୁଥିବା ଓ ବୁଝୁଥିବା ମୁଖ୍ୟମନ୍ତ୍ରୀ ହେବେ : ଅମିତ ଶାହା

ପୂରା ଦେଶ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପୁଣି ଥରେ
ପ୍ରଧାନମନ୍ତ୍ରୀ ବନାଇବା ପାଇଁ ନିଷ୍ପତି ନେଇସାରିଛି । କେବଳ ମୋଦିଙ୍କୁ ପ୍ରଧାନମନ୍ତ୍ରୀ ବନାଇଲେ ହେବନାହିଁ, ଓଡିଶାରେ ବିଜେପିକୁ ଜିତାଇ ଜଣେ ଓଡିଆ ଭାଷା ବୁଝୁଥିବା ଓ କହୁଥିବା ନେତାଙ୍କୁ ମୁଖ୍ୟମନ୍ତ୍ରୀ କରାଇ   ବିଜୁ ଜନତା ଦଳ ସରକାରକୁ ରାଜ୍ୟରୁ ଉପାଡି ଫିଙ୍ଗିବାକୁ ପଡିବ । ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ 5 ବର୍ଷ ଶାସନ କାଳରେ ମୋଦି ଓଡିଶାର ବିକାଶ ପାଇଁ କୌଣସି ସୁଯୋଗକୁ ହାତଛଡା ନକରିବା ସହ ଓଡିଶାକୁ  5ଲକ୍ଷ 56 ହଜାର କୋଟି ଟଙ୍କାର ଅନୁଦାନ ଦେଇଛନ୍ତି । କିନ୍ତୁ ଏହା ଓଡିଶାବାସୀଙ୍କ ପାଖରେ ନପହଁଚାଇ ବିଜେଡି ଦଳର ବାବୁ, ସାଂସଦ, ବିଧାୟକ, ନେତା ଓ ମନ୍ତ୍ରୀମାନେ ଏଥିରେ ବାଧକ ସାଜିଛନ୍ତି । ଏହାର ଜବାବ ବିଜେଡିକୁ ମିଳିଯିବ ବୋଲି ଯାଜପୁର ସୁକିନ୍ଦାରେ ଆୟୋଜିତ ବିଜୟ ସଙ୍କଳ୍ପ ସମାବେଶରେ ଯୋଗଦେଇ କହିଛନ୍ତି ରାଷ୍ଟ୍ରୀୟ ଅଧ୍ୟକ୍ଷ  ଅମିତ ଶାହା ।
ଶ୍ରୀ ଶାହା କହିଛନ୍ତି ଯେ ଓଡଶିlରେ ଖଣି ଦୁର୍ନୀତିରେ ବିଜେଡି ସରକାର ଅମଳରେ ହଜାର ହଜାର କୋଟି ଟଙ୍କାର ଅର୍ଥ ବିଜେଡି ନେତା ଏବଂ ଓଡିଶା ସରକାରଙ୍କ ବାବୁ ମାନେ ଖାଇଗଲେ । ଏମାନଙ୍କୁ ଜେଲକୁ ପଠାଇବା ଯିବା କଥା କିନ୍ତୁ ନବୀନବାବୁଙ୍କ ସରକାର ସେମାନଙ୍କୁ ଘଟଂ ଘୋଡାଇଛନ୍ତି । ଓଡିଶାରେ ବିଜେପି ସରକାର  ଆସିଲେ ଓଡିଶାର ପଇସା ଯେଉଁମାନେ ଖାଇଛନ୍ତି ସେମାନଙ୍କୁ 90 ଦିନ ଭିତରେ ଜେଲ୍ ପଠାଯିବ । ବିଜେଡି
ସରକାର ଚିଟଫଣ୍ଡରେ ଗରିବ ଲୋକଙ୍କ ଝାଳବୁହା 6 ହଜାର କୋଟିରୁ ଅଧିକ ଟଙ୍କାକୁ ବିଜେଡି ନେତା ଖାଇଯାଇଛନ୍ତି । ଓଡିଶାରେ ବିଜେପି ସରକାର ଆସିଲେ 90 ଦିନ ଭିତରେ ଚିଟଫଣ୍ଡ ଘୋଟାଲାରେ ସଂପୃକ୍ତି ଥିବା ଦୋଷୀଙ୍କୁ ଜେଲକୁ ପଠାଯିବ ।
ରାଜ୍ୟରେ ବିଜେଡି 19 ବର୍ଷ ଶାସନରେ ଓଡିଶାର ଲୋକଙ୍କୁ ପିଇବା ପାଣି ମିଳିଳା ନାହିଁ, ଓøଷଦ ମିଳିଳା ନାହିଁ, ସଡକ ନିର୍ମାଣ କରାଯାଇପାରିଲା ନାହିଁ, ହସ୍ପିଟାଲରେ ଡାକ୍ତର ନାହାନ୍ତି, ପ୍ରତ୍ୟେକ ଘରେ ବିଜୁଳି ପହଁଚି ନାହିଁ । କାହିଁକି ନବୀନବାବୁ ଏହାକୁ ଓଡିଆ ଲୋକମାନଙ୍କୁ ଏହା ଯୋଗାଇପାରିଲେ ନାହିଁ । ଯାହାକୁ ଓଡିଆ ଭାଷା  ଜଣାନାହିଁ ସେ କଣ ଓଡିଶାବାସୀଙ୍କ କଥା ଶୁଣିବେ । ରାଜ୍ୟରେ ଜଣେ ଓଡିଆ ଜାଣିବା ଲୋକଙ୍କୁ ମୁଖ୍ୟମନ୍ତ୍ରୀ କରାଇଲେ ଓଡିଶାର ଲୋକମାନଙ୍କୁ ତାଙ୍କର ଅଧିକାର ମିଳିପାରିବ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି 20 ବର୍ଷ ଭିତରେ କେବେ ବି ଗୋଟିଏ ବି ଛୁଟି ନେଇ ନାହାଁନ୍ତି । 24 ଘଂଟାରୁ 18 ଘଂଟା କାମ କରୁଥିବା ପ୍ରଧାନମନ୍ତ୍ରୀ ହେଉଛନ୍ତି ନରେନ୍ଦ୍ର ମୋଦି । ଅନ୍ୟପଟେ ରାହୁଲ ବାବା 2 ମାସକୁ ଥରେ ଛୁଟିରେ ଯାଆନ୍ତି । ତାଙ୍କ ଲୋକ ତାଙ୍କୁ ଖୋଜିଥାନ୍ତି ଏବଂ ତାଙ୍କ ମାଆ ବ୍ୟସ୍ତ ହୋଇଯାଆନ୍ତି ତାଙ୍କ ପୁଅ କୁଆଡେ ଗଲା ବୋଲି ଶ୍ରୀ ଶାହା କହିଛନ୍ତି । ଶ୍ରୀ ଶାହ କହିଛନ୍ତି ପୁଲୱାମାରେ ଆତଙ୍କବାଦ ହମଲା ଯବାନମାନେ ଶହୀଦ ହେବା ପରେ ମୋଦି ସରକାରଙ୍କ ନେତୃତ୍ୱରେ ବାୟୁସେନାର ଲଢୁଆ ବିମାନ ପାକିସ୍ତାନରେ ପଶି ଆତଙ୍କୀ କ୍ୟାମ୍ପକୁ ସଂପୂର୍ଣ୍ଣଭାବେ ଧ୍ୱସଂ କରିଥିଲା ।

