ହରିଣ ଦେହରେ କୋଭିଡ-୧୯ ଭାଇରସ, ଆମେରିକାରେ ମିଳିଲା ପ୍ରଥମ ମାମଲା

ନ୍ୟୁୟର୍କ,୨୮/୦୮:   ହରିଣ ଶରୀରରେ ଠାବ ହେଲା କରୋନା ଭାଇରସ । ପୂର୍ବରୁ ଅନେକ ସ୍ଥାନରେ ବାଘ ଓ ସିଂହଙ୍କ ଶରୀରରେ ଭାଇରସ ଠାବ ହୋଇଥିଲା । ଏବେ ହରିଣଠାରେ କୋଭିଡ୍-୧୯ ମିଳିବା ନେଇ ଆମେରିକାର ଗବେଷକମାନେ ସ୍ପଷ୍ଟ କରିଛନ୍ତି ।

ଆମେରିକା କୃଷି ବିଭାଗର ରିପୋର୍ଟ ଅନୁସାରେ, ହରିଣକୁ କରୋନାର ପ୍ରଥମ ମାମଲା ସାମ୍ନାକୁ ଆସିଛି । ଓହିଓରେ ଏକ ଧଳାଲାଞ୍ଜି ହରିଣ ପଜିଟିଭ୍ ଚିହ୍ନଟ ହୋଇଛି । କିନ୍ତୁ ତ ଶରୀରରେ ସଂକ୍ରମଣର କୌଣସି ଲକ୍ଷଣ ଦେଖିବାକୁ ମିଳିନାହିଁ ।

ଗବେଷକ ଲିଣ୍ଡାସୀ କୋଲେଙ୍କ କହିବାନୁସାରେ, ହରିଣଟି କିପରି ସଂକ୍ରମିତ ହେଲା ସେନେଇ କିଚି ସ୍ପଷ୍ଟ ସୂଚନା ନାହିଁ । ମଣିଷଙ୍କ ସଂସ୍ପର୍ଶରେ ଆସି ସେ ପଜିଟିଭ୍ ଚିହ୍ନଟ ହୋଇଥାଇପାରେ । ଅନ୍ୟ ପଶୁଙ୍କୁ ମଧ୍ୟ ବିପଦ ରହିଛି । ୟୁଏସ କୃଷି ବିଭାଗ ପୂର୍ବରୁ କୁକୁର, ବିଲେଇ, ବାଘ, ସିଂହ, କଲରାପତରିଆ, ଗରିଲାଙ୍କ ଶରୀରରେ ଭାଇରସ ଠାବ ନେଇ ସୂଚନା ଦେଇଥିଲା ।

ଗବେଷକଙ୍କ ମତ ଅନୁମସାରେ, କୌଣସି ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିବା ପରେ ହିଁ ବନ୍ୟଜନ୍ତୁମାନେ ପଜିଟିଭ୍ ଚିହ୍ନଟ ହୋଇଥାନ୍ତି । ଗତମାସରେ ମିସିଗାନ, ଇଲିନୋଇସ, ନ୍ୟୁୟର୍କ, ପେନିସାଲଭାନିଆରେ ଥିବା ଧଳା ଲାଞ୍ଜି ହରିଣଙ୍କଠୁ ନମୂନା ସଂଗ୍ରହ କରାଯାଇଥିଲା । ଓହିଓ ଷ୍ଟେଟ୍ ୟୁନିଭର୍ସିଟି କଲେଜ ଅଫ୍ ଭେଟେରିନାରୀ ମେଡିସିନ୍ ଏହି ସବୁ ନମୂନା ସଂଗ୍ରହ କରିଥିଲା । ନମୂନା ପରୀକ୍ଷଣ ପରେ ଏକ ହରିଣ କରୋନା ସଂକ୍ରମିତ ଥିବା ସ୍ପଷ୍ଟ ହୋଇଥିଲା ।

Spread the love