ଫୋନି କ୍ଷତିଗ୍ରସ୍ତଙ୍କ ପାଇଁ ସରକାରଙ୍କ ସହାୟତା ଘୋଷଣା

‘ଫୋନି’ ବାତ୍ୟା କ୍ଷତିଗ୍ରସ୍ତଙ୍କ ପାଇଁ ରାଜ୍ୟ ସରକାର ଆଜି ସହାୟତା ଘୋଷଣା କରିଛନ୍ତି। ତେବେ ଖାଦ୍ୟ ସୁରକ୍ଷା ଯୋଜନାରେ ସାମିଲ ଥିବା ପରିବାର ହିଁ ଏହି ସହାୟତା ପାଇପାରିବେ। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ‘ଫୋନି’ରେ ପୁରୀ ଜିଲ୍ଲା ଓ ଖୋର୍ଦ୍ଧା ଜିଲ୍ଲାର କେତେକ ଅଞ୍ଚଳ ଭୀଷଣ ଭାବେ ଅତ୍ୟଧିକ କ୍ଷତିଗ୍ରସ୍ତ ହୋଇଛି। ଏଠାରେ ଖାଦ୍ୟ ସୁରକ୍ଷାରେ ସାମିଲ ଥିବା ସମସ୍ତ ପରିବାରକୁ ୫୦କିଲୋ ଚାଉଳ ସହ ୨ହଜାର ଟଙ୍କା ଓ ପଲିଥିନ ସିଟ୍ ଯୋଗାଇ ଦିଆଯିବ।

ସେହିପରି ଖୋର୍ଦ୍ଧାର ଅନ୍ୟ ଅଞ୍ଚଳରେ ମଧ୍ୟ ଭୀଷଣ କ୍ଷତିଗ୍ରସ୍ତ ହୋଇଛି। ଏସବୁ ଅଞ୍ଚଳରେ ଖାଦ୍ୟ ସୁରକ୍ଷା ଯୋଜନାରେ ସାମିଲ ପରିବାରକୁ ଅତିରିକ୍ତ ଭାବେ ଗୋଟିଏ ମାସର ଚାଉଳ କୋଟା ସହ ଏକ ହଜାର ଟଙ୍କା ଓ ପଲିଥିନ୍ ସିଟ୍ ସରକାର ଯୋଗାଇ ଦେବେ। ‘ଫୋନି’ରେ କଟକ, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଜିଲ୍ଲା ସାମାନ୍ୟ କ୍ଷତିଗ୍ରସ୍ତ ହୋଇଛି। ଏସବୁ ଜିଲ୍ଲାରେ ଅତିରିକ୍ତ ଏକମାସର ଚାଉଳ ସହ ୫୦୦ଟଙ୍କା ସହାୟତା ଦିଆଯିବ।

Spread the love