ଏହା ପୂର୍ବରୁ ମୋଦି ସରକାର ପାକିସ୍ତାନରେ ସର୍ଜିକାଲଷ୍ଟ୍ରାଇକ କରିଥିଲେ । ଯାହା ଫଳରେ ଯୁଦ୍ଧ ପାଇଁ ପ୍ରସ୍ତୁତ ଥିବା ପାକିସ୍ତାନରେ ଏବଂ ରାହୁଲ ବାବା ଏଣ୍ଡ କଂପାନୀ କାର୍ଯ୍ୟାଳୟରେ ରେ ସବୁଠୁ ଅଧିକ ନିରାଶା
ଦେଖାଦେଇଥିଲା । କଂଗ୍ରେସ ନେତା ରାହୁଲଙ୍କ ଗୁରୁ ସାମପିଟ୍ରୋଡା କହୁଛନ୍ତି ବୋମା ନପକାଇ ସେମାନଙ୍କ ସହ
ଆଲଚନା କର । ରାହୁଲ ବାବା ଏଣ୍ଡ କଂପାନୀ ଆତଙ୍କବାଦୀ ସହ ଆଲୋଚନା କରିବାକୁ କହୁଛନ୍ତି । କିନ୍ତୁ ନରେନ୍ଦ୍ର ମୋଦି ସରକାର ପୂରା ସ୍ପଷ୍ଟ କହିଛନ୍ତି ସେପଟୁ ଗୁଳି ଆସିଲେ ଏପଟୁ ଗୋଳାଯିବ ଏବଂ ଇଟାର ଜବାବ ପଥରରେ ଦିଆଯିବ । ବିଜେପିର ଗୋଟିଏ କାର୍ଯ୍ୟକର୍ତା ବଂଚିଥବି । ପର୍ଯ୍ୟନ୍ତ କାଶ୍ମିରୀକୁ ଭାରତରୁ କେହି ବି ଅଲଗା କରିପାରିବେ ନାହିଁ ।

କଂଗ୍ରେସ ଦେଶର ବିକାଶ କରିପାରିବ ନାହିଁ କି ଦେଶକୁ ସୁରକ୍ଷା ଦେଇପାରିବ ନାହିଁ । ସେହିପରି ବିଜୁ ଜନତା ଦଳ କେବେ ବି ଓଡିଶାର ବିକାଶ କରିପାରିବ ନାହିଁ କି ଓଡିଶାକୁ ଏକ ନମ୍ବର
ସ୍ଥାନରେ ପହଁଚାଇ ପାରିବ ନାହିଁ । ଚତୁର୍ଥ ପର୍ଯ୍ୟାୟରେ ନିର୍ବାଚନ ହେଉଥିବା ସମସ୍ତ ସାଂସଦ ଏବଂ ବିଧାୟକ ପାର୍ଥୀଙ୍କୁ ଜିତାଇବା ପାଇଁ ବିଜେପିକୁ 2 ଥର ଭୋଟ ଦେବାକୁ ଅପିଲ କରିଛନ୍ତି ଶାହ । ଏହା ସହ ମୋଦିଙ୍କୁ ଆଉଥରେ ପ୍ରଧାନମନ୍ତ୍ରୀ କରିବା ସହ ନବୀବଙ୍କୁ ଓଡିଶାରୁ ହଟାଇ ଓଡିଶାକୁ ଏକ ନମ୍ବର ରାଜ୍ୟରେ ପରିଣିତ କରିବାକୁ ଫିର ଏକ ବାର ମୋଦି ସରକାର ଏବଂ ଓଡିଶ।ରେ ବିଜେପି ସରକାରର ଆହ୍ୱାନ ଦେଇଛନ୍ତି ଶ୍ରୀ ଶାହ ।

Spread the love