୧୮ ଗ୍ରାମ୍ ବ୍ରାଉନସୁଗାର ଜବତ, ମହିଳା ଗିରଫ

କେନ୍ଦ୍ରାପଡା ୧।୯: କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ଅଂଚଳରେ ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ । ୧୮ ଗ୍ରାମ୍ ବ୍ରାଉନସୁଗାର ଜବତ ହୋଇଛି । ଏହି ଘଟଣାରେ ସ୍ଥାନୀୟ ଦକ୍ଷିଣଦିଆ ଗ୍ରାମରେ ଜଣେ ମହିଳାଙ୍କୁ ମଧ୍ୟ ଗିରଫ କରିଛି ଅବକାରୀ ବିଭାଗ । ଜବତ ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ୧ ଲକ୍ଷ ୮୦ ହଜାର ଟଙ୍କା ହେବ। ଚଢ଼ାଉ ବେଳେ ସମ୍ପୃକ୍ତ ମହିଳାଙ୍କଠାରୁ ୪୮ ହଜାର ଟଙ୍କା ମଧ୍ୟ ଜବତ ହୋଇଥିବା ପଟାମୁଣ୍ଡାଇ ଅବକାରୀ ରେଞ୍ଜ ନିରୀକ୍ଷକ କମଳ ଲୋଚନ ପାଇକରାୟ ସୂଚନା ଦେଇଛନ୍ତି । ଗତ ଅଗଷ୍ଟ ୩୧ ତାରିଖରେ କେନ୍ଦ୍ରାପଡା ଗରାପୁର ଅଂଚଳରୁ ୧୫ ଗ୍ରାମ ବ୍ରାଉନସୁଗାର ଜବତ ହେବା ସହିତ ଜଣକୁ ଗିରଫ କରାଯାଇଥିଲା।

Spread the love