ଶିକ୍ଷା ବିଭାଗର ୨ କର୍ମଚାରୀ ଭିଜିଲାନ୍ସ କୋର୍ଟରେ ଦୋଷୀ ସାବ୍ୟସ୍ତ, ୩ବର୍ଷ ଜେଲ୍‌ଦଣ୍ଡ ସହ ୫ହଜାର ଲେଖାଏଁ ଅର୍ଥଦଣ୍ଡ

ବୌଦ୍ଧ ୧।୯: ବୌଦ୍ଧ ଜିଲ୍ଲା ଶିକ୍ଷା ବିଭାଗର ଦୁଇ ଜଣ କର୍ମଚାରୀ ଲାଞ୍ଚ ନେଇ ଭିଜିଲାନ୍ସ କୋର୍ଟରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ଦୁଇ ଜଣଙ୍କୁ ୩ ବର୍ଷ ଜେଲ୍ ଦଣ୍ଡ ଦିଆଯାଇଥିବା ଜଣାପଡିଛି ।

ସୂଚନାଯୋଗ୍ୟ ଯେ, ହରଭଂଗା ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟର କିରାଣୀ ପ୍ରଦୀପ ଦଳବେହେରା ଓ ପିଅନ ଦଣ୍ଡଧର ଦେହୁରୀ ମୃତ ଗଣଶିକ୍ଷକ ଚୈତନ୍ୟ ଦୀପଙ୍କ ବକେୟା ଦରମା ଓ ଇପିଏଫ କରାଇଦେବା ପାଇଁ ଲାଞ୍ଚ ନେଉଥିଲେ । ଶିକ୍ଷକଙ୍କ ପୁଅ ପଞ୍ଚାନନ ଦୀପଙ୍କଠାରୁ ୨ ହଜାର ଟଙ୍କା ଲାଞ୍ଚ ନେଉଥିବା ସମୟରେ ବୌଦ୍ଧ ଓ କନ୍ଧମାଳ ଭିଜିଲାନ୍ସ ବିଭାଗ ୨୦୧୭ ମସିହା ମାର୍ଚ୍ଚ ୬ ତାରିଖରେ ତାଙ୍କୁ ଧରିଥିଲେ ।

ଭିଜିଲାନ୍ସର ଅଭିଯୋଗ ଫର୍ଦ୍ଦ ଓ ୯ ଜଣ ସାକ୍ଷୀଙ୍କ ବକ୍ତବ୍ୟକୁ ବିଚାରକୁ ନେଇ ମଙ୍ଗଳବାର ଫୁଲବାଣୀ ଭିଜିଲାନ୍ସ ବିଚାରପତି ଶୁଭଦର୍ଶୀ ପଟ୍ଟନାୟକ ଉଭୟ ଅଭିଯୁକ୍ତଙ୍କୁ ୩ ବର୍ଷ କାରାଦଣ୍ଡ ଆଦେଶ ଦେଇଛନ୍ତି । ଏହାସହ ୫ ହଜାର ଟଙ୍କା ଲେଖାଏଁ ଅର୍ଥଦଣ୍ଡରେ ଦଣ୍ଡିତ କରିଥିବା ଜଣାପଡିଛି । ଅର୍ଥଦଣ୍ଡ ଅନାଦେୟ ହେଲେ ୬ ମାସ ଅତିରିକ୍ତ କାରାଦଣ୍ଡ ଆଦେଶ ମଧ୍ୟ ଦିଆଯାଇଛି

Spread the love