କେନାଲରୁ ଠାବ ହେଲା ମୃତଦେହ, ପରିଚୟ ଅସ୍ପଷ୍ଟ

ଚୌଦ୍ବାର ୨୧।୦୯: ଦଳ ଭିତରୁ ମୃତଦେହ ଠାବ । କଟକ ଜିଲ୍ଲା ଟାଙ୍ଗି ଥାନା ତେରୁଁଆ ଗାଁ ହାଇଲେବଲ କେନାଲରୁ ମୃତଦେହ ଠାବ ହୋଇଛି । ବର୍ତ୍ତମାନ ସୁଦ୍ଧା ମୃତକଙ୍କ ପରିଚୟ ମିଳିପାରିନାହିଁ ।

ଖବର ଅନୁଯାୟୀ, ୪ ଦିନ ପୂର୍ବରୁ ଦଳ ସଫେଇ କରୁଥିବା ବେଳେ ଜଣେ ବ୍ୟକ୍ତି ପାଣିରେ ବୁଡି ନିଖୋଜ ହୋଇଯାଇଥିଲା । ନିଖୋଜ ବ୍ୟକ୍ତିଙ୍କ କିଛି ପତ୍ତା ମିଳିନଥିଲା । କିନ୍ତୁ ଆଜି ସକାଳ ସମୟରେ ସେହି କେନାଲର ଦଳ ଭିତରେ ଏକ ମୃତଦେହଟି ଫଶି ରହିଥିବା ଦେଖିବାକୁ ମିଳିଥିଲା । ଏହାପରେ ଦଳ ଭିତରୁ  ମୃତଦେହକୁ ଉଦ୍ଧାର କରାଯାଇଛି । ବର୍ତ୍ତମାନ ସୁଦ୍ଧା ମୃତଦେହର ପରିଚୟ ମିଳିନାହିଁ । ସେପଟେ କେନାଲରୁ ମିଳିଥିବା ମୃତଦେହ, ୪ ଦିନ ତଳେ ନିଖୋଜ ବ୍ୟକ୍ତିଙ୍କର ହୋଇଥିବା ଅନୁମାନ କରାଯାଉଛି । ହେଲେ ବର୍ତ୍ତମାନ ସୁଦ୍ଧା କିଛି ସ୍ପଷ୍ଟ ଭାବେ ସୂଚନା ମିଳିନାହିଁ , ମୃତଦେହଟି କାହାର ।

Spread the love