ଖତରୋଁ କେ ଖିଲାଡି-୧୧’ର ବିଜେତା ହେଲେ ଅର୍ଜୁନ ବିଜଲାନି: କାର୍ ସହ ମିଳିଲା ଏତିକି ଲକ୍ଷ ଟଙ୍କା

ମୁମ୍ବାଇ ୨୭/୦୯ : ଟିଭି ରିଆଲିଟି ଶୋ’ ‘ଖତରୋଁ କେ ଖିଲାଡି-୧୧’ ରେ ଅଭିନେତା ଅର୍ଜୁନ ବିଜଲାନି ବିଜୟୀ ହୋଇଛନ୍ତି। ଏଥି ସହିତ ଅଭିନେତ୍ରୀ ଦିବ୍ୟାଙ୍କା ତ୍ରିପାଠୀଙ୍କୁ ଶୋ’ର ପ୍ରଥମ ରନର୍ ଅପ୍ ଘୋଷିତ କରାଯାଇଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଏହି ଶୋ’ର ବିଜେତା ଅର୍ଜୁନ ବିଜଲାନି କେବଳ ନଗଦ ପୁରସ୍କାର ପାଇନାହାଁନ୍ତି ବରଂ ଉପହାର ସ୍ୱରୂପ ଏକ ସ୍ୱିଫ୍ଟ କାର ମଧ୍ୟ ପାଇଛନ୍ତି। ବିଜେତା ଅର୍ଜୁନ ବିଜଲାନିଙ୍କୁ ପୁରସ୍କାର ରାଶି ଭାବରେ ୪୦ ଲକ୍ଷ ଟଙ୍କା ମିଳିବ।
ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଶୋ’ର ଦୁଇ ପ୍ରତିଯୋଗୀ ରାହୁଲ ବୈଦ୍ୟ ଓ ଦିବ୍ୟାଙ୍କା ତ୍ରିପାଠୀଙ୍କୁ ଏହି ଶୋ’ରେ ପ୍ରତ୍ୟେକ ଏପିସୋଡରେ ସବୁଠାରୁ ଅଧିକ ଫି ଅଫର କରାଯାଇଥିଲା। ରାହୁଲ ବୈଦ୍ୟଙ୍କୁ ଏପିସୋଡ ପ୍ରତି ୧୫ ଲକ୍ଷ ଓ ଦିବ୍ୟାଙ୍କା ତ୍ରିପାଠୀଙ୍କୁ ୧୨ ଲକ୍ଷ ଫି ଅଫର କରାଯାଇଛି। ଦିବ୍ୟାଙ୍କା ତ୍ରିପାଠୀ ଟିଭି ଇଣ୍ଡଷ୍ଟ୍ରିର ସର୍ବାଧିକ ଫି ନେଇଥିବା କଳାକାରଙ୍କ ମଧ୍ୟରୁ ଜଣେ।
ଖତରୋଁ କେ ଖିଲାଡି-୧୧ର ବିଜେତା ଅର୍ଜୁନ ବିଜଲାନିଙ୍କୁ ଏପିସୋଡ ପ୍ରତି ୧୦ ଲକ୍ଷ ଫି ଅଫର କରାଯାଇଥିଲା। ଅନ୍ୟ ପ୍ରତିଯୋଗୀ ଅଭିନବ ଶୁକ୍ଲାଙ୍କୁ ୮ ଲକ୍ଷ, ବିଶାଳ ଆଦିତ୍ୟ ସିଂହଙ୍କୁ ୭ ଲକ୍ଷ, ନିକ୍କି ତମ୍ବୋଲିଙ୍କୁ ୭ ଲକ୍ଷ, ଅନୁଷ୍କା ସେନଙ୍କୁ ୬ ଲକ୍ଷ, ସୌରଭ ରାଜ ଜୈନଙ୍କୁ ୫.୫ ଲକ୍ଷ, ବରୁଣ ସୁଦଙ୍କୁ ୩ ଲକ୍ଷ, ଆସ୍ଥା ଗିଲଙ୍କୁ ୨.୫ ଲକ୍ଷ ଓ ସନା ମକବୂଲଙ୍କୁ ୨ ଲକ୍ଷ ଟଙ୍କା ଅଫର କରାଯାଉଥିଲା ।

Spread the love