IPL 2021 : ହାଇଦ୍ରାବାଦର ବ୍ୟାଟିଂ ବିପର୍ଯ୍ୟୟ, ହେଜେଲଉଡ୍‌ ଓ ବ୍ରାଭୋଙ୍କ ଘାତକ ବୋଲିଂ, ସିଏସ୍‌କେକୁ ବିଜୟ ଲକ୍ଷ୍ୟ ୧୩୫

ସାରଜାହ ୩୦/୦୯ : ଇଣ୍ଡିଆନ ପ୍ରମିୟର ଲିଗ IPL ୪୪ ତମ ମ୍ୟାଚରେ ସାମ୍ନାସାମ୍ନୀ ହୋଇଛନ୍ତି ପଏଣ୍ଟ ଟେବୁଲ ଶୀର୍ଷରେ ଥିବା ଚେନ୍ନାଇ ସୁପର କିଙ୍ଗସ୍ ଏବଂ ଟେବୁଲର ଶେଷରେ ସନରାଇଜର୍ସ ହାଇଦ୍ରାବାଦ ଟିମ । ଏମ୍‌ ଏସ୍ ଧୋନୀଙ୍କ ଚେନ୍ନାଇ ପ୍ରଥମେ ଟସ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲା । ହାଇଦ୍ରାବାଦ ପ୍ରଥମେ ବ୍ୟାଟିଂକରି ନିର୍ଦ୍ଧାରିତ ଓଭରରେ ୭ ଓ୍ବିକେଟ ହରାଇ ୧୩୪ ରନ ସଂଗ୍ରହ କରିଛି । ହାଇଦ୍ରାବଦର କୌଣସି ବ୍ୟାଟ୍ସମ୍ୟାନ ହାତଖୋଲା ସଟ୍‌ ଖେଳିବାକୁ ସକ୍ଷମ ହୋଇପାରି ନାହାନ୍ତି । ଚେନ୍ନାଇ ବୋଲରଙ୍କ ଘାତକ ବୋଲିଂ ଆଗରେ ଏକ ପ୍ରକାର ଆତ୍ମସମର୍ପଣ କରିଛନ୍ତି ହାଇଦ୍ରାବାଦ ବ୍ୟାଟ୍ସମ୍ୟାନ । ଚେନ୍ନାଇକୁ ଜିତିବାକୁ ହେଲେ ସହଜ ୧୩୫ ରନ କରିବାକୁ ହେବ ।

ଦଳ ପକ୍ଷରୁ ରିଦ୍ଧମାନ୍‌ ଶାହା ବଡ ସ୍କୋର କରିବାକୁ ସକ୍ଷମ ହୋଇଥିଲେ ସୁଦ୍ଧା ଅଧିକ ବଲ ଖେଳିଛନ୍ତି । ଓପନର ଜେସନ୍‌ ରୟ ମାତ୍ର ୨ ରନ କରି ଆଉଟ ହୋଇଥିବା ବେଳେ ରିଦ୍ଧିମାନ ଶାହା ୪୪ ରନ, କେନ୍ ଓ୍ବିଲିୟମସନ୍‌ ୧୧ରନ, ପ୍ରିୟମ ଗର୍ଗ ୭ ରନ, ଅଭିଷେକ ଶର୍ମା ୧୮ରନ, ଅବଦୁଲ ସମାଦ ୧୮ ରନ, ଜେସନ୍‌ ହୋଲଡର ୫ ରନକରି ଆଉଟ ହୋଇଛନ୍ତି । ଭୁବନେଶ୍ବର କୁମାର ୨ ଏବଂ ରାସିଦ ଖାନ ୧୭ ରନ କରି ନଟ୍‌ ଆଉଟ ଅଛନ୍ତି ।

ଚେନ୍ନାଇ ପକ୍ଷରୁ ଜୋସ୍‌ ହେଜେଲଉଡ ୪ ଓଭରରେ ୨୪ ରନ ଦେଇ ସର୍ବାଧିକ ୩ଟି ଓ୍ବିକେଟ ନେଇଛନ୍ତି । ସେହିଭଳି ଦୀପକ ଚହର ୪ ଓଭରରେ ୩୨ ରନ ଦେଇଥିବା ବେଳେ, ଶାର୍ଦ୍ଦୁଳ ଠାକୁର ୪ ଓଭରରେ ୩୭ରନ ୧ ଓ୍ବିକେଟ, ଡ୍ବେନ୍‌ ବ୍ରାଭୋ ୪ ଓଭରରେ ୧୭ ରନ ୨ ଓ୍ବିକେଟ, ରବୀନ୍ଦ୍ର ଜାଡେଜା ୩ ଓଭରରେ ୧୪ ରନ, ମୋଇନ ଅଲ୍ଲୀ ୧ ଓଭରରେ ୫ରନ ଦେଇଛନ୍ତି ।

Spread the love