ଜଣେ ଅପରାଜିତା ଆଉ ଜଣେ….

ଉଭୟ ବିଧାନସଭା ଓ ଲୋକସଭା ଆସନ ପାଇଁ ଭୋଟ୍‌ ଗଣତି ଚାଲିଛି। ଉଭୟରେ ବିଜେଡି ଆଗରେ ଥିବା ବେଳେ ଲୋକସଭାରେ ବିଜେପି ୭ଟି ଆସନରେ ଆଗୁଆ ରହିଛି। ବିଜେଡି ୧୪ଟି ଆସନରେ ଆଗୁଆ ରହିଛି। ସେହିପରି ବିଧାନସଭା ନିର୍ବାଚନରେ ବିଜେଡି ୧୦୭ ଆସନରେ ଆଗରେ ରହିଥିବା ବେଳେ ବିଜେପି ୨୬ ଆସନରେ ଆଗରେ ରହିଛି।

ଭୁବନେଶ୍ୱରରେ ଲୋକସଭା ଆସନ ପାଇଁ ଆଇଏଏସ୍‌ ଓ ଆଇପିଏସ୍‌ଙ୍କ ମଧ୍ୟରେ ଲଢ଼େଇ ଚାଲିଛି। ତେବେ ଗଣତି ଆରମ୍ଭରୁ ବିଜେପି ପ୍ରାର୍ଥୀ ତଥା ପୂର୍ବତନ ଆଇଏଏସ୍‌ ଅପରାଜିତା ଷଡ଼ଙ୍ଗୀ ଆଗୁଆ ରହିଛନ୍ତି। ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ତଥା ବିଜେଡି ପ୍ରାର୍ଥୀ ଅରୂପ ପଟ୍ଟନାୟକ ପଛରେ ଅଛନ୍ତି।

ଭୁବନେଶ୍ୱର ଉତ୍ତର ବିଧାନସଭା ଆସନର ବିଜେପି ଅପରାଜିତା ମହାନ୍ତିଙ୍କୁ ପ୍ରାର୍ଥୀ କରିଥିବା ବେଳେ ସେ ପଛରେ ରହିଛନ୍ତି। ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ତଥା ବିଜେଡି ପ୍ରାର୍ଥୀ ସୁଶାନ୍ତ ରାଉତ ଆଗୁଆ ଅଛନ୍ତି। ସେହିପରି ଭୁବନେଶ୍ୱର ମଧ୍ୟ ବିଧାନସଭା ଆସନର ବିଜେଡି ପ୍ରାର୍ଥୀ ଅନନ୍ତ ନାରାୟଣ ଜେନା ଆଗୁଆ ରହିଛନ୍ତି।

Spread the love