ଘରେ ୧୯ଟି ବୁଢିଆଣୀ ଓ ଅଜଗର ଛାଡି ଚାଲିଗଲା ଭଡାଟିଆ: ଘର ଖୋଲି ଦେଖିଲାବେଳେ ଚମକି ଗଲେ ଘର ମାଲିକ

ନୂଆଦିଲ୍ଲୀ ୦୫/୦୯ : ଭାବି ନିଅନ୍ତୁ ଆପଣ ଜଣେ ଘର ମାଲିକ ଓ ଆପଣଙ୍କ ଭଡାଟିଆ ହଠାତ ଘର ଛାଡି ଚାଲି ଯାଇଛି। ଆପଣ ସେ ରହୁଥିବା ଖୋଲିବା ପରେ ଦେଖନ୍ତି ଯେ ଘରେ ଅଜବ ଅଜବ ଜନ୍ତୁ ରଖାଯାଇଛି। ଆପଣଙ୍କୁ କିଭଳି ଅନୁଭବ ହେବ। ଆପଣ ନିଶ୍ଚୟ ଚିନ୍ତିତ ହୋଇପଡିବେ। ଆମେରିକାର ମେନେ ଷ୍ଟେଟର ଏକ ଆପାର୍ଟମେଣ୍ଟରେ ଏହିଭଳି ଏକ ଘଟଣା ଘଟିଛି। ଭଡାଟିଆ ଚାଲିଯିବା ପରେ ଘର ମାଲିକ ଘର ଖୋଲିବା ପରେ ଅଜବ ଅଜବ ଜନ୍ତୁ ଦେଖି ଚମକି ପଡ଼ିଥିଲେ। ଘର ମାଲିକ ଜଣେ ବ୍ୟକ୍ତିଙ୍କୁ ଫୋନ କରିଥିଲେ ଯିଏ ଏହିଭଳି ଜନ୍ତୁଙ୍କ ଯତ୍ନ ନିଅନ୍ତି। ଉକ୍ତ ବ୍ୟକ୍ତି ଜଣକ କାହାଣୀଟି ଫେସବୁକରେ ସେୟାର କରିଛନ୍ତି ଓ କାହାଣୀ ଭାଇରାଲ ହୋଇଛି।

ଫେସବୁକରେ ମିଷ୍ଟର ଡ୍ୟୁ ଆଣ୍ଡ ହିଜ୍ ଏନିମଲ୍ସ ନାମରେ ଏକ ପେଜ ଅଛି। ସେ ଲେଖିଛନ୍ତି ଯେ ଦିନେ ସକାଳୁ ଜଣେ ଘର ମାଲିକ ଚିନ୍ତିତ ହୋଇ ଫୋନ କଲେ। ତାଙ୍କ ଭଡାଵାଲା ଘର ଖାଲି କରି ଚାଲି ଯାଇଥିଲା। ସେ ଯେତେବେଳେ ଘର ଖୋଲିଥିଲେ ଘର ଭିତରେ ସ୍ୱତନ୍ତ୍ର ପ୍ରଜାତିର ୧୯ ବୁଢିଆଣୀ ଓ ଗୋଟିଏ ଅଜଗର ଥିଲା। ୪ଟି ବୁଢିଆଣୀ ପାଣି ବିନା ମରି ଯାଇଥିଲେ। ମିଷ୍ଟର ଡ୍ୟୁ କହିଛନ୍ତି, ମେନେ ରାଜ୍ୟରେ ଏହିଭଳି ଜନ୍ତୁଙ୍କୁ ପୋଷା ରଖିବା ଆଇନଗତ ଭାବେ ଅପରାଧ। ଘଟଣାସ୍ଥଳରେ ମହଁଚି ସେ ତୁରନ୍ତ ବୁଢିଆଣୀ ଓ ଅଜଗରର ଯତ୍ନ ନେବା ବ୍ୟବସ୍ଥା କରିଥିଲେ। ବର୍ତ୍ତମାନ ସେମାନଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ଅଛି।

ମିଷ୍ଟର ଡ୍ୟୁଙ୍କ ଏହି ପୋଷ୍ଟ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଛି। ପ୍ରାୟ ୭୦୦ ୟୁଜର୍ସ ଏଥିରେ ପ୍ରତିକ୍ରିୟା ରଖିଛନ୍ତି। କିଛି ୟୁଜର୍ସ ମିଷ୍ଟର ଡ୍ୟୁଙ୍କୁ ପ୍ରଶଂସା କରିଛନ୍ତି। କିଛି ୟୁଜର୍ସ ଲେଖିଛନ୍ତି ମିଷ୍ଟର ଡ୍ୟୁ ସତରେ ମହାନ। ୟୁଜର୍ସ ଲେଖିଛନ୍ତି ଏହି ନିରୀହ ଜନ୍ତୁଙ୍କୁ ରକ୍ଷା କରିବା, ସେମାନଙ୍କ ଯତ୍ନ ନେବା ପାଇଁ ବହୁତ ବହୁତ ଧନ୍ୟଵାଦ।

Spread the love