୨୮୮ଟି କେନ୍ଦ୍ରରେ ଓଏସ୍ଏସ୍‌ଟିଇଟି ପରୀକ୍ଷା : କପି ରୋକିବାକୁ ସ୍ୱତନ୍ତ୍ର ବ୍ୟବସ୍ଥା

ଭୁବନେଶ୍ୱର ୦୧/୦୯: ଆଜି ଓଡ଼ିଶା ମାଧ୍ୟମିକ ସ୍କୁଲ ଟିଚର୍ ଇଲିଜିବେଲିଟି ଟେଷ୍ଟ ବା ଓଏସ୍ ଏସ୍ ଟିଇଟି ପରୀକ୍ଷା । ରାଜ୍ୟର ୨୮୮ଟି କେନ୍ଦ୍ରରେ ୫୩ ହଜାର ପରୀକ୍ଷାର୍ଥୀ ଏହି ପରୀକ୍ଷାରେ ଅଂଶଗ୍ରହଣ କରିବେ। ଚଳିତବର୍ଷ ପରୀକ୍ଷାରେ ସ୍ୱଚ୍ଛତା ବଜାୟ ରଖିବାକୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ କଡ଼ା ପଦକ୍ଷେପ ଗ୍ରହଣ କରାଯାଇଛି । ପରୀକ୍ଷାରେ ଅସାଧୁ ପନ୍ଥା ଆପଣାଇଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଚେତାବନୀ ଦେଇଛି ।

ପରୀକ୍ଷା ଉପରେ ତୀକ୍ଷଣ ନଜର ରଖିବାକୁ ସବୁ ଜିଲା ଶିକ୍ଷା ଅଧିକାରୀ, ଡିଇଓଙ୍କୁ କୁହାଯାଇଛି । ଯଦି କୌଣସି ପରୀକ୍ଷାର୍ଥୀ କପି କରି ଧରାପଡ଼ନ୍ତି ତାଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଆଯିବ। ଉକ୍ତ ପରୀକ୍ଷାର୍ଥୀଙ୍କୁ ଆଜୀବନ ବାସନ୍ଦ କରାଯିବ। ଏନେଇ ବିଭାଗ ପକ୍ଷରୁ ସମସ୍ତ ଡିଇଓଙ୍କୁ ନିର୍ଦେଶ ଦିଆଯାଇଛି।…

Spread the love