ନିଶାରେ ଚୁର୍ ସିନେ ଅଭିନେତା, ପଡୋଶୀଙ୍କୁ ଦେଖାଇଲେ ବନ୍ଧୁକ, ମାଡ ମାରିଲେ

ଭୁବନେଶ୍ୱର,୨୮/୦୮: ଓଲିଉଡର ଜଣେ ସିନେ ଅଭିନେତା ରିଲ୍‌ (ସିନେମା ପରଦା)ରେ ନୁହେଁ, ବଂର ରିଅଲ୍‌ (ସତସତିକା) ସିନେମା ଦୃଶ୍ୟ ଭଳି କାଣ୍ଡ ଭିଆଇଛନ୍ତି । ନିଶାସକ୍ତ ଅବସ୍ଥାରେ ସେ ତାଙ୍କ ପଡ଼ୋଶୀଙ୍କୁ ବନ୍ଧୁକ ମୁନରେ ଡରାଇଛନ୍ତି । ନିସ୍ତୁକ ପିଟିଛନ୍ତି ବି । ପଡ଼ୋଶୀଜଣକ ଏନେଇ ନୂଆପଲ୍ଲୀ ଥାନାରେ ଅଭିଯୋଗ କରିଛନ୍ତି । ଅଭିଯୋଗ ମୁତାବକ ପୁଲିସ ଘଟଣାର ସତ୍ୟାସତ୍ୟ ଜାଣିବାକୁ ଚେଷ୍ଟା ଚଳାଇଛି ।

ପଡ଼ୋଶୀଙ୍କ ଅଭିଯୋଗ ମୁତାବକ, ବବି ନୂଆପଲ୍ଲୀ ଆଇଆର୍‌ସି ଭିଲେଜ୍‌ର ଏନ୍‌ନ୍‌-୧ରେ ଥିବା ଏକ ଆପାର୍ଟମେଣ୍ଟରେ ରହୁଛନ୍ତି । କିଛି ଦିନ ହେଲା ସେ ମାନସିକ ଚିନ୍ତାରେ ରହୁଥିଲେ । କୌଣସି କାରଣ ନେଇ ସମ୍ପୃକ୍ତ ପଡ଼ୋଶୀଙ୍କ ସହ ବଚସା ହୋଇଥିଲା । ଏଥିରେ ଉତ୍‌କ୍ଷିପ୍ତ ହୋଇ ବବି ଘରୁ ଏକ ବନ୍ଧୁକ ଆଣି ତାଙ୍କୁ ଧମକାଇଥିଲେ । ଏମିତିକି ଆପାର୍ଟମେଣ୍ଟର ଅନ୍ୟ ଅନ୍ତେବାସୀଙ୍କ ସାମ୍ନାରେ ତାଙ୍କୁ ମାଡ଼ ମଧ୍ୟ ମାରିଥିଲେ ।

ପୁଲିସ କହିଛି, ସିନେ ଅଭିନେତା ବବି ମିଶ୍ରଙ୍କ ନାଁରେ ଏକ ଅଭିଯୋଗ ଆସିଛି । ତେବେ ଉକ୍ତ ଆପାର୍ଟମେଣ୍ଟ ଓ ଆଖାପଖରେ ଲାଗିଥିବା ସିସି କ୍ୟାମେରା ଫୁଟେଜ୍‌ରୁ ବବିଙ୍କ କାରମାନାର ସତ ଖୋଜା ଚାଲିଛି । ତଦନ୍ତ ପରେ ଅଭିଯୋଗର ସତ୍ୟାସତ୍ୟ ଅନୁସାରେ କାର୍ଯ୍ୟାନୁଷ୍ଠାନ ନିଆଯିବ ।

Spread the love