ଅପରାଜିତା ଷଡ଼ଙ୍ଗୀ ୪୦୦୦ ଭୋଟରେ ଆଗୁଆ ଅଛନ୍ତି !

ଓଡ଼ିଶାର ୨୧ଟି ଲୋକସଭା ଆସନରୁ ୫ଟିର ଫଳାଫଳ ଆସୁଛି। ଏଥିରେ ୩ଟି ଆସନରେ ବିଜେପି ଆଗୁଆ ରହିଥିବା ବେଳେ ବିଜେଡି ୨ଟିରେ ଆଗରେ ରହିଛି। ବଲାଙ୍ଗିରରେ ବିଜେପି ପ୍ରାର୍ଥୀ ସଙ୍ଗୀତା ସିଂହଦେଓ ଆଗରେ ଥିବା ବେଳେ ଢେଙ୍କାନାଳ ଓ ଭୁବନେଶ୍ୱରରେ ଯଥାକ୍ରମେ ଦଳୀୟ ପ୍ରାର୍ଥୀ ରୁଦ୍ର ପାଣି ଓ ଅପରାଜିତା ଷଡ଼ଙ୍ଗୀ ଆଗରେ ରହିଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ଅପରାଜିତା ଷଡ଼ଙ୍ଗୀ ୪୦୦୦ ଭୋଟରେ ଆଗୁଆ ଅଛନ୍ତି।

Spread the love