ଆଜି ପ୍ରକାଶ ପାଇବ ପିପିଲି ବିଧାନସଭା ଉପନିର୍ବାଚନ ବିଜ୍ଞପ୍ତି, ଖୁବ୍ ଶୀଘ୍ର ଘୋଷଣା କରିବେ ରାଜ୍ୟ ନିର୍ବାଚନ କମିଶନ

ପିପିଲି ବିଧାନସଭା ଉପନିର୍ବାଚନ ପାଇଁ ଆଜି ପ୍ରକାଶ ପାଇବ ବିଜ୍ଞପ୍ତି। ମତଦାନ ପାଇଁ ବିଦ୍ଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ କରିବେ ରାଜ୍ୟ ନିର୍ବାଚନ କମିଶନ। ଏହାପରେ ଜୋରଦାର ହେବ ପ୍ରଚାର। ପ୍ରଚାରରେ ସାମିଲ ହେବେ ଦଳର ଷ୍ଟାର କ୍ୟାମ୍ପେନର । ସେମାନଙ୍କ ସହ ସର୍ବାଧିକ ୧୦୦୦ ଲୋକ ପ୍ରଚାରରେ ସାମିଲ ହୋଇପାରିବେ। ଡୋର୍‌ ଟୁ ଡୋର୍‌ କ୍ୟାମ୍ପେନରେ ପ୍ରାର୍ଥୀଙ୍କୁ ମିଶାଇ ୫ ଜଣ ସାମିଲ ହୋଇପାରିବେ। ସେପ୍ଟେମ୍ବର ୩୦ ତାରିଖରେ ହେବ ମତଦାନ ।

ଅକ୍‌ଟୋବର ୩ ତାରିଖରେ ଗଣତି ହେବ। କୋଭିଡ୍‌ କଟକଣାରେ ନିଆଯିବ ଭୋଟ୍‌ । ପୂର୍ବରୁ ପିପିଲି ଉପନିର୍ବାଚନ ପାଇଁ ୧୦ଜଣଙ୍କ ପ୍ରାର୍ଥିପତ୍ର କାଏମ ରହିଛି । ତେଣୁ ଏବେ ଆଉ ସାନି ନାମାଙ୍କନ ହେବ ନାହିଁ । ପ୍ରଦୀପ ମହାରଥୀଙ୍କ ପରଲୋକ ପରେ ପିପିଲି ଆସନ ଖାଲି ପଡ଼ିଛି।

Spread the love