ପ୍ରକାଶ ପାଇଲା ମାଟ୍ରିକ ଅଫଲାଇନ୍‌ ପରୀକ୍ଷା ଫଳାଫଳ

ଭୁବନେଶ୍ବର ୨୪/୦୮ :ପ୍ରକାଶ ପାଇଲା ମାଟ୍ରିକ ଅଫଲାଇନ ପରୀକ୍ଷା ଫଳ। ପରୀକ୍ଷା ଦେଇଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୫୨୩୩ ଜଣ ପାସ କରିଛନ୍ତି। ୧୪୧ ଜଣ ଛାତ୍ରଛାତ୍ରୀ ଫେଲ ହୋଇଛନ୍ତି। ମୋଟ ପାସ ହାର୮୦.୮୩% ରହିଛି। ପାସ୍‌ଙ୍କ ମଧ୍ୟରୁ ପୁଅ ୩୧୦୦ ଓ ଝିଅ ୨୧୩୩ ରହିଛନ୍ତି। ଅନ୍‌ଲାଇନ୍‌ ମାର୍କିଂରେ ଅସନ୍ତୁଷ୍ଟ ଦେଇଥିଲେ ଅଫଲାଇନ ପରୀକ୍ଷା ଦେଇଥିଲେ ଛାତ୍ରଛାତ୍ରୀ। A1 ପାଇଛନ୍ତି ମୋଟ ୪୨ ଜଣ ଛାତ୍ରଛାତ୍ରୀ। ସେହିପରି A2-୨୫୫, B1- ୩୪୮, B2- ୪୫୮, C-୫୯୯, D- 846, E-୨୬୮୫, F- ୧୪୧।ମାଟ୍ରିକ ଅଫଲାଇନ ପରୀକ୍ଷାରେ ୨୭୧ ପିଲାଙ୍କ ଗ୍ରେଡ ବଢ଼ିଛି। ଅନଲାଇନ ମାର୍କିଂରେ ଯେତିକି ପାଇଥିଲେ ଅଫଲାଇନରେ ମାର୍କ ବଢ଼ିଛି। ତେବେ ୪୫୯ ଛାତ୍ରଛାତ୍ରୀଙ୍କ ଅଫଲାଇନ ଗ୍ରେଡ ହ୍ରାସ ପାଇଲା। ଅନଲାଇନରେ ପାଇଥିବା ଗ୍ରେଡ ଅଫ୍ ଲାଇନରେ ଖସିଗଲା। ଅନଲାଇନ ମାର୍କିଂରେ ଅସନ୍ତୁଷ୍ଟ ହୋଇ ଦେଇଥିଲେ ଅଫଲାଇନ ପରୀକ୍ଷା।

Spread the love