ମାଷ୍ଟରକ୍ୟାଣ୍ଟିନ ଘୋଡାର ସୌନ୍ଦର୍ଯ୍ୟକରଣ କାମ ଆରମ୍ଭ

ଭୁବନେଶ୍ବର ୨୧।୮: ମାଷ୍ଟରକ୍ୟାଣ୍ଟିନ୍ ଘୋଡ଼ାର ସୌନ୍ଦର୍ଯ୍ୟକରଣ କାମ ଆରମ୍ଭ ହୋଇଛି । ଯେଉଁ ସ୍ଥାନରେ ଘୋଡ଼ା ଥିଲା ସେ ସ୍ଥାନରେ ରହିଛି । କିନ୍ତୁ ତାର ପାରିପାର୍ଶ୍ବିକ ପ୍ରତିମୂର୍ତ୍ତିଙ୍କୁ ଉଠାଯାଉଛି । ସେଠାରେ ବିଡିଏ, ସ୍ମାର୍ଟସିଟି ଲିମିଟେଡର ଅଧିକାରୀଙ୍କ ସହ ପ୍ରସିଦ୍ଧ ଶିଳ୍ପୀ ସୁଦର୍ଶନ ସାହୁ ମଧ୍ୟ ଉପସ୍ଥିତ ଅଛନ୍ତି । ସୁଦର୍ଶନ ସାହୁଙ୍କ ତତ୍ତ୍ଵାବଧାନରେ କାମ ଚାଲିଛି । ଘୋଡ଼ା ଥିବା ସ୍ଥାନକୁ ପରିବର୍ତ୍ତନ କରାନଯାଇ ମାଷ୍ଟରକ୍ୟାଣ୍ଟିନର ଗୋଲେଇର ଆକାରକୁ କମେଇବା ପାଇଁ ସ୍ମାର୍ଟ ସିଟି ଲିମିଟେଡ୍ ଯୋଜନା ରଖିଛି ।

Spread the love