୧୫ ଜିଲ୍ଲା ପରିଷଦ ସଦସ୍ୟ ଇସ୍ତଫା ପରେ ବିଜେପି କହିଲା, ଦଳରୁ ଏବେ ଅଳିଆ ସଫା

ବାରିପଦା ୨୮।୦୮: ପଞ୍ଚାୟତ ନିର୍ବାଚନ ପୂର୍ବରୁ ବିଜେପିକୁ ଲାଗିଛି ଝଟ୍‌କା । ମୟୁରଭଞ୍ଜ ଜିଲ୍ଲାପରିଷଦ ବୈଠକ ପରେ ୧୫ଜଣ ସଦସ୍ୟଙ୍କ ସମୂହ ଭାବେ ଇସ୍ତଫା ଦେଇଛନ୍ତି । ଯାହାକୁ ନେଇ ରାଜ୍ୟ ରାଜନୀତିରେ ହଲଚଲ ସୃଷ୍ଟି ହୋଇଛି । କିନ୍ତୁ ପାର୍ଟିକୁ କୌଣସି ଫରକ ପଡିବନି ବୋଲି ବରିଷ୍ଠ ନେତା କହିଛନ୍ତି ।

ଖବର ଅନୁଯାୟୀ,  ଗତ ପଞ୍ଚାୟତ ନିର୍ବାଚନରେ ୫୬ ରୁ ୪୯ ଆସନ ଜିତି ଏକତରଫା ଜିଲ୍ଲାପରିଷଦ ଗଠନ କରିଥିବା ବିଜେପିକୁ ଲାଗିଛି ଶକ୍ତ ଝଟ୍‌କା। ଯାହାକୁ ନେଇ ଏକାଧିକ ରୁଦ୍ଧଦ୍ୱାର ବୈଠକ ହେଇସାରିଲାଣି। ଇସ୍ତଫା ପ୍ରସଙ୍ଗରେ ଜିଲ୍ଲା ପରିଷଦର ଅଧ୍ୟକ୍ଷା, ବାରିପଦା ବିଧାୟକ ଓ ଜିଲ୍ଲା ସଭାପତି ଭଳି ଅନେକ ତୁଙ୍ଗ ନେତା ଏବେ ଗଣମାଧ୍ୟମକୁ ଏଡାଇ ଯାଉଛନ୍ତି। ଜନସାଧାରଣଙ୍କୁ ବିଭ୍ରାନ୍ତି କରିବାରେ ଏହା ବିଜେଡିର ଚିରାଚରିତ କାର୍ଯ୍ୟଶୈଳୀ ବୋଲି କହିଛନ୍ତି  । ଏଥିରେ ଜିଲ୍ଲା ବିଜେପିକୁ କୌଣସି ଫରକ ପଡିବନି ବରଂ ସମସ୍ତ ଦଳବିରୋଧୀ ଅଳିଆ ଆପେ ଆପେ ସଫା ହୋଇଛନ୍ତି। ଏବେ ସ୍ୱଚ୍ଛ ବାତାବରଣରେ ବିଜେପି ଆଗକୁ ଆହୁରି ଭଲ କରିବ ବୋଲି ଜିଲ୍ଲା ବିଜେପିର ପୂର୍ବତନ ସଭାପତି ତଥା କେନ୍ଦ୍ରୀୟ ସହରାଞ୍ଚଳ କମିଟିର ସଦସ୍ୟ କହିଛନ୍ତି ।

Spread the love