ସନ୍ଧ୍ୟାରେ ରାଜ୍ୟ କ୍ୟାବିନେଟ୍, ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ବାଜିପାରେ ମୋହର

ଭୁବନେଶ୍ୱର, ୨୭|୦୮: ଗୁରୁବାର ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବ । ସନ୍ଧ୍ୟାରେ ରାଜ୍ୟ ଲୋକସେବା ଭବନରେ ଏହି ବୈଠକ ବସିବ । ବୈଠକରେ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ମୋହର ବାଜିପାରେ । ଏଥିରେ ପଞ୍ଚାୟତିରାଜ ବ୍ୟବସ୍ଥାରେ ସଂରକ୍ଷଣ ନେଇ କେତେକ ସଂଶୋଧନ ପ୍ରସ୍ତାବ ରହିବ ।

ଲୋକସେବା ଭବନରେ ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବାକୁ ଥିବା ବୈଠକରେ ପ୍ରାୟ ୯ଟିରୁ ଅଧିକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଆସିବାକୁ ରହିଛି। ଏଥିରେ ପଞ୍ଚାୟତିରାଜ ସଂରକ୍ଷଣ ନିୟମର ସଂଶୋଧନ ପ୍ରସ୍ତାବ ସହିତ ସ୍ୱାସ୍ଥ୍ୟ ବିଭାଗର ଡାକ୍ତରଙ୍କ କ୍ୟାଡର ପୁନର୍ଗଠନ କରାଯିବା ପାଇଁ ପ୍ରସ୍ତାବ ଆସିବ। ଏହାବାଦ୍‍ ପରିବହନ ବିଭାଗ ପକ୍ଷରୁ ‘ଇ-ଯାନ’ ନୀତି ଭଳି ବିଭିନ୍ନ ବିଭାଗର କ୍ୟାଡ଼ର ପୁନର୍ଗଠନ ସହିତ ପାନୀୟଜଳ ଯୋଗାଣ ଟେଣ୍ଡର ଭଳି କେତେକ ପ୍ରସ୍ତାବ ଆସିବାକୁ ରହିଥିବା ଜଣାଯାଇଛି।

Spread the love