ରାଜ୍ୟରେ କିଛି ଜିଲ୍ଲାରେ କରୋନା ସଂକ୍ରମଣ ବଢୁଛି କମୁଛି, କିଛି ମାତ୍ରାରେ ଡେଲ୍‌ଟା ରହିଛି : DMET

ରାଜ୍ୟରେ କିଛି ଜିଲ୍ଲାରେ କରୋନା ସଂକ୍ରମଣ ବଢୁଛି,କମୁଛି । ସାମାନ୍ୟ ବଢୁଛି ବୋଲି ଗୋଟିଏ ରେଡ୍‌ ଜୋନ୍‌ ଥିଲା। ରେଡ୍‌ ଜୋନ୍‌ ହେଲେ ଅଧିକ ସତର୍କ ରହିବାକୁ ପଡିବ। ବର୍ତ୍ତମାନ ସବୁ ସ୍ଥିର ଅଛି। ରାଜ୍ୟରେ ଡେଲ୍‌ଟା କିଛି ମାତ୍ରାରେ ଅଛି। ପୃଥିବୀରେ ନିପା ଭାଇରସ ମହାମାରୀ ରୂପ ନେଇନାହିଁ। ତଥାପି ସଚେତନ ହେବା ଆବଶ୍ୟକ । ମଣିଷଠାରୁ ମଣିଷକୁ ଭୟ ରହୁଛି। ଲୋକଙ୍କ ଆଚରଣ ବ୍ୟବସ୍ଥା ଓ ଅବସ୍ଥାକୁ ଦେଖିବାକୁ ପଡିବ।

ଆଗରୁ ଶିଶୁ ସଂକ୍ରମିତ ହୋଇଥିଲେ। ହେଲେ ଏବେ ଏତେଟା ବଢିନି। ଶିକ୍ଷକ ବି ସଂକ୍ରମିତ ହୋଇଛନ୍ତି। ଯେତେବେଳେ ଟିକା ଆସିଲା, ଯୁଦ୍ଧକାଳୀନ ଭିତ୍ତିରେ ଦିଆଯାଉଛି। ଯେତେ ଶୀଘ୍ର ଦିଆଯିବ, ଏହି କାର୍ଯ୍ୟ ସରିବ। DMET ସିବିକେ ମହାନ୍ତିଙ୍କ ଏହି ସୂଚନା ଦେଇଛନ୍ତି।

Spread the love