ଖୋଲିବ କି DRDO ତଥ୍ୟ ଲିକ୍ ରହସ୍ୟ ? ୭ ଦିନିଆ ରିମାଣ୍ଡରେ ୫ ଅଭିଯୁକ୍ତ, ଏହି ସବୁ ପ୍ରଶ୍ନର ଉତ୍ତର ଖୋଜିବ କ୍ରାଇମବ୍ରାଞ୍ଚ

କଟକ ୧୮।୦୯: ଖୋଲିବ କି DRDO ତଥ୍ୟ ଲିକ୍ ମାମଲା।  ଗିରଫ ୫ ଅଭିଯୁକ୍ତଙ୍କୁ ୭ଦିନିଆ ରିମାଣ୍ଡରେ ନେଲା କ୍ରାଇବ୍ରାଞ୍ଚ । ଅଭିଯୁକ୍ତମାନଙ୍କୁ କଟକ କ୍ରାଇମବ୍ରାଞ୍ଚ କାର୍ଯ୍ୟାଳୟରେ ରଖି ଜେରା କରାଯିବ । ଏମାନେ କାହାକୁ ତଥ୍ୟ ଦେଉଛନ୍ତି, ଏହି ଘଟଣାରେ ଆଉ କାହାର ସମ୍ପୃକ୍ତି ଅଛି କି ନାହିଁ ତା’ର ଖୋଳତାଡ଼ କରାଯିବ ବୋଲି ସୂଚନା ଦେଇଛନ୍ତି କ୍ରାଇମବ୍ରାଞ୍ଚ ଏଡିଜି ସଂଜୀବ ପଣ୍ଡା । ସେପଟେ ଆଜି ଚାନ୍ଦିପୁର ବସ୍ତିରୁ ୪ଜଣ ବାଂଲାଦେଶୀ ଶରଣାର୍ଥୀଙ୍କୁ ଉଠାଇଛି କ୍ରାଇମବ୍ରାଞ୍ଚ ।

ଖୋଲିବ କି DRDO ତଥ୍ୟ ଲିକ୍ ରହସ୍ୟ ? ୫ ଅଭିଯୁକ୍ତଙ୍କୁ ୭ଦିନିଆ ରିମାଣ୍ଡରେ ନେଲା କ୍ରାଇବ୍ରାଞ୍ଚ । ହନିଟ୍ରାପ୍ କରୁଥିବା ମହିଳା ଜଣକ କିଏ ? ସେ ଭାରତର ନା’ ପାକିସ୍ତାନର ? ଅଭିଯୁକ୍ତମାନଙ୍କ ସହ ସଂପୃକ୍ତ ସୁନ୍ଦରୀଙ୍କର କେବେ ସମ୍ପର୍କ ହୋଇଥିଲା ? ଅଭିଯୁକ୍ତମାନେ ତଥ୍ୟ ଦେଇ କେତେ ଟଙ୍କା ପାଉଥିଲେ ? ସେମାନଙ୍କ ଆକାଉଣ୍ଟକୁ କେଉଁଠାରୁ କେତେ ଟଙ୍କା ଆସିଛି ? ଅଭିଯୁକ୍ତମାନେ କେଉଁ କେଉଁ ତଥ୍ୟ ଦେଇଛନ୍ତି ? ଭିଡିଓଗ୍ରାଫି, ଫଟୋ ଓ ଡକ୍ୟୁମେଣ୍ଟ ଆକାରରେ କାହାକୁ କିଛି ତଥ୍ୟ ଦିଆଯାଇଛି କି ?  ଅଭିଯୁକ୍ତଙ୍କ ସହ ଆଉ କାହାର ସମ୍ପର୍କ ଅଛି କି ? ଅଭିଯୁକ୍ତମାନେ କାହାକୁ ଫୋନ୍ କରୁଥିଲେ ?  ସେମାନଙ୍କ ନିକଟକୁ କେଉଁଠୁ ଫୋନ୍ ଆସୁଥିଲା ?  ଗିରଫ ୫ ଅଭିଯୁକ୍ତଙ୍କ ଠାରୁ ଏଭଳି ଅନେକ ପ୍ରଶ୍ନର ଉତ୍ତର ଜାଣିବାକୁ ଏବେ ତନାଘନା କରିବ କ୍ରାଇମବ୍ରାଞ୍ଚ । ଅଭିଯୁକ୍ତମାନଙ୍କୁ କଟକ କାର୍ଯ୍ୟାଳୟରେ ଜେରା କରାଯିବ । ଏହି ମାମଲାରେ NIA ନୁହେଁ, ଏବେ କେବଳ କ୍ରାଇମବ୍ରାଞ୍ଚ ତଦନ୍ତ କରୁଛି । ତେବେ NIA ଚାହିଁଲେ ଅଭିଯୁକ୍ତଙ୍କୁ ପଚରାଉଚରା କରିପାରିବ ବୋଲି କ୍ରାଇମବ୍ରାଞ୍ଚ ଏଡିଜି ସୂଚନା ଦେଇଛନ୍ତି ।

DRDO ତଥ୍ୟ ଲିକ୍ ମାମଲାରେ ୭ବର୍ଷ ଧରି ଆଇଟିଆରରେ ଡ୍ରାଇଭର ଭାବେ ସ୍ଥାୟୀ ନିଯୁକ୍ତି ପାଇଥିବା ସଚିନ କୁମାର ଓରଫ ଛତା ସମେତ ଠିକା ଭାବେ କାମ କରୁଥିବା ଏସି ଅପରେଟର ବସନ୍ତ ବେହେରା ଓ ଶେଖ୍ ମଶାଫିର, ମେଟଗେଟ୍ କିପର ତାପସ ରଞ୍ଜନ ନାୟକ, ଡିଜି ଅପରେଟର ହେମନ୍ତ କୁମାର ମିସ୍ତ୍ରୀଙ୍କୁ ଗିରଫ କରାଯାଇଛି । ସେପଟେ ଚାନ୍ଦିପୁର ବସ୍ତିରୁ ୪ଜଣ ବାଂଲାଦେଶୀ ଶରଣାର୍ଥୀଙ୍କୁ ଉଠାଇ ନେଇଛି କ୍ରାଇମବ୍ରାଞ୍ଚ ଟିମ୍। ଏମାନେ କିଏ ? ଗିରଫ ଅଭିଯୁକ୍ତଙ୍କ ସହ ସେମାନଙ୍କର କୌଣସି ସମ୍ପର୍କ ଅଛି କି ନାହିଁ ?  ସେକଥା ଜଣାପଡ଼ିନଥିଲେ ମଧ୍ୟ ଅଧିକ ଖୋଳତାଡ଼ ଜାରି ରଖିଛି କ୍ରାଇମବ୍ରାଞ୍ଚ ଟିମ୍ ।

DRDO ତଥ୍ୟ ଲିକ୍ ମାମଲାରେ ପ୍ରକୃତ ମାଷ୍ଟରମାଇଣ୍ଡ କିଏ ? ରିମାଣ୍ଡରେ ଥିବା ଅଭିଯୁକ୍ତଙ୍କୁ ଜେରା ପରେ ପୂରା ରହସ୍ୟ ଉପରୁ କ୍ରାଇମବ୍ରାଞ୍ଚ ପରଦା ହଟାଇପାରିବ ।

Spread the love