ଜନ୍ମାଷ୍ଟମୀରେ ଶ୍ରୀକୃଷ୍ଣଙ୍କୁ ଖୁଆ ଭୋଗ ଲଗାନ୍ତୁ

ପ୍ରସ୍ତୁତ ସାମଗ୍ରୀ :

. ୧ କିଲୋ ଚିନି

. ୧୦୦ ଗ୍ରାମ ଲହୁଣୀ

. ୨୦୦ ଗ୍ରାମ ବାଦାମ

. ୧୦୦ ଗ୍ରାମ କିଶ୍‌ମିଶ୍‌

. ୫୦ ଗ୍ରାମ ପିଷ୍ଟା ବାଦାମ

. ୨୫ ଗ୍ରାମ ଖସଖସ୍‌

. ୨୦୦ ଗ୍ରାମ ଶୁଖିଲା ନଡ଼ିଆ

. ୨୦୦ ଗ୍ରାମ କାଜୁ

. ୨ ଚାମଚ ଅଳେଇଚ ପାଉଡର

. ଘିଅ

ପ୍ରସ୍ତୁତି ବିଧି :

ଗୋଟିଏ ପାତ୍ରରେ ସବୁ ସାମଗ୍ରୀକୁ ମିଶାଇ ଗୁଣ୍ଡ କରି ଦିଅନ୍ତୁ । ପରେ ଏକ ପ୍ୟାନରେ ଚିନି ଓ ପାଣି ମିଶାଇ ସିରା ତିଆରି କରନ୍ତୁ । ଏବେ ଏଥିରେ ଅଳେଇଚ ଗୁଣ୍ଡ ମିଶାଇ ଦିଅନ୍ତୁ । ଏବେ ଏଥିରେ ଗୁଣ୍ଡ ହୋଇ ଥିବା ସବୁ ସାମଗ୍ରୀକୁ ମିଶାଇ ଦିଅନ୍ତୁ । ଏବେ ଏକ ପ୍ଲେଟରେ ଘିଅ ନେଇ ଏହି ସାମଗ୍ରୀକୁ କାଢ଼ି ଦିଅନ୍ତୁ । ଏବେ ଏହାକୁ ଭଲ ଭାବେ ମିଶାଇ ପିସ୍‌ ପିସ କରି କାଟି ଦିଅନ୍ତୁ । ଏବେ ହୋଇଗଲା ଆପଣଙ୍କ ଖୁଆ ତିଆରି ।

Spread the love