ଅଧିନାୟକ ପଦରୁ କାହିଁକି ଇସ୍ତଫା ଘୋଷଣା କଲେ କୋହଲି ? ଜବାବ ଦେଲେ ବିସିସିଆଇ ଅଧ୍ୟକ୍ଷ ଏବଂ ସମ୍ପାଦକ

ନୂଆଦିଲ୍ଲୀ ୧୬/୦୯:ଗୁରୁବାର ଖେଳପ୍ରେମୀଙ୍କ ପାଇଁ ଏକ ଖରାପ ଦିନ କହିଲେ ଭୁଲ ହେବ ନାହିଁ। କାରଣ ବିରାଟ କୋହଲି ଭାରତୀୟ ଟିମର ଟି-୨୦ ଅଧିନାୟକ ପଦରୁ ଇସ୍ତଫା ଦେଇଛନ୍ତି । ହଠାତ ଏକ ଟ୍ବିଟର ପୋଷ୍ଟ ମାଧ୍ୟମରେ ଏନେଇ ଘୋଷଣା କରିଛନ୍ତି କୋହଲି। ୟୁଏଇ ଏବଂ ଓଭାଲରେ ହେବାକୁ ଥିବା ଟି-୨୦ ବିଶ୍ବକପ୍‌ ପରେ ଟି-୨୦ ପାଇଁ ଅଧିନାୟକ ରହିବେ ନାହିଁ ବିରାଟ କୋହଲି। କ୍ୟାପ୍ଟେନ କୋହଲିଙ୍କ ଇସ୍ତଫାକୁ ନେଇ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ଏବଂ ସଂପାଦକ ଜୟ ଶାହଙ୍କ ପ୍ରତିକ୍ରିୟା ମିଳିଛି।

କାହିଁକି ବିରାଟ ଏମିତି ନିଷ୍ପତ୍ତି ନେଲେ ସେନେଇ କହିଛନ୍ତି ଗାଙ୍ଗୁଲି। ବିସିସିଆଇ ପ୍ରେସିଡେଣ୍ଟ କହିଛନ୍ତି, ‘ବିରାଟ ଇଣ୍ଡିଆନ ଟିମ୍‌ ପାଇଁ ପ୍ରକୃତ ସମ୍ପତ୍ତି ଥିଲେ। ତାଙ୍କ ଅଧିନାୟିକତ୍ବରେ ଟିମ୍ ବହୁତ ଭଲ ପ୍ରଦର୍ଶନ କରିଛି। ଭବିଷ୍ୟତକୁ ନଜରରେ ରଖି ଏହି ନିଷ୍ପତ୍ତି ନିଆଯାଇଛି। କ୍ୟାପ୍ଟେନ ଭାବେ ବିରାଟ କୋହଲିଙ୍କ ପ୍ରଦର୍ଶନ ପାଇଁ ତାଙ୍କୁ ଧନ୍ୟବାଦ ଦେଉଛୁ। ଆଗାମୀ ବିଶ୍ବକପ୍‌ ପାଇଁ ତାଙ୍କୁ ବେଷ୍ଟ ଅଫ ଲକ୍‌।’

ଏହା ସହ ବିସିସିଆଇ ସଂପାଦକ ଜୟ ଶାହା କହିଛନ୍ତି, ଏହି ନିଷ୍ପତ୍ତିକୁ ନେଇ କୋହଲିଙ୍କ ସହ ଦୀର୍ଘ ସମୟ ଧରି ଆଲୋଚନା ଚାଲିଥିଲା। ସେ କହିଛନ୍ତି, ‘ଟିମ୍‌ ଇଣ୍ଡିଆ ପାଇଁ ଆମ ପାଖରେ ସ୍ପଷ୍ଟ ରୋଡ୍‌ ମ୍ୟାପ୍‌ ରହିଛି। କାର୍ଯ୍ୟ ଚାପକୁ ଦେଖି ଏବଂ ଭାରତୀୟ ଟିମ୍‌ରେ ପରିବର୍ତ୍ତନର ସୁଲଭତାକୁ ଦେଖି ଆଗାମୀ ବିଶ୍ବକପ୍ ପରେ ଟି-୨୦ ଟିମ୍‌ର କ୍ୟାପ୍ଟେନ ପଦରୁ ହଟିବା ପାଇଁ କୋହଲି ନିଷ୍ପତ୍ତି ନେଇଛନ୍ତି। ମୁଁ ବିରାଟ ଏବଂ ଅନ୍ୟ ନେତୃତ୍ବଙ୍କ ସହିତ ଗତ ୬ ମାସ ହେଲା ଆଲୋଚନା କରିଆସିଥିଲି। ଏହି ନିଷ୍ପତ୍ତି ଭାବି ଚିନ୍ତି ନିଆଯାଇଛି। ବିରାଟ କୋହଲି ଜଣେ ଖେଳାଳି ଏବଂ ବରିଷ୍ଠ ସଦସ୍ୟ ଭା​‌ବେ ଭାରତୀୟ କ୍ରିକେଟରେ ଯୋଗଦାନ ଦେବା ସହ ଖେଳାଳିଙ୍କ ନିଜର ଅଭିଜ୍ଞତା ବାଣ୍ଟିବା ଜାରି ରଖିବେ।’

Spread the love