ବିଗ୍‌ବସ୍-୧୫ ପ୍ରିମିୟମ ଶୋ’ ପୂର୍ବରୁ ଆୟୋଜକଙ୍କ ବଡ଼ ନିଷ୍ପତ୍ତି, ଯୋଗ ଦେବେନି ତିନି ସିନିୟର ଅଭିନେତ୍ରୀ

ମୁମ୍ୱାଇ, ୦୨/୧୦: ସୋନି ଟିଭିରେ ପ୍ରସାରିତ ବିଗ୍‌ବସ୍‌ ସାରା ଦେଶରେ ଏକ ଲୋକପ୍ରିୟ ଶୋ’। ଆଜି ଏହାର ପ୍ରିମିୟର ଶୋ’ ଆରମ୍ଭ ହେବାକୁ ଯାଉଛି। ଶୋ ଆରମ୍ଭ ହେବାର ପୂର୍ବରୁ ଏକ ବଡ଼ ଅପଡେଟ୍‌ ସାମ୍ନାକୁ ଆସିଛି। ଯାହାକି ଶୋ ଆରମ୍ଭରେ ଦର୍ଶକମାନଙ୍କୁ ବଡ଼ ଝଟ୍‌କା ଦେଇପାରେ। ପ୍ରଥମେ କୁହାଯାଉଥିଲା କି ଆଜିର ଶୋରେ ପୂର୍ବଥର ପରି ସିନିୟର ପ୍ରତିଯୋଗୀ ରହିବେ। ଏଥରର ନିୟମ ଅନୁଯାୟୀ ତୁଫାନି ସିନିୟରରେ ଗୌହର ଖାନ୍, ରୁବିନା ଦିଲ୍ଲିକ୍, ଶ୍ୱେତା ସିଂ ଆସିବା କଥା କିନ୍ତୁ ଆୟୋଜକ ମାନଙ୍କ ନୂଆ ଯୋଜନା ଅନୁଯାୟୀ ସେମାନେ ଆଜିର ଶୋରେ ଯୋଗ ଦେବେ ନାହିଁ।

ବିଗ୍‌ବସ-୧୫ର ବିଷୟ ବସ୍ତୁ ଏଥର ଦର୍ଶକମାନଙ୍କ ପାଇଁ ବହୁତ ରୋଚକପୂର୍ଣ୍ଣ ରହିଛି। ଏଥର ଶୋ’ର ବିଷୟବସ୍ତୁ ଜଙ୍ଗଲ ଆଧାରିତ ରହିଛି। କିଛି ମିଡିଆ ଦାବି କରୁଛନ୍ତି କି ଜଙ୍ଗଲି ଥିମ୍ ରଖିବାର କାରଣ ହେଉଛି ଏଥର ପୂର୍ବ ବର୍ଷର ସିନିୟର ବିଜେତାମାନେ ଆଦିବାସୀ ନେତା ଭାବେ ନୂଆ ଅନ୍ଦାଜରେ ଶୋକୁ ପ୍ରବେଶ କରିବା ନେଇ ଆୟୋଜକ ମାନେ ସ୍ଥିର କରିଥିଲେ। ଏହି ନିଆରା ପ୍ରବେଶକୁ ତୁଫାନି ସିନିୟର ଏଣ୍ଟ୍ରିର ଆଖ୍ୟା ଦିଆଯାଇଥିଲା। ଏହି ଶୋ ପୂର୍ବବର୍ଷର ସିନିୟର ମାନଙ୍କ ସହିତ ହେବ ବୋଲି ଅନେକ ମିଡିଆ ରିପୋର୍ଟରେ ପ୍ରକାଶ ପାଇଥିଲା ।

ଜଣେ ସ୍ପୋର୍ଟବୟଙ୍କ କହିବା ଅନୁଯାୟୀ ଗୌହର ଖାନ, ଶ୍ୱେତା ସିଂ, ରୁବିନା ଦିଲ୍ଲୀକ ଏମାନଙ୍କ ମଧ୍ୟରୁ ଜଣେ ମଧ୍ୟ ଆସିବେ ନାହିଁ। ଏକ ସୂତ୍ରରୁ ପ୍ରକାଶ ଯେ ପ୍ରଥମ ଯୋଜନା ଅନୁସାରେ ଏହି ତିନି ଜଣଙ୍କର ଆସିବାର ଥିଲା । କିନ୍ତୁ ଆୟୋଜକ ମାନେ ହଠାତ ତାଙ୍କ ଯୋଜନା ପରିବର୍ତ୍ତନ କରିଛନ୍ତି। ନୂଆ ଯୋଜନା ଅନୁସାରେ ଏମାନଙ୍କ ମଧ୍ୟରୁ କୌଣସି ଅଭିନେତ୍ରୀ ଏଥିରେ ଭାଗ ନେବେ ନାହିଁ। କାରଣ ଏଥିରେ କୌଣସି ଅଧିକ ବିଷୟବସ୍ତୁ ସ୍ଥାନିତ ହେବ ନାହିଁ। ତେବେ ଏହାର କୌଣସି ଅଫିସିଆଲ୍‌ ଘୋଷଣା ଆୟୋଜକମାନଙ୍କ ପକ୍ଷରୁ କରାଯାଇନାହିଁ।

ଏଥର ବିଗ୍ବସରେ ଭାଗ ନେବାକୁ ସୁନିଶ୍ଚିତ ହୋଇଥିବା ପ୍ରତିଯୋଗୀ ମାନଙ୍କର ନାମ ହେଲା କରଣ କୁନ୍ଦ୍ରା, ସିମ୍ବା ନାଗପାଲ, ଉମର୍ ରିୟାଜ୍, ଇଶାନ୍ ସେହେଗଲ୍, ବିଶାଲ୍ କୋତିଆ, ତେଜସ୍ୱୀ ପ୍ରକାଶ, ଆକାଶ ସିଂ, ଅଫସାନ ଖାନ, ବିଧି ପାଣ୍ଡ୍ୟା, ଡୋନାଲ୍ ବିଷ୍ଟ୍, ସାହିଲ୍ ଶ୍ରଫ ଓ ମିଶି ଅୟର୍। ଏମାନଙ୍କୁ ଛାଡ଼ି ବିଗ୍ ବସ୍ ଓଟିଟିରୁ ଶମିତା ରେଡ୍ଡି, ନିଶାନ୍ତ ଭଟ୍ଟ ଓ ପ୍ରତୀକ ସେହେପାଲ ମଧ୍ୟ ଏଥିରେ ଭାଗ ନେବେ। ବିଗ୍ବସ-୧୫ ରେ ଅଂଶ ଗ୍ରହଣ କରିବା ପାଇଁ ଆୟୋଜକମାନେ ରିୟା ଚକ୍ରବର୍ତ୍ତିଙ୍କୁ ଭଲ ଅଫର ସହିତ ବହୁତ ଅନୁରୋଧ କରିଥିଲେ ମଧ୍ୟ କିନ୍ତୁ ସେ ଏହାକୁ ସିଧା ସଳଖ ମନା କରିଦେଇଛନ୍ତି।

Spread the love