ଚନ୍ଦ୍ରଭାଗା ସମୁଦ୍ରରେ ଡଙ୍ଗା ବୁଡି ଘଟଣା : ମିଳିଲା ନିଖୋଜ ମତ୍ସ୍ୟଜୀବୀଙ୍କ ମୃତଦେହ

କୋଣାର୍କ ୨୮।୮: ଚନ୍ଦ୍ରଭାଗା ସମୁଦ୍ରରେ ଡଙ୍ଗା ବୁଡି ପରେ ନିଖୋଜ ହୋଇଥିବା ମତ୍ସ୍ୟଜୀବୀ ରାଜୁଙ୍କର ମୃତଦେହ ମିଳିଛି । ଶୁକ୍ରବାରଠାରି ନିଖୋଜ ଥିବା ବେଳେ ଶନିବାର ତାଙ୍କ ମୃତଦେହ ଉଦ୍ଧାର ହୋଇଛି ।

ସୂଚନାଯୋଗ୍ୟ ଯେ, ଶୁକ୍ରବାର ଭୋରୁ କୋଣାର୍କ ଚନ୍ଦ୍ରଭାଗା ସମୁଦ୍ରକୁ ଚନ୍ଦ୍ରଭାଗା ନୋଳିଆ ସାହିର ୫ ଜଣ ମତ୍ସ୍ୟଜୀବୀ ମାଛ ଧରିବାକୁ ଯାଉଥିଲେ । ସେହି ସମୟରେ ପ୍ରବଳ ଲହଡି ଯୋଗୁଁ ଭାରସାମ୍ୟ ହରାଇ ଡଙ୍ଗା ବୁଡିଯାଇଥିଲା । ୪ ଜଣ ମତ୍ସ୍ୟଜୀବୀ ପହଁରି ଅନ୍ୟ ଡଙ୍ଗା ସାହାଯ୍ୟରେ ଉଦ୍ଧାର ହୋଇଥିବା ବେଳେ, ଆପୋଲୋ ରାଜୁ ନିଖୋଜ ହୋଇଯାଇଥିଲେ । ପରେ କୋଣାର୍କ ଏବଂ ପୁରୀ ଅଗ୍ନିଶମ ବିଭାଗର ଦୁଇଟି ଟିମ୍ ପହଞ୍ଚି ନିଖୋଜ ରାଜୁଙ୍କ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ରାତି ୩ରେ ଜମାରା ଗ୍ରାମ ସୁରକ୍ଷା ଜଙ୍ଗଲ ବଡଖଞ୍ଜିଠାରୁ ତାଙ୍କ ମୃତ ଶରୀରକୁ ଉଦ୍ଧାର କରାଯାଇଛି ।

Spread the love